ଗଣନା ପୁସ୍ତକ 21:7 - ପବିତ୍ର ବାଇବଲ7 ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ। Faic an caibideilପବିତ୍ର ବାଇବଲ (Re-edited) - (BSI)7 ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାପ କଲୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିଷୟରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ। ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। Faic an caibideilଓଡିଆ ବାଇବେଲ7 ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଏନିମନ୍ତେ ଲୋକମାନେ ମୋଶାଙ୍କ ନିକଟକୁ ଆସି କହିଲେ, “ଆମ୍ଭେମାନେ ପାପ କରିଅଛୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ; ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ।” ତେଣୁ ମୋଶା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। Faic an caibideil |
ତେଣୁ ବର୍ତ୍ତମାନ ଇଲୀଫସ୍ ସାତୋଟି ଷଣ୍ଢ ଓ ସାତୋଟି ମେଣ୍ଢା ନେଇ ମୋ’ ଭୃତ୍ୟ ଆୟୁବ ପାଖକୁ ଯାଅ। ତାହା ବଧ କରି ନିଜ ପାଇଁ ହୋମବଳି ପରି ଉତ୍ସର୍ଗ କର। ଆମ୍ଭ ଦାସ ଆୟୁବ ତୁମ୍ଭ ପାଇଁ ପ୍ରାର୍ଥନା କରିବ ଏବଂ ଆମ୍ଭେ ପ୍ରାର୍ଥନାର ଉତ୍ତର ଦେବା। ତା'ପରେ ଆମ୍ଭେ ତୁମ୍ଭକୁ ଦଣ୍ଡ ଦେବା ନାହିଁ, ଯାହାର ତୁମ୍ଭେ ହକଦାର। ତୁମ୍ଭେ ଦଣ୍ଡ ପାଇବା ଉଚିତ୍, କାରଣ ତୁମ୍ଭେ ଅତି ନିର୍ବୋଧ। ତୁମ୍ଭେ ଆମ୍ଭ ବିଷୟରେ ଉଚିତ୍ କଥା କହି ନାହଁ। କିନ୍ତୁ ଆମ୍ଭର ଭୃତ୍ୟ ଆୟୁବ ଆମ୍ଭ ବିଷୟରେ ଉଚିତ୍ କଥା କହିଛି।”