Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 16:10 - ପବିତ୍ର ବାଇବଲ

10 ସଦାପ୍ରଭୁ ତୁମ୍ଭଙ୍କୁ ଓ ତୁମ୍ଭର ସମସ୍ତ ଲେବୀ ସନ୍ତାନଗଣଙ୍କୁ ସାହାଯ୍ୟ କରିବାକୁ ତାଙ୍କର ନିକଟବର୍ତ୍ତୀ କରିଅଛନ୍ତି। ଏହା କ’ଣ ତୁମ୍ଭମାନଙ୍କ ପକ୍ଷରେ କ୍ଷୁଦ୍ର କଥା? ଆଉ ତୁମ୍ଭେମାନେ ଯାଜକ ହେବାକୁ ଚେଷ୍ଟା କରୁଛ?

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ସେ ଯେ ତୁମ୍ଭଙ୍କୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବୀର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ? ଆହୁରି କି ତୁମ୍ଭେମାନେ ଯାଜକତ୍ଵର ଚେଷ୍ଟା କରୁଅଛ?

Faic an caibideil Dèan lethbhreac

ଓଡିଆ ବାଇବେଲ

10 ପୁଣି, ସେ ଯେ ତୁମ୍ଭଙ୍କୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବୀର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ ? ଆହୁରି କି ତୁମ୍ଭେମାନେ ଯାଜକତ୍ୱର ଚେଷ୍ଟା କରୁଅଛ ?

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ସେ ଯେ ତୁମ୍ଭଙ୍କୁ ଓ ତୁମ୍ଭ ସହିତ ତୁମ୍ଭର ସମସ୍ତ ଭ୍ରାତା ଲେବୀର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହା କି ତୁମ୍ଭମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ? ଆହୁରି କି ତୁମ୍ଭେମାନେ ଯାଜକତ୍ୱର ଚେଷ୍ଟା କରୁଅଛ?

Faic an caibideil Dèan lethbhreac




ଗଣନା ପୁସ୍ତକ 16:10
11 Iomraidhean Croise  

ଅହଙ୍କାରରୁ କେବଳ କଳି ଉତ୍ପନ୍ନ ହୁଏ, ମାତ୍ର ସୁପରାମର୍ଶ ଗ୍ରାହକଠାରେ ଜ୍ଞାନ ଅଛି।


ଅନନ୍ତର ସଦାପ୍ରଭୁ ହାରୋଣଙ୍କୁ କହିଲେ, “ତୁମ୍ଭେ ତୁମ୍ଭର ପୁତ୍ରଗଣ ଓ ତୁମ୍ଭର ପରିବାର ପବିତ୍ର ସ୍ଥାନ ପାଇଁ ଦାୟୀ ରହିବ। ପୁଣି ଯାଜକତ୍ୱର କର୍ତ୍ତବ୍ୟ ପାଇଁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଦାୟୀ ରହିବେ।


କିନ୍ତୁ ତୁମ୍ଭେ ଓ ତୁମ୍ଭର ପୁତ୍ରଗଣ ଯଜ୍ଞବେଦି ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦବସ୍ତ୍ର ଭିତରେ ପବିତ୍ର ସ୍ଥାନରେ ଯାଜକତ୍ୱ ପାଳନ କରିବ ଓ ସେବା କରିବ, ଆମ୍ଭେ ଆମ୍ଭର ଦାନଜନିତ ସେବାରୂପେ ତୁମ୍ଭମାନଙ୍କୁ ଯାଜକତ୍ୱ ପଦ ଦେଲୁ। ଯଦି କେହି ଅଜଣା ବ୍ୟକ୍ତି ମୋର ପବିତ୍ର ସ୍ଥାନ ନିକଟକୁ ଆସେ, ତାକୁ ହତ୍ୟା କରାଯିବ।”


“ପୁଣି ତୁମ୍ଭେ ହାରୋଣ, ତା'ର ପୁତ୍ରଗଣଙ୍କୁ ଯାଜକରୂପେ ନିଯୁକ୍ତ କରିବ। ସେମାନେ ଯାଜକରୂପେ ସେବାକାର୍ଯ୍ୟ କରିବେ। ଯଦି କୌଣସି ବିଦେଶୀ ପାଖକୁ ଆସେ, ତାକୁ ଆଇନ ସଙ୍ଗତ କାର୍ଯ୍ୟ କରିବ।”


“ତୁମ୍ଭେ ଲେବୀ ଗୋଷ୍ଠୀର ସମସ୍ତ ଲୋକଙ୍କୁ ଆଣି ହାରୋଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ।


ସେମାନଙ୍କ ମଧ୍ୟରେ ସବୁଠାରୁ କିଏ ଶ୍ରେଷ୍ଠ ପ୍ରେରିତମାନେ ସେହି ବିଷୟରେ ପରସ୍ପର ମଧ୍ୟରେ ବାଦାନୁବାଦ କରିବାକୁ ଲାଗିଲେ।


ଭଲ କାର୍ଯ୍ୟରେ ଜଡ଼ିତ ହୁଅ। ଭାଇ ଓ ଭଉଣୀଙ୍କ ଭଳି ସମର୍ପିତ ରହି ଜଣେ ଅନ୍ୟ ଜଣକୁ ଦୟାର ସହ ପ୍ରେମ କରୁ। ତୁମ୍ଭେ ନିଜେ ଯେତିକି ସମ୍ମାନ ଗ୍ଭହଁ, ତା'ଠାରୁ ଅଧିକ ସମ୍ମାନ ଏହି ଭାଇଭଉଣୀ ମାନଙ୍କୁ ଦିଅ।


ସ୍ୱାର୍ଥପରତା ଓ ଗର୍ବ ହେତୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।


ମୁଁ ମଣ୍ଡଳୀକୁ ଗୋଟିଏ ପତ୍ର ଲେଖିଥିଲି। କିନ୍ତୁ ଦିୟତ୍ରଫା ଆମ୍ଭ କଥା ଶୁଣିବା ପାଇଁ ରାଜି ନୁହେଁ। ସେ ସର୍ବଦା ସେଠାରେ ନେତା ହୋଇ ରହିବା ପାଇଁ ଗ୍ଭହେଁ।


ଏହା ପରେ ମୀଖା ଦ୍ୱାରା ଯାଜକ ଭାବରେ ନିଯୁକ୍ତ ହୋଇ ସେହି ଯୁବା ଲୋକ ମୀଖାର ଗୃହରେ ରହିଲା।


Lean sinn:

Sanasan


Sanasan