Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 14:6 - ପବିତ୍ର ବାଇବଲ

6 ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ନିଜ ନିଜ ବସ୍ତ୍ର ଚିରିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

6 ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ;

Faic an caibideil Dèan lethbhreac

ଓଡିଆ ବାଇବେଲ

6 ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ତହୁଁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ;

Faic an caibideil Dèan lethbhreac




ଗଣନା ପୁସ୍ତକ 14:6
22 Iomraidhean Croise  

ତୁମ୍ଭମାନଙ୍କ ମଧ୍ୟରୁ କେହି, ଆମ୍ଭେ ଯେଉଁ ଦେଶ ତୁମ୍ଭମାନଙ୍କୁ ଦେବାକୁ ପ୍ରତିଜ୍ଞା କରିଥିଲୁ, ସେଠାରେ ପ୍ରବେଶ କରି ପାରିବ ନାହିଁ। କେବଳ ଯିଫୁନ୍ନିର ପୁତ୍ର କାଲେବ ଓ ନୂନର ପୁତ୍ର ଯିହୋଶୂୟ ସେ ଦେଶରେ ପ୍ରବେଶ କରିବେ।


କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।”


ମାତ୍ର ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ କେବଳ ନୂନର ପୁତ୍ର ଯିହୋଶୂୟ ଓ ଯିଫୁନ୍ନିର ପୁତ୍ର କାଲେବ୍ ଜୀବିତ ରହିଲେ।


ଇଫ୍ରୟିମ ଗୋଷ୍ଠୀବର୍ଗ ମଧ୍ୟରୁ ନୂନର ପୁତ୍ର ହୋଶେୟ।


ଯିହୁଦା ଗୋଷ୍ଠୀବର୍ଗ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍।


ଏହା ଶୁଣି ଯାକୁବ ତାଙ୍କ ଲୁଗା ଚିରି, ବିଶେଷ ଶୋକ ବସ୍ତ୍ର ପିନ୍ଧି ତାଙ୍କର ଶୋକ ପ୍ରକାଶ କଲେ। ଯାକୁବ ବହୁ ଦିନ ପର୍ଯ୍ୟନ୍ତ ପୁତ୍ର ପାଇଁ ଶୋକ କଲେ।


ରୁବେନ୍ ତା'ର ଭାଇମାନଙ୍କ ସହିତ ନ ଥିଲା, ଯେତେବେଳେ ସେମାନେ ଯୋଷେଫଙ୍କୁ ବଣିକମାନଙ୍କ ମଧ୍ୟରେ ବିକ୍ରୀ କରିଥିଲେ। ଯେତେବେଳେ ରୁବେନ୍ ଆସିଲା ଓ ଦେଖିଲା ଯେ ତା'ର ଭାଇ ଯୋଷେଫ ସେହି କୂପ ମଧ୍ୟରେ ନ ଥିଲେ। ସେ ଏତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲା ଯେ, ତା'ର ପୋଷାକ ସବୁ ଚିରି ପକାଇଲା।


ମହାଯାଜକ ଏ କଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକେଇଲେ ଓ ସେ କହିଲେ, “ଏ ଯେଉଁସବୁ କଥା କହିଲେ, ତା’ ଦ୍ୱାରା ପରମେଶ୍ୱରଙ୍କର ନିନ୍ଦା ହୋଇଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କର ନିନ୍ଦା ଶୁଣିଛ। ତୁମ୍ଭେମାନେ ତେବେ କ’ଣ ଭାବୁଛ?”


ଆୟୁବ ଯେତେବେଳେ ଏସବୁ ଶୁଣିଲା ସେ ନିଜର ପୋଷାକପତ୍ର ଚିରି ଦେଲା ଏବଂ ଦୁଃଖ ଓ ଗ୍ଳାନିରେ ଲଣ୍ଡା ହୋଇପଡ଼ିଲା। ତା'ପରେ ଆୟୁବ ଭୂମିରେ ବସି ପଡ଼ି ପରମେଶ୍ୱରଙ୍କୁ ଉପାସନା କରିବାକୁ ଲାଗିଲା।


ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମ ଇତିହାସ ଲେଖକ ନିଜ ନିଜ ବସ୍ତ୍ରସବୁ ଚିରି ହିଜକିୟ ନିକଟକୁ ଆସି ଆଦେଶକାରୀ କଥାସବୁ ତାଙ୍କୁ ଜଣାଇଲେ।


ଦାଉଦ ଯୋୟାବ ଓ ତାଙ୍କ ସହିତ ଥିବା ସମସ୍ତ ଲୋକଙ୍କୁ କହିଲେ, “ତୁମ୍ଭର ବସ୍ତ୍ର ଚିରିଦିଅ ଓ ସମସ୍ତେ ଦୁଃଖଦ ବସ୍ତ୍ର ପିନ୍ଧ, ଅ‌‌ବ୍‌‌ନର‌ ପାଇଁ ରୋଦନ କର।” ସେମାନେ ହିବ୍ରୋଣଠାରେ ଅ‌‌ବ୍‌‌ନର‌କୁ କବର ଦେଲେ। ରାଜା ଦାଉଦ ମଧ୍ୟ ସେ ସ୍ଥାନରେ ଉପସ୍ଥିତ ରହିଲେ। ରାଜା ଦାଉଦ ଓ ତାଙ୍କର ଲୋକମାନେ କବର ନିକଟରେ ଠିଆ ହୋଇ ରୋଦନ କଲେ।


