Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 12:10 - ପବିତ୍ର ବାଇବଲ

10 ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା। ହାରୋଣ ମରିୟମଙ୍କୁ ଦେଖିଲେ, ତାଙ୍କର ଚର୍ମ ହିମତୁଲ୍ୟ ଶ୍ୱେତବର୍ଣ୍ଣ, ସେ କୁଷ୍ଠଗ୍ରସ୍ତା ହେଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

10 ପୁଣି ତମ୍ଵୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ; ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ଵେତ; ପୁଣି ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ।

Faic an caibideil Dèan lethbhreac

ଓଡିଆ ବାଇବେଲ

10 ପୁଣି, ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ୱେତ; ପୁଣି, ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ପୁଣି, ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା ଆଉ ଦେଖ, ମରୀୟମ କୁଷ୍ଠଗ୍ରସ୍ତା, ହିମ ତୁଲ୍ୟ ଶ୍ୱେତ; ପୁଣି, ହାରୋଣ ମରୀୟମଙ୍କୁ ଅନାନ୍ତେ, ଦେଖ, ସେ କୁଷ୍ଠଗ୍ରସ୍ତ।

Faic an caibideil Dèan lethbhreac




ଗଣନା ପୁସ୍ତକ 12:10
13 Iomraidhean Croise  

ପୁଣି ସଦାପ୍ରଭୁ ଅସରିୟଙ୍କୁ ମରଣ ପର୍ଯ୍ୟନ୍ତ କୁଷ୍ଠୀ କରିଦେଲେ ଓ ସେ ଏକ ପୃଥକ ଗୃହରେ ବାସ କଲେ। ଆଉ ରାଜାଙ୍କର ପୁତ୍ର ଯୋଥମ୍ ଗୃହର କର୍ତ୍ତା ହୋଇ ଦେଶସ୍ଥ ଲୋକମାନଙ୍କର ବିଗ୍ଭର କଲେ।


ଏଣୁ ନାମା‌ନ୍‌ର ଚର୍ମ ରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶଠାରେ ଚିରକାଳ ପର୍ଯ୍ୟନ୍ତ ଲାଗି ରହିବ।” ତୁରନ୍ତ ଗିହେଜୀର ଶରୀର ବରଫ ଚର୍ମ ରୋଗ ସହିତ ଧବଳ ପାଲଟିଗଲା ଓ ସେ ସ୍ଥାନ ଛାଡ଼ି ଗ୍ଭଲିଗଲା।


ସେହି ସମୟରେ ନଗରଦ୍ୱାର ପ୍ରବେଶ ସ୍ଥାନରେ ଗ୍ଭରିଜଣ କୁଷ୍ଠୀ ଥିଲେ। ସେମାନେ ପରସ୍ପରକୁ କହିଲେ, “ଆମ୍ଭେମାନେ ମୃତ୍ୟୁକୁ ଅପେକ୍ଷା କରି ଏଠାରେ କାହିଁକି ବସିଅଛୁ?


ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭର ହାତକୁ ତୁମ୍ଭର ଛାତିରେ ରଖ।” ତେଣୁ ମୋଶା ତାଙ୍କର ହାତକୁ ଛାତିରେ ରଖିଲେ ଏବଂ ବାହାର କରି ଆଣିଲେ। ଏହା କୁଷ୍ଠରେ ଆଚ୍ଛାଦିତ ହୋଇ, ହିମପରି ଧଳା ହୋଇଗଲା।


ଯଦିଓ ଇସ୍ରାଏଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସେମାନଙ୍କୁ ସାହାଯ୍ୟ କରିବ ନାହିଁ। ଆମ୍ଭେ ସେମାନଙ୍କଠାରୁ ସେମାନଙ୍କର ପିଲାମାନଙ୍କୁ ନେଇଯିବା। ଆମ୍ଭେ ସେମାନଙ୍କୁ ପରିତ୍ୟାଗ କରିବା। ଫଳରେ ସେମାନଙ୍କର ଦୁଃଖ ବ୍ୟତୀତ ଆଉ କିଛି ରହିବ ନାହିଁ।”


“ଏକ ମନୁଷ୍ୟକୁ, ଯାହାକୁ ହାନିକାରକ ଚର୍ମରୋଗ ପ୍ରମେହ ଓ ଯିଏ ମୃତଶବକୁ ଛୁଇଁଥାଏ ସେ ନିଶ୍ଚୟ ଛାଉଣିରୁ ବାହାରକୁ ଯିବ, ଇସ୍ରାଏଲ ଲୋକମାନଙ୍କୁ ଏହି ଆଜ୍ଞା ଦିଅ।


“ତା'ପରେ ରାଜା ତାହାଙ୍କ ବାମ ପଟର ଲୋକମାନଙ୍କୁ କହିବେ, ‘ମୋ’ ପାଖରୁ ଗ୍ଭଲିଯାଅ। ପରମେଶ୍ୱର ତୁମ୍ଭ ନିମନ୍ତେ ଦଣ୍ଡ ନିରୂପଣ କରିଛନ୍ତି। ତୁମ୍ଭେ ଚିରକାଳ ଜଳୁଥିବା ନିଆଁକୁ ଯିବ, ଯାହାକି ଶୟତାନ ଓ ତା'ର ଦୂତମାନଙ୍କ ପାଇଁ ପ୍ରସ୍ତୁତ ହୋଇଛି।


ତୁମ୍ଭେମାନେ ମିଶରରୁ ବାହାର ହୋଇ ଆସିବା ବେଳେ ପଥ ମଧ୍ୟରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ମରିୟମ ପ୍ରତି ଯାହା କରିଥିଲେ ସେସବୁକୁ ତୁମ୍ଭେମାନେ ସ୍ମରଣ କର।


Lean sinn:

Sanasan


Sanasan