Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 2:18 - ପବିତ୍ର ବାଇବଲ

18 “ଇଫ୍ରୟିମ ବିଭାଗର ଛାଉଣିର ଧ୍ୱଜା ପଶ୍ଚିମ ଦିଗକୁ ରହିବ। ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ ଲୋକମାନଙ୍କର ଅଧିପତି ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

18 ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;

Faic an caibideil Dèan lethbhreac

ଓଡିଆ ବାଇବେଲ

18 ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;

Faic an caibideil Dèan lethbhreac




ଗଣନା ପୁସ୍ତକ 2:18
13 Iomraidhean Croise  

ଏବଂ ବର୍ତ୍ତମାନ ତୁମ୍ଭର ଦୁଇ ପୁତ୍ର ଅଛନ୍ତି। ଏହି ଦୁଇ ପୁତ୍ର ମିଶରରେ ମୋର ଆସିବା ପୂର୍ବରୁ ଜନ୍ମିଛନ୍ତି। ତୁମ୍ଭର ଦୁଇ ପୁତ୍ର ଇଫ୍ରୟିମ ଓ ମନଃଶି ମୋ’ ନିଜର ପୁତ୍ର ପରି। ସେମାନେ ରୁବେନ୍ ଓ ଶିମିୟୋନଙ୍କ ପରି ମୋ’ ପାଇଁ ଅଟନ୍ତି।


ସେମାନେ କ୍ରନ୍ଦନ କରି ଆସୁଥିଲା ବେଳେ ଆମ୍ଭେ ସେମାନଙ୍କୁ ଆଗେଇ ନେବା। ଆମ୍ଭେ ସେମାନଙ୍କୁ ଜଳପୂର୍ଣ୍ଣ ନଦୀଗୁଡ଼ିକ ନିକଟ ଦେଇ ସଳଖ ପଥରେ ଗମନ କରାଇବା। ସେ ପଥରେ ସେମାନେ ଝୁଣ୍ଟିବେ ନାହିଁ। କାରଣ ଆମ୍ଭେ ଇସ୍ରାଏଲର ପିତା ଓ ଇଫ୍ରୟିମ ଆମ୍ଭର ପ୍ରଥମଜାତ ସନ୍ତାନ।


ଇଫ୍ରୟିମ ଗୋଷ୍ଠୀର, ଅମ୍ମୀହୂଦର ପୁତ୍ର ଇଲୀଶାମା। ମନଃଶି ବଂଶଧର, ପଦାହସୂରର ପୁତ୍ର ଗମଲିୟେଲ। (ଇଫ୍ରୟିମ ଏବଂ ମନଃଶି ଯୋଷେଫଙ୍କ ପୁତ୍ର ଅଟନ୍ତି)।


ଇଫ୍ରୟିମଙ୍କର ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।


ଏଥିଉତ୍ତାରେ ଇଫ୍ରୟିମ ଗୋଷ୍ଠୀର ବିଭାଗର ଧ୍ୱଜା ଚଳିଲା। ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟର ଅଧିନାୟକ ଥିଲେ।


ତାଙ୍କର ସୈନ୍ୟବାହିନୀର ସାମର୍ଥ୍ୟ 40,500


ଯୋଷେଫ ହେଉଛନ୍ତି, ଶକ୍ତିଶାଳୀ ବୃଷଭ ପରି। ତାଙ୍କର ଦୁଇପୁତ୍ର ତାଙ୍କର ଶିଙ୍ଗ ସଦୃଶ। ସେମାନେ ଅନ୍ୟ ଲୋକମାନଙ୍କୁ ଆକ୍ରମଣ କରିବେ ଏବଂ ପୃଥିବୀର ଶେଷ ସୀମାକୁ ସେମାନଙ୍କୁ ତଡ଼ି ଦେବେ। ସେମାନେ ମନଃଶିର ହଜାର ହଜାର ଲୋକପରି, ଇଫ୍ରୟିମଙ୍କ ଦଶହଜାର ଲୋକଙ୍କ ତୁଲ୍ୟ।”


Lean sinn:

Sanasan


Sanasan