Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 5:18 - ପବିତ୍ର ବାଇବଲ

18 ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ଯାହା ତା'ର ଦୋଷକୁ ଅନାବୃତ କରେ, ତାହାର ହସ୍ତରେ ଦେବ; ପୁଣି ଯାଜକ ଆପଣା ହସ୍ତରେ ଶାପ ଜନକ ତିକ୍ତ ଜଳ ରଖିବ ତାହା ଅଭିଶାପ ଆଣିବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

18 ତହୁଁ ଯାଜକ ସେହି ସ୍ତ୍ରୀକି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ୍ ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି ଯାଜକ ଆପଣା ହସ୍ତରେ ଶାପଜନକ ତିକ୍ତ ଜଳ ରଖିବ।

Faic an caibideil Dèan lethbhreac

ଓଡିଆ ବାଇବେଲ

18 ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ-ନୈବେଦ୍ୟ, ଅର୍ଥାତ୍‍ ଈର୍ଷାର ଭକ୍ଷ୍ୟ-ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି, ଯାଜକ ଆପଣା ହସ୍ତରେ ଅଭିଶାପଜନକ ତିକ୍ତ ଜଳ ରଖିବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତହୁଁ ଯାଜକ ସେହି ସ୍ତ୍ରୀକୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍‍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ତାହାର ହସ୍ତରେ ଦେବ; ପୁଣି, ଯାଜକ ଆପଣା ହସ୍ତରେ ଅଭିଶାପଜନକ ତିକ୍ତ ଜଳ ରଖିବ।

Faic an caibideil Dèan lethbhreac




ଗଣନା ପୁସ୍ତକ 5:18
18 Iomraidhean Croise  

କିନ୍ତୁ ଶେଷରେ ସେ ତିକ୍ତତା ଓ ଯନ୍ତ୍ରଣା ଆଣିବ। ଯନ୍ତ୍ରଣା ଯାହା ବିଷତୁଲ୍ୟ ଓ ତୀ‌କ୍ଷ୍‌ଣ ଖଣ୍ଡାତୁଲ୍ୟ ଆଘାତ କରେ।


ଏବଂ ମୁଁ ଦେଖିଲି, ମୂର୍ଖ ସ୍ତ୍ରୀ (ନାରୀ) ମୃତ୍ୟୁ ଅପେକ୍ଷା ତିକ୍ତ ଅଟେ। ସେ ଏକ ଶିକାରୀ ଜାଲ ପରି ଏବଂ ତା'ର ହୃଦୟ ଏକ ଯନ୍ତାପରି। ତା'ର ହସ୍ତଦ୍ୱୟ ଶୃଙ୍ଖଳ ଅଟେ। ଯେକେହି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ, ସେ ତାହାଠାରୁ ରକ୍ଷା ପାଇବ। ମାତ୍ର ପାପୀ ତାହାଦ୍ୱାରା ଧରାଯିବ।


ଦେଖ, ମୋର ଦୁଃଖ ଗ୍ଭଲିଯାଇଛି, ବର୍ତ୍ତମାନ ମୋର ଶାନ୍ତି ଆସିଛି। ମାତ୍ର ତୁମ୍ଭେ ମୋତେ ପ୍ରେମ କରି ବିନାଶ କୂପରୁ ମୋର ପ୍ରାଣକୁ ଉଦ୍ଧାର କଲ। କାରଣ ତୁମ୍ଭେ ମୋତେ କ୍ଷମା କରି ମୋର ସମସ୍ତ ପାପକୁ ପଛକୁ ପକାଇ ଦେଇଛ।


ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ। ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ଉତ୍ତମ ରୂପେ ବିବେଚନା କର। ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ। ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।” ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।


“ପୁଣି ଯେଉଁ ଲୋକ କୁଷ୍ଠରୋଗୀ, ତାହାର ବସ୍ତ୍ର ଚିରାଯିବ ଓ ତାହାର ମସ୍ତକର କେଶ ମୁକୁଳା ରହିବ ଓ ସେ ନିଜର ଉପର ଓଷ୍ଠ ବସ୍ତ୍ରରେ ଢାଙ୍କିବ। ପୁଣି “ଅଶୁଚି, ଅଶୁଚି” ବୋଲି ଚିତ୍କାର କରିବ।


ତେବେ ସେହି ପୁରୁଷ ନିଜ ସ୍ତ୍ରୀକୁ ଯାଜକ ନିକଟକୁ ଆଣିବ, ତା'ର ଉପହାର ଐଫାର ଦଶମାଂଶ ବାର୍ଲି ମଇଦା ଆଣିବ, ତହିଁ ଉପରେ ସେ ତୈଳ ଢାଳିବ ନାହିଁ, ଅବା ଧୂପ ସେଥିରେ ସଂଯୋଗ କରିବ ନାହିଁ, କାରଣ ତାହା ଈର୍ଷାର ଶସ୍ୟ ନୈବେଦ୍ୟ, ତାହାର ଦୋଷକୁ ଅନାବୃତ କରିବା ପାଇଁ ଏହି ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରାଗଲା।


