Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 20:1 - ପବିତ୍ର ବାଇବଲ

1 ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ମରୁଭୂମିରେ ଉପସ୍ଥିତ ହେଲେ। ସେମାନେ କାଦେଶରେ ବାସ କଲେ। ମରିୟମ ସେହି ସ୍ଥାନରେ ମୃତ୍ୟୁବରଣ କଲେ ଓ ତାଙ୍କୁ ସେଠାରେ କବର ଦିଆଗଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ପ୍ରଥମ ମାସରେ ସୀନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ; ପୁଣି ସେହି ସ୍ଥାନରେ ମରୀୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ପ୍ରଥମ ମାସରେ ସୀନ୍‍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ; ପୁଣି, ସେହି ସ୍ଥାନରେ ମରୀୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣଙ୍କର ସମସ୍ତ ମଣ୍ଡଳୀ ପ୍ରଥମ ମାସରେ ସୀନ୍‍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ; ପୁଣି, ସେହି ସ୍ଥାନରେ ମରୀୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା।

Faic an caibideil Dèan lethbhreac




ଗଣନା ପୁସ୍ତକ 20:1
23 Iomraidhean Croise  

ଏହା ପରେ ରାଜା କଦର୍ଲାୟୋମଠାରୁ ଫେରି ଐ‌ଣ୍‌ମି‌ସ୍‌ପଟ୍ ଅର୍ଥାତ କାଦେଶକୁ ଯାଇ ଅମାଲେକୀୟ ଲୋକମାନଙ୍କର ସମସ୍ତ ଦେଶ ଏବଂ ହତ୍-ସସୋନ୍ ତାମର ନିବାସୀ ଇମୋରୀୟ ଲୋକମାନଙ୍କୁ ପରାସ୍ତ କଲେ।


ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ। ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।


ଏହା ପରେ ହାରୋଣର ଭଉଣୀ, ଭବିଷ୍ୟ‌ଦ୍‌ବକ୍ତ୍ରୀ ମରିୟମ ଦାରା ନେଲେ ଏବଂ ସମସ୍ତ ସ୍ତ୍ରୀ ଲୋକମାନେ ଦାରା ବଜାଇଲେ ଓ ନାଚିଲେ। ମରିୟମ ପୁନରାବୃତ୍ତି କଲେ।


ସେହି ବାଳକର ଜଣେ ଭଉଣୀ ତାକୁ ଦୂରରୁ ଲକ୍ଷ୍ୟ କରୁଥିଲା। ପିଲାଟିର କ’ଣ ହେବ, ଏହା ଜାଣିବା ପାଇଁ ଲକ୍ଷ୍ୟ ରଖିଲା।


ତା'ପରେ ସେହି ଶିଶୁଟିର ଭଉଣୀ ରାଜକନ୍ୟାଙ୍କୁ ପଗ୍ଭରିଲା, “ମୁଁ ଯାଇ ଏହି ଶିଶୁଟିକୁ ତା'ର ସ୍ତନ୍ୟପାନ କରାଇବା ପାଇଁ ଜଣେ ଏବ୍ରୀୟା ଧାତ୍ରୀକି ଆଣିପାରେ କି?”


“ପୁଣି ଦକ୍ଷିଣ ଦିଗରେ ଦକ୍ଷିଣ ସୀମା ତାମରଠାରୁ ମରୀବତ୍-କାଦେଶସ୍ଥ ଜଳ, ମିଶରର ସ୍ରୋତୋମାର୍ଗ ଓ ମହାସମୁଦ୍ର ପର୍ଯ୍ୟନ୍ତ ହେବ। ଏହା ଦକ୍ଷିଣ ଦିଗର ଦକ୍ଷିଣ ସୀମା।


ଆମ୍ଭେ କ’ଣ କରିଅଛୁ ତୁମ୍ଭମାନଙ୍କୁ କହିବା। ଆମ୍ଭେ ମୋଶା, ହାରୋଣ ଓ ମରିୟମକୁ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁ। ମିଶରରୁ ତୁମ୍ଭମାନଙ୍କୁ ଆଣିଅଛୁ ଓ ତୁମ୍ଭମାନଙ୍କୁ ଦାସତ୍ୱରୁ ମୁକ୍ତ କରିଅଛୁ।


ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।


ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିୟମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ୟ ଶ୍ୱେତବର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।


ତହୁଁ ମରିୟମ ସାତ ଦିନ ପର୍ଯ୍ୟନ୍ତ ଛାଉଣି ବାହାରେ ରହିଲା। ସେ ପୁନର୍ବାର ଭିତରକୁ ନ ଆସିବା ଯାଏ ଲୋକମାନେ ଯାତ୍ରା କଲେ ନାହିଁ।


ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ।


ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ।


ସେତେବେଳେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସାହାଯ୍ୟ ପାଇଁ ବିଳାପ କଲୁ ଓ ସେ ଆମ୍ଭର ପ୍ରାର୍ଥନା ଶୁଣିଲେ। ସେ ଏକ ଦୂତ ପଠାଇ ମିଶରରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ। “ବର୍ତ୍ତମାନ ଆମ୍ଭେ ତୁମ୍ଭ ଦେଶର ସୀମାସ୍ଥିତ କାଦେଶ ନଗରରେ ଅଛୁ।


ସମସ୍ତ ଇସ୍ରାଏଲର ଲୋକମାନେ କାଦେଶରୁ ହୋର ପର୍ବତକୁ ଯାତ୍ରା କଲେ।


ମୋଶା ହାରୋଣଙ୍କ ପବିତ୍ର ବସ୍ତ୍ର କାଢ଼ିଲେ ଓ ସେଗୁଡ଼ିକ ଇଲିୟାସରକୁ ପିନ୍ଧାଇଲେ। ତା'ପରେ ହାରୋଣ ପର୍ବତ ଉପରେ ମଲେ। ମୋଶା ଓ ଇଲିୟାସର ପର୍ବତରୁ ତଳକୁ ଓହ୍ଲାଇ ଆସିଲେ।


ସେହି ଅମ୍ରମର ସ୍ତ୍ରୀ ଯୋକେବଦ। ସେ ମିଶର ଦେଶରେ ଲେବୀର ପରିବାରବର୍ଗରୁ ଜନ୍ମ ହୋଇଥିଲା। ଅମ୍ରମ୍ ଔରସରେ ଯୋକେବଦଠାରୁ ମୋଶା, ହାରୋଣ ଓ ସେମାନଙ୍କର ଭଉଣୀ ମରିୟମ ଜନ୍ମ ହୋଇଥିଲେ।


ମନେପକାଅ, ଯେତେବେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କ୍ରୋଧିତ ହେଲେ, ତୁମ୍ଭେ ଓ ହାରୋଣ ମୋର ଆଜ୍ଞା ଅମାନ୍ୟ କଲ। ତୁମ୍ଭେମାନେ ମୋର ପବିତ୍ରତାକୁ ଲୋକଙ୍କ ସମ୍ମୁଖରେ ସମ୍ମାନ କଲ ନାହିଁ।” (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧ୍ୟରେ ଘଟଣା କ୍ରମେ ହେବ।)


ସେମାନେ ଇ‌ତ୍‌ସିୟୋନ-ଗେବରରୁ ଯାତ୍ରା କଲେ ଓ ସିନ୍ ମରୁଭୂମିରେ କାଦେଶଠାରେ ଛାଉଣି ସ୍ଥାପନ କଲେ।


ତେଣୁ ତୁମ୍ଭେମାନେ କାଦେଶରେ ବହୁଦିନ ପର୍ଯ୍ୟନ୍ତ ରହିଲ।


କାଦେଶ ବର୍ଣ୍ଣେୟଠାରୁ ସେରଦ ଉପତ୍ୟକା ପାରହେବା ପର୍ଯ୍ୟନ୍ତ ଆମ୍ଭକୁ ଅଠତିରିଶ୍ ବର୍ଷ ଲାଗିଥିଲା। ଆମ୍ଭ ଛାଉଣି ମଧ୍ୟରୁ ସେହି ପୁରୁଷର ସମସ୍ତ ଯୋଦ୍ଧା ମରିଗଲେ ସେହି ସମୟ ମଧ୍ୟରେ। ଏହା ସଦାପ୍ରଭୁଙ୍କର ପ୍ରତିଜ୍ଞା ଥିଲା।


କାରଣ ତୁମ୍ଭେମାନେ ଉଭୟେ ସେଠାରେ ମୋ’ ବିରୁଦ୍ଧରେ ପାପ କରି ଥିଲ। ସିନ୍ ପ୍ରାନ୍ତରରେ କାଦେଶସ୍ଥ ମିରୀବାଃ ଜଳ ନିକଟରେ ଥିଲ। ସେଠାରେ ତୁମ୍ଭେ ଇସ୍ରାଏଲ ଲୋକମାନଙ୍କ ସମ୍ମୁଖରେ ମୋ’ ବିରୁଦ୍ଧରେ ପାପ କରିଥିଲ। ମୁଁ ପବିତ୍ର ବୋଲି ତୁମ୍ଭେ ମୋତେ ସମ୍ମାନ କରି ନ ଥିଲ।


ଯେତେବେଳେ ଇସ୍ରାଏଲର ଲୋକମାନେ ମିଶର ପରିତ୍ୟାଗ କଲେ, ସେମାନେ ମରୁଭୂମିକୁ ଗଲେ। ଇସ୍ରାଏଲୀୟମାନେ ସୂଫସାଗରକୁ ଗଲେ ଓ ତା'ପରେ କାଦେଶକୁ ଗଲେ।


Lean sinn:

Sanasan


Sanasan