Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 16:1 - ପବିତ୍ର ବାଇବଲ

1 ଲେବୀର ଏକ ବଂଶଧର କୋରହ, କୋରହ ଯି‌ଷ୍‌ହରର ପୁତ୍ର, ତା'ର ପିତା କହାତ ଏବଂ ରୁବେ‌ନ୍‌ର ତିନି ଜଣ ମଧ୍ୟରୁ ଦାଥନ ଓ ଅବୀରାମ, ଇଲିୟାବର ଦୁଇ ପୁତ୍ର ପେଲତର ପୁତ୍ର ଓନ୍।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଅନନ୍ତର ଲେବୀର ପ୍ରପୌତ୍ର, କହାତର ପୌତ୍ର, ଯିଷ୍ହରର ପୁତ୍ର କୋରହ, ପୁଣି ରୁବେନର ସନ୍ତାନଗଣ ମଧ୍ୟରୁ ଇଲୀୟାବର ପୁତ୍ର ଦାଥନ୍ ଓ ଅବୀରାମ ଓ ପେଲତର ପୁତ୍ର ଓନ୍, ଦଳ ବାନ୍ଧିଲେ;

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଏଥିଉତ୍ତାରେ ଲେବୀର ପ୍ରପୌତ୍ର, କହାତର ପୌତ୍ର, ଯିଷ୍‍ହରର ପୁତ୍ର କୋରହ, ପୁଣି, ରୁବେନ୍‍ର ସନ୍ତାନଗଣ ମଧ୍ୟରୁ ଇଲୀୟାବ୍‍ର ପୁତ୍ର ଦାଥନ, ଅବୀରାମ୍ ଓ ପେଲତ୍‍ର ପୁତ୍ର ଓନ୍‍, ଦଳ ବାନ୍ଧିଲେ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଥିଉତ୍ତାରେ ଲେବୀର ପ୍ରପୌତ୍ର, କହାତର ପୌତ୍ର, ଯିଷ୍‍ହରର ପୁତ୍ର କୋରହ, ପୁଣି, ରୁବେନ୍‍ର ସନ୍ତାନଗଣ ମଧ୍ୟରୁ ଇଲୀୟାବ୍‍ର ପୁତ୍ର ଦାଥନ, ଅବୀରାମ ଓ ପେଲତ୍‍ର ପୁତ୍ର ଓନ୍‍, ଦଳ ବାନ୍ଧିଲେ;

Faic an caibideil Dèan lethbhreac




ଗଣନା ପୁସ୍ତକ 16:1
11 Iomraidhean Croise  

ଲୋକମାନେ ମୋଶାଙ୍କ ପ୍ରତି ଈର୍ଷା କଲେ। ଲୋକମାନେ ସଦାପ୍ରଭୁଙ୍କର ପବିତ୍ର ଯାଜକ ହାରୋଣଙ୍କ ପ୍ରତି ଈର୍ଷାପରାୟଣ ହେଲେ।


ଲେବୀ 137 ବର୍ଷ ବଞ୍ଚିଥିଲେ। ଲେବୀଙ୍କର ସନ୍ତାନମାନେ ଥିଲେ, ଗେର୍ଶୋନ୍, କହାତ୍ ଓ ମରାରି।


କହାତ 133 ବର୍ଷ ପଞ୍ଚିଥିଲେ। କହାତଙ୍କର ପୁତ୍ରମାନେ ଥିଲେ, ଅମ୍ରମ୍, ଯି‌ଷ୍‌ହର, ହିବ୍ରୋଣ ଓ ଉଷୀୟେଲ,


ଯି‌ଷ୍‌ହରର ସନ୍ତାନ କୋରହ, ନେଫଗ୍ ଓ ସିଖ୍ରି।


ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବାକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।”


“ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ୟୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ୟୁବରଣ କଲେ। ସେହିମାନଙ୍କ ମଧ୍ୟରୁ ଜଣେ ନ ଥିଲେ, ଯେଉଁମାନେ କୋରହ ଦଳରେ ସଦାପ୍ରଭୁଙ୍କ ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ତାଙ୍କର ପୁତ୍ର ନ ଥିଲା।


ତୁମ୍ଭେମାନେ ଦେଖିଛ ରୁବେ‌ନ୍‌ର ପୁତ୍ର ଇଲୀୟାବର ସନ୍ତାନ ଦାଥନୁ ଓ ଅବୀରାମ ପ୍ରତି ଯାହା ଯାହାସବୁ ସେ କରିଛନ୍ତି, ପୃଥିବୀ ଯେପରି ଆପଣା ମୁଖ ବିସ୍ତାର କରି ସମସ୍ତ ଇସ୍ରାଏଲ ମଧ୍ୟବର୍ତ୍ତୀ ସେମାନଙ୍କୁ ଓ ସେମାନଙ୍କ ପରିଜନବର୍ଗଙ୍କୁ ଓ ସେମାନଙ୍କ ତମ୍ବୁ ଓ ସେମାନଙ୍କ ପଶ୍ଚା‌ତ୍‌ବର୍ତ୍ତୀ ସମସ୍ତ ପ୍ରାଣୀକୁ ଗ୍ରାସ କଲା, ଏ ସମସ୍ତ ତୁମ୍ଭର ପିଲାମାନେ ଦେଖି ନାହାନ୍ତି।


ଏହା ସେମାନଙ୍କ ପାଇଁ ଖରାପ ଅଟେ। ଏହି ଲୋକମାନେ କୟିନର ପଥ ଅନୁସରଣ କରିଛନ୍ତି। ସେମାନେ ଅର୍ଥ ଲୋଭ ସକାଶେ ବିଲିୟାମ ପରି ଅନ୍ୟାୟ ପଥ ଅନୁସରଣ କରିଛନ୍ତି। ଏହି ଲୋକମାନେ କୋରହ ପରି ପରମେଶ୍ୱରଙ୍କ ବିରୁଦ୍ଧରେ ଆଚରଣ କରିଛନ୍ତି। କୋରହ ପରି ସେମାନେ ମଧ୍ୟ ଧ୍ୱଂସ ହେବେ।


Lean sinn:

Sanasan


Sanasan