ଯାଜକ ଗୋଟିଏ ମାଟି ପାତ୍ରରେ ପବିତ୍ର ଜଳ ନେବ ଓ କିଛି ଧୂଳି ପବିତ୍ର ତମ୍ବୁର ଚଟାଣରୁ ନେଇ ପାଣିରେ ପକାଇବ।


“ଆଉ ଯାଜକ ସେହି ସ୍ତ୍ରୀକୁ ଶପଥ କରାଇ କହିବ, ‘ଯଦି କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ଶରୀର ମିଳନ ନ ଥାଏ, ତୁମ୍ଭେ ଯେତେବେଳେ ତୁମ୍ଭ ସ୍ୱାମୀକୁ ବିବାହ କରିଥିଲ, ତେବେ ଏହି ଶାପଯୁକ୍ତ ତିକ୍ତ ଜଳ ତୁମ୍ଭ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।


ତହିଁରେ ‘ଏହି ଶାପଜନକ ଜଳ ତୁମ୍ଭ ଉଦର ଭିତରକୁ ଯିବ ଏବଂ ତୁମ୍ଭର ପ୍ରଜନନ ଅଙ୍ଗକୁ ଫୁଲାଇ ପଡ଼ିଯିବାର କାରଣ ହେବ’ ଏବଂ ସେହି ସ୍ତ୍ରୀ କହିବ ‘ଆମେନ୍! ଆମେନ୍!’


କିନ୍ତୁ ଯଦି ଜଣେ ସ୍ତ୍ରୀର ଲମ୍ବା ବାଳ ଅଛି, ଏହା ତା’ ପାଇଁ ଗୌରବର ବିଷୟ। ମସ୍ତକ ଆଚ୍ଛାଦନ କରିବା ପାଇଁ ସ୍ତ୍ରୀକୁ ଦୀର୍ଘ କେଶ ପ୍ରଦାନ କରାଯାଇଛି।


ଯଦି କୌଣସି ସ୍ତ୍ରୀ ମସ୍ତକ ଆଚ୍ଛାଦନ କରେ ନାହିଁ, ତା'ହେଲେ ଏହା ସେ ମସ୍ତକର କେଶ କାଟିପକାଇବା ସଙ୍ଗେ ସମାନ। ମାତ୍ର କେଶ କାଟିବା ଓ ମସ୍ତକ ମୁଣ୍ଡନ କରିବା ସ୍ତ୍ରୀ ପକ୍ଷରେ ଲଜ୍ଜାଜନକ, ତେଣୁ ସେ ମସ୍ତକ ଆଚ୍ଛାଦନ କରିବା ଉଚିତ୍।


ଏଥିପାଇଁ ତୁମ୍ଭେ ସାବଧାନ ହେବ। ସେହି ଦେଶୀୟ ଲୋକମାନଙ୍କ ଦେବତାଗଣର ପଶ୍ଚା‌ଦ୍‌ଗାମୀ ହୋଇ ସେବା କରିବା ନିମନ୍ତେ ଆଜି ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କଠାରୁ ଯାହାର ହୃଦୟ ବିମୁଖ ହୁଏ, ଏପରି କୌଣସି ପୁରୁଷ, କି ସ୍ତ୍ରୀ, ପରିବାର କି ବଂଶ ଯେମନ୍ତ ତୁମ୍ଭମାନଙ୍କ ମଧ୍ୟରେ ନ ରହେ, ଯେମନ୍ତ ବିଷ ଓ ନାଗଦଅଣାର ମୂଳ ତୁମ୍ଭମାନଙ୍କ ମଧ୍ୟରେ ନ ରହେ।


ବିବାହକୁ ସବୁଲୋକଙ୍କ ଦ୍ୱାରା ସମ୍ମାନ ମିଳିବା ଆବଶ୍ୟକ। ପ୍ରତ୍ୟେକ ବିବାହକୁ କେବଳ ଦୁଇ ଜଣଙ୍କ ଭିତରେ ନିର୍ଦ୍ଦିଷ୍ଟ ରଖିବା ଉଚିତ୍। ଯେଉଁମାନେ ଯୌନଗତ ପାପ ଓ ବ୍ୟଭିଗ୍ଭର କରୁଛନ୍ତି ପରମେଶ୍ୱର ସେମାନଙ୍କୁ ଦୋଷୀ ବୋଲି ବିଗ୍ଭର କରିବେ।


ବର୍ତ୍ତମାନ ଶାମୁୟେଲ କହିଲେ, “ତୁମ୍ଭେମାନେ ଅମାଲେକୀୟମାନଙ୍କ ରାଜା ଆଗ‌ଗ୍‌କୁ ଆମ୍ଭ ସମ୍ମୁଖକୁ ଆଣ।” ତା'ପରେ, ଆଗାଗ୍ ଲୌହ ଶିଙ୍କୁଳିରେ ବନ୍ଧା ହୋଇ ତାଙ୍କ ଆଗକୁ ଅଣାଗଲା। ଆଗାଗ୍ ଚିନ୍ତା କଲା, “ନିଶ୍ଚିତ ସେ ମୋତେ ହତ୍ୟା କରିବ ନାହିଁ।”


Lean sinn:

Sanasan


Sanasan