Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 11:21 - ପବିତ୍ର ବାଇବଲ

21 ତେବେ ମୋଶା କହିଲେ, “ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ!’

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

21 ତେବେ ମୋଶା କହିଲେ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।

Faic an caibideil Dèan lethbhreac

ଓଡିଆ ବାଇବେଲ

21 ତେବେ ମୋଶା କହିଲେ, “ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ତେବେ ମୋଶା କହିଲେ, “ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି, ସେମାନେ ଛଅ ଲକ୍ଷ ପଦାତିକ; ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ।’

Faic an caibideil Dèan lethbhreac




ଗଣନା ପୁସ୍ତକ 11:21
9 Iomraidhean Croise  

ମୁଁ ତୁମ୍ଭଠାରୁ ଏକ ମହାନ ଗୋଷ୍ଠୀ ଉତ୍ପନ୍ନ କରିବି। ମୁଁ ତୁମ୍ଭକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ କରିବି ଏବଂ ତୁମ୍ଭେ ଆଶୀର୍ବାଦର ସଙ୍କେତ ହେବ।


ଇସ୍ରାଏଲୀୟ ଲୋକମାନେ ରାମିଷେ‌ଷ୍‌ଠାରୁ ସୁ‌କ୍‌କୋତକୁ ଯାତ୍ରା କଲେ। ସେମାନେ ପିଲାମାନଙ୍କୁ ଛାଡ଼ି ମୋଟରେ 600,000 ଲୋକ ଥିଲେ।


ଯେତେ ଲୋକ ଗଣତି ହୋଇଥିଲେ, ସେମାନଙ୍କର ବୟସ ଥିଲା କୋଡ଼ିଏ ବର୍ଷ ବା ତତୁର୍ଦ୍ଧ୍ୱ। ସେମାନଙ୍କର ସଂଖ୍ୟା ଥିଲା 603,550। ସେମାନେ ପ୍ରତ୍ୟେକ ଏକ ଦୁଇ ବେକା ଅର୍ଥାତ୍ ପବିତ୍ର ସ୍ଥାନର କାର୍ଯ୍ୟାଳୟ ମାପ ଓଜନ ହୋଇଥିବା ଶେକଲ ଅନୁସାରେ ଅର୍ଦ୍ଧ ଅର୍ଦ୍ଧ ଶେକଲ ଦେଇଥିଲେ।


ଗଣନା ଅନୁସାରେ ସମସ୍ତ ମନୁଷ୍ୟଙ୍କ ସଂଖ୍ୟା 603,550 ହୋଲା।


ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦେବା ପାଇଁ କେଉଁଠାରେ ପାଇବି? କାରଣ ସେମାନେ ମୋ’ ନିକଟରେ କାନ୍ଦି କହୁଛନ୍ତି, ସେମାନେ ପାଟି କରନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।’


ତୁମ୍ଭେ ସମ୍ପୂର୍ଣ୍ଣ ଏକ ମାସ ମାଂସ ଭକ୍ଷ୍ୟଣ କରିବ। ତୁମ୍ଭେ ମାଂସକୁ ଭକ୍ଷ୍ୟଣ କରିବ, ଘୃଣାଯୋଗ୍ୟ ନ ହେବା ପର୍ଯ୍ୟନ୍ତ। ଆଉ ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନ ହୁଏ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରତ୍ୟାଖ୍ୟାନ କରିଛ, ଯିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭେମାନେ ତାଙ୍କଠାରେ ଆପତ୍ତି କରିବ ଏହା କହି, ‘ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ?‌’”


ସେମାନଙ୍କୁ ଯୋଗାଇବା ପାଇଁ ପଲ ମଧ୍ୟରୁ ସମସ୍ତ ଗୋମେଷ ବଧ କଲେ ମଧ୍ୟ ଏକ ମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସେମାନଙ୍କୁ ଯଥେଷ୍ଟ ନୁହେଁ!”


ସେମାନେ ସବୁ ଇସ୍ରାଏଲ ଲୋକମାନେ ଓ ସେମାନେ ନିଜର ପିତୃଗୃହ ଅନୁସାରେ ଗଣ୍ୟ ହେଲେ। ସେମାନଙ୍କର ଛାଉଣିର ମୋଟ ସୈନ୍ୟ ସଂଖ୍ୟା ଗଣନା ଅନୁସାରେ 603,500


ଇସ୍ରାଏଲୀୟ ପୁରୁଷମାନଙ୍କ ସଂଖ୍ୟା 601,730 ଥିଲା।


Lean sinn:

Sanasan


Sanasan