Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 8:19 - ପବିତ୍ର ବାଇବଲ

19 ମୁଁ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଲେବୀୟମାନଙ୍କୁ ଦାନରୂପେ ହାରୋଣ ଓ ତା'ର ପୁତ୍ରଗଣଙ୍କୁ ଦେଲି। ସେମାନେ ସମାଗମ-ତମ୍ବୁ ନିକଟରେ ଇସ୍ରାଏଲୀୟ ଲୋକ ବଦଳରେ ସେବା ଓ ସେମାନଙ୍କ ପାଇଁ ପ୍ରାୟଶ୍ଚିତ କିରିବେ। ଏହି ପ୍ରକାରେ ଇସ୍ରାଏଲର ଲୋକମାନେ ପବିତ୍ର ସ୍ଥାନ ନିକଟକୁ ଆସିଲାବେଳେ କୌଣସି ମହାମାରୀ ଆସିବ ନାହିଁ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

19 ଆଉ ଇସ୍ରାଏଲ-ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ବେଳେ ଯେପରି ସେମାନଙ୍କ ମଧ୍ୟରେ ମାରୀ ଉପସ୍ଥିତ ନ ହୁଏ, ଏଥିପାଇଁ ଆମ୍ଭେ ସମାଗମ-ତମ୍ଵୁରେ ଇସ୍ରାଏଲ-ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଲୁ।

Faic an caibideil Dèan lethbhreac

ଓଡିଆ ବାଇବେଲ

19 ଆଉ ଇସ୍ରାଏଲ ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ସମୟରେ ଯେପରି ସେମାନଙ୍କ ମଧ୍ୟରେ ମହାମାରୀ ଉପସ୍ଥିତ ନ ହୁଏ, ଏଥିପାଇଁ ଆମ୍ଭେ ସମାଗମ-ତମ୍ବୁରେ ଇସ୍ରାଏଲ ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଲୁ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆଉ ଇସ୍ରାଏଲ-ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ସମୟରେ ଯେପରି ସେମାନଙ୍କ ମଧ୍ୟରେ ମହାମାରୀ ଉପସ୍ଥିତ ନ ହୁଏ, ଏଥିପାଇଁ ଆମ୍ଭେ ସମାଗମ-ତମ୍ବୁରେ ଇସ୍ରାଏଲ-ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଦାନ ରୂପେ ହାରୋଣ ଓ ତାହାର ପୁତ୍ରଗଣଙ୍କୁ ଦେଲୁ।”

Faic an caibideil Dèan lethbhreac




ଗଣନା ପୁସ୍ତକ 8:19
12 Iomraidhean Croise  

ତେଣୁ ସମସ୍ତ ଇସ୍ରାଏଲୀୟମାନେ ସଦାପ୍ରଭୁ ମୋଶାଙ୍କୁ ଦେଇଥିବା ଆଜ୍ଞାକୁ ମାନିଲେ।


ମାତ୍ର ତୁମ୍ଭେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ଏବଂ ଯେଉଁ ସମସ୍ତ ଜିନିଷ ତାହା ସହିତ ତା’ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ; ସେମାନେ ପବିତ୍ର ତମ୍ବୁ ଓ ତହିଁର ସମସ୍ତ ଦ୍ରବ୍ୟ ବୋହିବେ ଓ ସେମାନେ ତହିଁର ସେବା କରିବେ ଓ ତମ୍ବୁର ଗ୍ଭରିଆଡ଼େ ଛାଉଣି କରି ରହିବେ।


କିନ୍ତୁ ଲେବୀୟମାନେ ନିୟମର ପବିତ୍ର ତମ୍ବୁର ଚତୁର୍ଦ୍ଦିଗରେ ଛାଉଣି ସ୍ଥାପନ କରିବେ ଓ ସେମାନେ ନିୟମର ପବିତ୍ର ତମ୍ବୁକୁ ରକ୍ଷା କରିବେ। ଏହିପରି ପରମେଶ୍ୱରଙ୍କର କ୍ରୋଧ, ଇସ୍ରାଏଲର ଲୋକମାନଙ୍କ ଉପରେ ବ୍ୟାପିବ ନାହିଁ।”


ତା'ପରେ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ପିତ୍ତଳର ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦିରୁ ଅଗ୍ନି ଦିଅ। ଏଥିରେ ଧୂପ ଦେଇ ଶୀଘ୍ର ମଣ୍ତଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର। କାରଣ ସଦାପ୍ରଭୁ ଅତି କ୍ରୋଧିତ ହୋଇଛନ୍ତି, ମହାମାରୀ ବ୍ୟାପି ଗଲାଣି।”


ପୁଣି ଇସ୍ରାଏଲ ଲୋକମାନେ ସମସ୍ତ ପ୍ରଥମଜାତ ବଦଳରେ ଆମ୍ଭେ ଲେବୀୟମାନଙ୍କୁ ଗ୍ରହଣ କଲୁ।


ତେଣୁ ମୋଶା, ହାରୋଣ ଓ ସମସ୍ତ ଇସ୍ରାଏଲର ଲୋକ ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଇସ୍ରାଏଲର ଲୋକମାନେ ଲେବୀୟମାନଙ୍କ ପ୍ରତି କଲେ।


ବୈ‌ଥ୍‌-ଶେମଶୀୟ ଲୋକମାନେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକକୁ ଅନାଇବାରୁ ସେ ସେମାନଙ୍କୁ ହତ୍ୟା କଲେ, ବୈଥ୍-ଶେମଶର ଲୋକମାନଙ୍କ ମଧ୍ୟରୁ ସତୁରି ଜଣ ହତ୍ୟା ହେଲେ। ପୁଣି ପରମେଶ୍ୱର ସେମାନଙ୍କୁ ଭୟଙ୍କର ଭାବରେ ଦଣ୍ତିତ କରିଥିବାର ଲୋକମାନେ ବିଳାପ କଲେ।


Lean sinn:

Sanasan


Sanasan