Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 19:21 - ପବିତ୍ର ବାଇବଲ

21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେକେହି ସେହି ଅଶୌଗ୍ଭର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେକେହି ସେହି ଅଶୌଗ୍ଭର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ; ଆଉ ଯେ କେହି ସେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ; ପୁଣି ଯେ କେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ; ଆଉ ଯେକେହି ସେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ; ପୁଣି, ଯେକେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ; ଆଉ ଯେକେହି ସେହି ଅଶୌଚାର୍ଥକ ଜଳ ସେଚନ କରେ, ସେ ଆପଣା ବସ୍ତ୍ର ଧୋଇବ; ପୁଣି, ଯେକେହି ସେହି ଅଶୌଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ।

Faic an caibideil Dèan lethbhreac




ଗଣନା ପୁସ୍ତକ 19:21
12 Iomraidhean Croise  

ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛରେ ଥିବା ନିୟମ-ସିନ୍ଦୁକ ଓ ଏହାର ସମ୍ମୁଖରେ ଥିବା ଏହାକୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରଜୁଯ୍ୟ ହେବ।”


ପୁଣି ଯେକେହି ସେମାନଙ୍କର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ପୁଣି ଯେକେହି ସେହି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଆଉ ଯେକେହି ତାକୁ ବହନ କରେ, ସେ ମଧ୍ୟ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ମାତ୍ର ଲେବୀମାନେ ସମାଗମ-ତମ୍ବୁର ସେବା କରିବେ ଓ ସେମାନେ ଏଥିପାଇଁ ଦାୟୀ ରହିବେ। ଏହା ପୁରୁଷାନୁକ୍ରମେ ଏକ ଅନନ୍ତକାଳୀନ ବିଧି ହେବ। କିନ୍ତୁ ସେମାନେ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ କୌଣସି ଦେଶ ଅଧିକାର ପାଇବେ ନାହିଁ।


“ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। “ଏହି ବିଧି ଇସ୍ରାଏଲର ଲୋକମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶରେ ଜନ୍ମିତ ଅଧିବାସୀମାନଙ୍କ ନିମନ୍ତେ ଲାଗୁ ହେବ। ଏହି ନିୟମ ଚିରସ୍ଥାୟୀ।


ତା'ପରେ ସେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ତା'ପରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଯେଉଁ ଲୋକ ସେହି ଗାଈକି ଦ‌ଗ୍‌ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳରେ ସ୍ନାନ କରିବ। ଆଉ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ।


ଏହାର କାରଣ ହେଲା ଯେ, ବଳଦମାନଙ୍କ ଓ ଛେଳିମାନଙ୍କ ରକ୍ତ ପାପ ହରଣ କରିବା ପାଇଁ ସକ୍ଷମ ନୁହନ୍ତି।


ମୋଶାଙ୍କ ବ୍ୟବସ୍ଥା କୌଣସି ବିଷୟ ସିଦ୍ଧ କରି ନ ଥିଲା। ଏବେ ଆମ୍ଭକୁ ମିଳିଥିବା ଶ୍ରେଷ୍ଠତର ଭରସାରେ ଆମ୍ଭେ ପରମେଶ୍ୱରଙ୍କ ପାଖକୁ ଆସି ପାରିବା।


ସେଗୁଡ଼ିକ ଖାଦ୍ୟ, ପେୟ ଓ ବିଭିନ୍ନ ପ୍ରକାରର ଶୌଚକ୍ରିୟା କେବଳ ଶାରୀରିକ ବିଧିବିଧାନ ଅଟେ, ଏତଦ୍ଦ୍ୱାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ୱରଙ୍କ ନୂତନ ଚୁକ୍ତିର ସମୟ ପର୍ଯ୍ୟନ୍ତ ପରମେଶ୍ୱର ସେହିସବୁ ନିୟମ ଲୋକମାନଙ୍କୁ ଦେଲେ।


Lean sinn:

Sanasan


Sanasan