Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 12:1 - ପବିତ୍ର ବାଇବଲ

1 ମୋଶା ଏକ କୁଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରୋଣ ସେହି କୁଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ମୋଶା ଏକ କୂଶୀୟା ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ମୋଶା ଏକ କୂଶୀୟା ସ୍ତ୍ରୀକୁୁ ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ମୋଶା ଏକ କୂଶୀୟା ସ୍ତ୍ରୀକୁ ବିବାହ କରିଥିଲେ, ଏଣୁ ମରୀୟମ ଓ ହାରୋଣ ସେହି କୂଶୀୟା ସ୍ତ୍ରୀ ସକାଶୁ ମୋଶାଙ୍କ ବିରୁଦ୍ଧରେ କଥା କହିଲେ।

Faic an caibideil Dèan lethbhreac




ଗଣନା ପୁସ୍ତକ 12:1
19 Iomraidhean Croise  

ତୁମ୍ଭେ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ନାମରେ ପ୍ରତିଜ୍ଞା କର, ଯିଏ ପୃଥିବୀ ଓ ଆକାଶର ନିର୍ମାଣକାରୀ, ଯେ ତୁମ୍ଭେମାନେ ମୋର ପୁତ୍ରର ବିବାହ କିଣାନୀୟମାନଙ୍କର କନ୍ୟାଗଣ ସହିତ କରାଇବ ନାହିଁ, ଯେଉଁମାନଙ୍କ ସହିତ ମୁଁ ବାସ କରୁଅଛି।


ମୋର କର୍ତ୍ତା ମୋତେ ପ୍ରତିଜ୍ଞା କରାଇ କହିଲେ, ‘ମୋର ପୁତ୍ରଙ୍କୁ କିଣାନୀୟ ସଙ୍ଗେ ବିବାହ ଦେବ ନାହିଁ। ଯେହେତୁ ଆମ୍ଭେ ସେମାନଙ୍କ ଦେଶରେ ବାସ କରୁଅଛୁ।’


ଏହା ପରେ ରିବିକା ଇ‌ସ୍‌ହାକଙ୍କୁ କହିଲେ, “ତୁମ୍ଭର ପୁତ୍ର ଏଷୌ ହିତ୍ତୀୟ କନ୍ୟାକୁ ବିବାହ କଲା, ଏହା ମୋର ପ୍ରାଣକୁ କଷ୍ଟ ଦେଉଅଛି। କାରଣ ସେମାନେ ଆମ୍ଭର ଲୋକ ନୁହନ୍ତି। ଯଦି ଯାକୁବ ଏହି ଦେଶର କନ୍ୟାକୁ ବିବାହ କରେ ତେବେ ମୁଁ ମରିଯିବି।”


ଫାରୋ ଯୋଷେଫଙ୍କୁ ଏକ ଅନ୍ୟ ନାମରେ ନାମିତ କଲେ, “ସାଫନତ୍-ପାନେହ” ଫାରୋ ଯୋଷେଫଙ୍କୁ ଓନ ନଗର ନିବାସୀ ପୋଟୀଫେର ନାମକ ଯାଜକର ଆସନତ୍ ନାମ୍ନୀ କନ୍ୟା ସହିତ ବିବାହ ଦେଲେ। ଯୋଷେଫ ସମସ୍ତ ମିଶର ଦେଶ ମଧ୍ୟଦେଇ ଗଲେ।


ସେଠାରେ ଜଣେ ମିଦିୟନୀୟ ଯାଜକ ଥିଲେ, ଯାହାଙ୍କର ସାତୋଟି କନ୍ୟା ଥିଲେ। ସେହି କନ୍ୟାମାନେ ସେହି କୂପ ନିକଟକୁ ତାଙ୍କର ପିତାଙ୍କର ମେଷପଲ ପାଇଁ ପାଣି ନେବାକୁ ଆସିଥିଲେ। ସେମାନେ ପାଣି କାଢ଼ି ସେହି କୁଣ୍ଡଟିକୁ ପୂର୍ଣ୍ଣ କରିବାକୁ ଲାଗିଲେ।


ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସି‌ପ୍‌ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ।


ତୁମ୍ଭେମାନେ ସେମାନଙ୍କର କନ୍ୟାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ୟାଗଣ ସେମାନଙ୍କର ଦେବଗଣମାନଙ୍କର ଅନୁଗାମୀ ହୋଇଥିବେ। ସେମାନେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦେବତାମାନଙ୍କର ଅନୁଗାମୀ କରାଇ ପାରନ୍ତି।


ସେ ବିଧବା, ପରିତ୍ୟକ୍ତା, କଳଙ୍କିନୀ କିମ୍ବା ବେଶ୍ୟାକୁ ବିବାହ କରିବା ଉଚିତ୍ ନୁହେଁ। ସେ ଆପଣା ଲୋକମାନଙ୍କ ମଧ୍ୟରୁ କେବଳ ଏକ କୁଆଁରୀ କନ୍ୟାକୁ ବିବାହ କରିବା ଉଚିତ୍।


ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି,


ଇସ୍ରାଏଲର ଲୋକମାନଙ୍କର 250 ଜଣ ନେତୃର୍ବଗ ମୋଶାଙ୍କ ବିରୁଦ୍ଧରେ ଗଲେ।


ସେହି ଅମ୍ରମର ସ୍ତ୍ରୀ ଯୋକେବଦ। ସେ ମିଶର ଦେଶରେ ଲେବୀର ପରିବାରବର୍ଗରୁ ଜନ୍ମ ହୋଇଥିଲା। ଅମ୍ରମ୍ ଔରସରେ ଯୋକେବଦଠାରୁ ମୋଶା, ହାରୋଣ ଓ ସେମାନଙ୍କର ଭଉଣୀ ମରିୟମ ଜନ୍ମ ହୋଇଥିଲେ।


ନିଜ ଘରର ଲୋକେ ହିଁ ନିଜ ଲୋକଙ୍କ ଶତ୍ରୁ ହେବେ।’


ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋର ମା କିଏ? ମୋର ଭାଇମାନେ କିଏ?”


“ମୁଁ ତୁମ୍ଭକୁ ଯାହା କହିଥିଲି ତାହା ମନେରଖ: ଜଣେ ଗ୍ଭକର ତା'ର ମୁନିବଠାରୁ ବଡ଼ ନୁହେଁ। ଯଦି ଲୋକମାନେ ମୋତେ ତାଡ଼ନା କରିଛନ୍ତି, ତେବେ ସେମାନେ ତୁମ୍ଭକୁ ମଧ୍ୟ ତାଡ଼ନା କରିବେ। ସେମାନେ ମୋର ଉପଦେଶ ମାନିଛନ୍ତି, ତେଣୁ ତୁମ୍ଭର ଉପଦେଶ ମଧ୍ୟ ମାନିବେ।


(ଯୀଶୁଙ୍କର ଭାଇମାନେ ସୁଦ୍ଧା ତାହାଙ୍କୁ ବିଶ୍ୱାସ କରୁ ନ ଥିଲେ।)


କିନ୍ତୁ ଏବେ କ’ଣ ତୁମ୍ଭମାନଙ୍କୁ ସତ୍ୟ କହୁଥିବାରୁ ମୁଁ ତୁମ୍ଭମାନଙ୍କ ଶତ୍ରୁ ହୋଇଗଲି?


Lean sinn:

Sanasan


Sanasan