ଯେତେବେଳେ ଯିପ୍ତହ ଦେଖିଲେ ତାଙ୍କର କନ୍ୟା ଯେ କି ପ୍ରଥମେ ଗୃହରୁ ବାହାର ହୋଇ ତାଙ୍କୁ ଦେଖା ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, “ହେ ମୋର କନ୍ୟା! ତୁମ୍ଭେ ମୋତେ ଧ୍ୱଂସ କରିଦେଲ। ତୁମ୍ଭେ ମୋର ଦୁଃଖର କାରଣ ହେଲ, କାରଣ ମୁଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମୁଖରେ ପ୍ରତିଜ୍ଞା କରିଛି ଏବଂ ମୁଁ ପ୍ରତିଜ୍ଞା ଫେରାଇ ନେଇପାରିବି ନାହିଁ।”


ଯେତେବେଳେ ଯିହୋଶୂୟ ଏହା ଶୁଣିଲେ। ସେ ତାଙ୍କର ଦୁଃଖ ଜଣାଇବା ପାଇଁ, ତାଙ୍କର ବସ୍ତ୍ରକୁ ଚିରି ଦେଲେ। ସେ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ନିକଟରେ ମଥାମାଡ଼ି ଭୂମିରେ ପଡ଼ି ରହିଲେ। ଯିହୋଶୂୟ ଇସ୍ରାଏଲର ନେତୃବର୍ଗଙ୍କ ସହିତ ସେଠାରେ ରହିଲେ, ଯେଉଁମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଦୁଃଖ ଜଣାଇ ସେମାନଙ୍କର ମସ୍ତକରେ ଧୂଳି ଫିଙ୍ଗିଲେ।


ମାତ୍ର ଆମ୍ଭର ସେବକ କାଲେବ ସେମାନଙ୍କଠାରୁ ଭିନ୍ନ। ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି। ଏଣୁ ସେ ଯେଉଁ ଦେଶକୁ ଯାଇଥିଲା, ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାହାର ବଂଶ ତାହା ଅଧିକାର କରିବେ।


ଭାଇମାନେ ଭାରି ଦୁଃଖ ପ୍ରକାଶ କଲେ। ସେମାନେ ଦୁଃଖରେ ସେମାନଙ୍କର ପୋଷାକ ଚିରି ପକାଇଲେ। ସେମାନେ ସେମାନଙ୍କର ପଟଗୁଡ଼ିକ ଗଧ ପିଠିରେ ପକାଇ ନଗରକୁ ଫେରିଲେ।


ମହାଯାଜକ ଏ କଥା ଶୁଣି ଖୁବ୍ ରାଗି ଗଲେ। ସେ ରାଗରେ ନିଜ ବସ୍ତ୍ର ଚିରି ପକାଇ ସମସ୍ତଙ୍କୁ କହିଲେ, “ଆମ୍ଭର ଆଉ ସାକ୍ଷୀର କ’ଣ ଦରକାର?


କିନ୍ତୁ ବର୍ଣ୍ଣ‌ବ୍‌‌ବା ଓ ପାଉଲ ଏହା ଶୁଣି ନିଜ ବସ୍ତ୍ର ଚିରି ପକାଇଲେ। ସେମାନେ ଲୋକମାନଙ୍କ ଆଡ଼କୁ ଦୌଡ଼ି ପାଟିକରି କହିବାକୁ ଲାଗିଲେ:


ତହିଁରେ ମୋଶା ଓ ହାରୋଣ ଏତେ ବ୍ୟତିବ୍ୟସ୍ତ ହୋଇଗଲେ ଯେ, ସେମାନେ ଇସ୍ରାଏଲର ଲୋକମାନଙ୍କ ଆଗରେ ମୁହଁ ମାଡ଼ି ଭୂମିରେ ପଡ଼ିଗଲେ।


ଆଉ ଏହି ଦୁଇଲୋକ ଇସ୍ରାଏଲ ଲୋକମାନଙ୍କର ସମସ୍ତ ମଣ୍ତଳୀକି କହିଲେ, “ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ, ତାହା ଅତ୍ୟନ୍ତ ଉତ୍ତମ ଦେଶ।


ଦିନେ ଯିହୁଦା ପରିବାରବର୍ଗଠାରୁ କିଛି ଲୋକ ଗି‌ଲ୍‌ଗ‌ଲ୍‌ରେ ଥିବା ଯିହୋଶୂୟଙ୍କ ନିକଟକୁ ଗଲେ। ସେହି ଲୋକମାନଙ୍କ ମଧ୍ୟରେ ଜଣେ ଲୋକ ଥିଲେ। ତାଙ୍କର ନାମ ଥିଲା କାଲେବ୍, ଯେ କି କନିସୀୟ ଯିଫୁନ୍ନିର ପୁତ୍ର ଥିଲା। କାଲେବ୍ ଯିହୋଶୂୟଙ୍କୁ କହିଲେ, “ତୁମ୍ଭର ମନେଥିବ ସଦାପ୍ରଭୁ ପରମେଶ୍ୱର କାଦେଶ ବର୍ଣ୍ଣେୟରେ ଯାହା କହିଥିଲେ। ସଦାପ୍ରଭୁ ତାଙ୍କର ସେବକ ମୋଶାଙ୍କୁ କହିଥିଲେ ଯାହା ତୁମ୍ଭ ବିଷୟରେ ଓ ମୋ’ ବିଷୟ।


ନୂନ୍ ଇଲୀଶାମାଙ୍କ ପୁତ୍ର ଥିଲେ। ଯିହୋଶୂୟ ନୂନଙ୍କ ପୁତ୍ର ଥିଲେ।


Lean sinn:

Sanasan


Sanasan