Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 23:12 - ପବିତ୍ର ବାଇବଲ

12 ମାତ୍ର ବିଲିୟମ ଉତ୍ତର କଲା, “ସଦାପ୍ରଭୁ ମୋ’ ମୁହଁରେ ଯାହା କହନ୍ତି, ତାହା ହିଁ କରିବା କ’ଣ ମୋର ଉଚିତ୍ ନୁହେଁ?”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ତହିଁରେ ସେ ଉତ୍ତର ଦେଇ କହିଲା, ସଦାପ୍ରଭୁ ମୋʼ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ୍ ନୁହେଁ?

Faic an caibideil Dèan lethbhreac

ଓଡିଆ ବାଇବେଲ

12 ତହିଁରେ ସେ ଉତ୍ତର ଦେଇ କହିଲା, “ସଦାପ୍ରଭୁ ମୋ’ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ୍‍ ନୁହେଁ ?

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ତହିଁରେ ସେ ଉତ୍ତର ଦେଇ କହିଲା, “ସଦାପ୍ରଭୁ ମୋʼ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋହର ଉଚିତ ନୁହେଁ?”

Faic an caibideil Dèan lethbhreac




ଗଣନା ପୁସ୍ତକ 23:12
11 Iomraidhean Croise  

ତୁମ୍ଭେ ହାରୋଣକୁ କହିବ ଏବଂ ତା'ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା'ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ।


ସେ ମିଷ୍ଟ ସ୍ୱରରେ କହିଲେ, ତାହାକୁ ବିଶ୍ୱାସ କର ନାହିଁ। ଯେହେତୁ ତା'ର ହୃଦୟରେ ସାତୋଟା ଘୃଣ୍ୟ ବିଷୟ ଥାଏ।


ସେହି ରାତ୍ରିରେ ପରମେଶ୍ୱର ବିଲିୟମ ନିକଟକୁ ଆସିଲେ ଏବଂ କହିଲେ, “ଯଦି ଏହି ଲୋକମାନେ ତୁମ୍ଭକୁ ସେମାନଙ୍କ ସଙ୍ଗରେ ଯିବାକୁ ଅନୁରୋଧ କରୁଛନ୍ତି, ତୁମ୍ଭେ ଯାଇପାର, କିନ୍ତୁ ମୁଁ ତୁମ୍ଭକୁ ଯାହା କହିଅଛି, ତୁମ୍ଭେ ତାହା ହିଁ କରିବା ଉଚିତ୍।”


ତହୁଁ ବିଲିୟମ ବାଲାକଙ୍କୁ କହିଲା, “ମୁଁ ତୁମ୍ଭ ନିକଟକୁ ଆସିଛି, ମାତ୍ର ପରମେଶ୍ୱର, ମୋ’ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି।”


ଏହା ପରେ ବାଲାକ୍ କହିଲେ, “ଦୟାକରି, ତୁମ୍ଭେ ମୋ’ ସହିତ ଏକ ସ୍ଥାନକୁ ଆସ, ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖି ପାରିବ। ତୁମ୍ଭେ କେବଳ ସେମାନଙ୍କୁ ଦେଖିବ ଯେଉଁମାନେ ଶେଷ ଭାଗରେ ଅଛନ୍ତି। କିନ୍ତୁ ତୁମ୍ଭେ ସମସ୍ତଙ୍କୁ ଦେଖି ପାରିବ ନାହିଁ। ସେହିଠାରୁ ମୋ’ ନିମନ୍ତେ ସେମାନଙ୍କୁ ଅଭିଶାପ ଦିଅ।”


ଦେଖ, ସଦାପ୍ରଭୁ ମୋତେ ଆଶୀର୍ବାଦ କରିବାକୁ ଆଜ୍ଞା ଦେଇଛନ୍ତି। ସେ ନିଜେ ମଧ୍ୟ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଏହା ଅନ୍ୟଥା କରି ନ ପାରେ।


ବିଲିୟମ ବାଲା‌କ୍‌‌କୁ କହିଲେ, “ମୁଁ ପୂର୍ବରୁ ତୁମ୍ଭକୁ କହିଅଛ ଯେ, ସଦାପ୍ରଭୁ ମୋତେ ଯାହା କହିବେ ମୁଁ ତାହା କରିବି।”


ତହୁଁ ବିଲିୟମ ବାଲାକକୁ କହିଲେ, “ତୁମ୍ଭେ ଆପଣା ହୋମବଳି ନିକଟରେ ଠିଆ ହୁଅ। ମୁଁ ଅନ୍ୟ ଏକ ସ୍ଥାନକୁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ। ଆଉ ସେ ଯାହା ନିର୍ଦ୍ଦେଶ ଦେବେ, ତାହା ହିଁ ତୁମ୍ଭକୁ କହିବି।” ଏଣୁ ସେ ଏକ ଉଚ୍ଚସ୍ଥାନକୁ ଗଲେ।


‘ଯଦି ବାଲାକ୍ ମୋତେ ସୁନା, ରୂପା ପୂର୍ଣ୍ଣ ଆପଣା ଗୃହ ଦେବେ, ତେବେ ମୁଁ ନିଜ ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରକୁ ଯାଇ ପାରିବି ନାହିଁ, ଯାହା ସଦାପ୍ରଭୁ କହିବେ ତାହା ହିଁ କରିବି।’


ଏହି ଲୋକମାନଙ୍କଠାରୁ ଦୂରରେ ରୁହ। ଏଭଳି ଲୋକେ ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସେବା ନ କରି କେବଳ ନିଜ ସୁଖରେ ମାତି ଥା’ନ୍ତି। ସେମାନେ ଆକର୍ଷଣୀୟ ଓ ସୁନ୍ଦର କଥା କହି ଲୋକମାନଙ୍କୁ ବୋକା କରନ୍ତି ଓ ଯେଉଁମାନେ ମନ୍ଦ ବିଷୟରେ ଜାଣି ନାହାନ୍ତି, ସେମାନଙ୍କୁ ଭୁଲାନ୍ତି।


ସେ ଲୋକମାନେ କୁହନ୍ତି ଯେ ସେମାନେ ପରମେଶ୍ୱରଙ୍କୁ ଜାଣିଛନ୍ତି। କିନ୍ତୁ ଯେଉଁସବୁ ମନ୍ଦ କାମ ସେମାନେ କରୁଛନ୍ତି, ସେଥିରୁ ଜଣାଯାଏ ଯେ ସେମାନେ ପରମେଶ୍ୱରଙ୍କୁ ଗ୍ରହଣ କରନ୍ତି ନାହିଁ। ସେମାନେ ଭୟଙ୍କର ଲୋକ, ଆଜ୍ଞା ବିରୋଧୀ ଓ କୌଣସି ଭଲ କାମ ପାଇଁ ଅଯୋଗ୍ୟ।


Lean sinn:

Sanasan


Sanasan