Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 11:18 - ପବିତ୍ର ବାଇବଲ

18 “ଲୋକମାନଙ୍କୁ କୁହ, କାଲି ପାଇଁ ନିଜକୁ ପବିତ୍ର କର। ଆଉ ତୁମ୍ଭେମାନେ ମାଂସ ଖାଇବ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣ ଗୋଚରରେ କହିଅଛ, ‘କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଂ ମିଶର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା!’ ଏଣୁ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଖାଇବାକୁ ଦେବେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

18 ପୁଣି ତୁମ୍ଭେ ଲୋକମାନଙ୍କୁ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ; କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଞ୍ଚ ମିସର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା; ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ।

Faic an caibideil Dèan lethbhreac

ଓଡିଆ ବାଇବେଲ

18 ପୁଣି, ତୁମ୍ଭେ ଲୋକମାନଙ୍କୁ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ; କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ ? ବରଞ୍ଚ ମିସର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା; ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ପୁଣି, ତୁମ୍ଭେ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ; କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଞ୍ଚ ମିସର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା; ଏନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ।

Faic an caibideil Dèan lethbhreac




ଗଣନା ପୁସ୍ତକ 11:18
16 Iomraidhean Croise  

ତେଣୁ ଯାକୁବ ତାଙ୍କର ପରିବାର ଓ ଦାସମାନଙ୍କୁ କହିଲେ, “ତୁମ୍ଭମାନଙ୍କ ନିକଟରେ ଯେସବୁ ବିଦେଶୀୟ ଦେବତାଗଣ ଅଛନ୍ତି ସେମାନଙ୍କୁ ଦୂର କର, ନିଜ ନିଜକୁ ଶୁଚି କର ଏବଂ ବସ୍ତ୍ର ପରିବର୍ତ୍ତନ କର।


ଦୁଷ୍ଟ ଲୋକ ଦୁଷ୍ଟାମୀକୁ ଭଲପାଏ। ସେ ଏହା ପରିତ୍ୟାଗ କରିବାକୁ ଘୃଣା କରେ। ଏକ ମିଠା ମିଶ୍ରି ଭଳି ତା'ର ମୁଖରେ ଏହା ଥାଏ।


ଦୁଷ୍ଟଲୋକ ଯେତେବେଳେ ସେ ଗ୍ଭହୁଁଥିବା ଖାଦ୍ୟ ଖାଇ ସାରିବ। ପରମେଶ୍ୱର ତା’ ଉପରେ ରାଗରେ ପ୍ରଚଣ୍ଡ ଆକ୍ରମଣ କରିବେ। ପରମେଶ୍ୱର ତା’ ଉପରେ ଶାସ୍ତି ବୃଷ୍ଟି କରିବେ।


ଏହା ସତ୍ୟ ଯେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା, ସେ ମଧ୍ୟ କ’ଣ ଆମ୍ଭକୁ ରୋଟୀ ଦେଇ ପାରିବେ? ସେ କ’ଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦେଇ ପାରିବେ?”


ଏବଂ ମୋଶା କହିଲେ, “ତେଣୁ ଆଜି ରାତ୍ରିରେ ସେ ତୁମ୍ଭମାନଙ୍କୁ ମାଂସ ଭୋଜନ କରିବାକୁ ଦେବେ। ଏବଂ ପ୍ରଭାତରେ ସେ ତୁମ୍ଭମାନଙ୍କୁ ଆବଶ୍ୟକ ପରିମାଣରେ ରୋଟୀ ମଧ୍ୟ ଦେବେ। ସଦାପ୍ରଭୁ ତୁମ୍ଭମାନଙ୍କର ଅଭିଯୋଗ ଶୁଣିଛନ୍ତି। ଯାହା ତୁମ୍ଭେ ଆମ୍ଭ ବିରୁଦ୍ଧରେ କଲ। କିନ୍ତୁ ଆମ୍ଭେ କିଏ? ପ୍ରକୃତରେ ତୁମ୍ଭେମାନେ ଆମ୍ଭମାନଙ୍କ ବିରୁଦ୍ଧରେ ଆପତ୍ତି କରୁ ନାହଁ। ମାତ୍ର ସଦାପ୍ରଭୁଙ୍କ ବିରୁଦ୍ଧରେ ଆପତ୍ତି କରୁଅଛ।”


ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।


ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।”


ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ହୋଇଥା’ନ୍ତି, ସେମାନେ ହିଁ ନିଜ ନିଜକୁ ପବିତ୍ର କରନ୍ତୁ। ନ ହେଲେ ସେମାନେ ଦଣ୍ଡ ଭୋଗ କରିବେ।”


ତା'ପରେ ଲୋକମାନେ ସଦାପ୍ରଭୁଙ୍କଠାରେ ଅଭିଯୋଗ କରିବାକୁ ଆରମ୍ଭ କଲେ। ସଦାପ୍ରଭୁ ତାହା ଶୁଣିବାରୁ ତାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା।


ତୁମ୍ଭେମାନେ ଦିନେ କି ଦୁଇ ଦିନ କି ପାଞ୍ଚ ଦିନ କି ଦଶ ଦିନ କି କୋଡ଼ିଏ ଦିନ ଖାଇବ ତାହା ନୁହେଁ।


“କିନ୍ତୁ ଆମ୍ଭ ପୂର୍ବପୁରୁଷମାନେ ତାହାଙ୍କୁ ମାନିବା ପାଇଁ ଇଚ୍ଛା କଲେ ନାହିଁ। ସେମାନେ ତାହାଙ୍କୁ ଗ୍ରହଣ କରିବାକୁ ମନା କଲେ ଓ ମିଶରକୁ ଫେରି ଯିବା ପାଇଁ ଇଚ୍ଛା କଲେ।


“ବର୍ତ୍ତମାନ ଯାଅ ଏବଂ ଲୋକମାନଙ୍କୁ ପ୍ରତିଷ୍ଠା କର। ଲୋକମାନଙ୍କୁ କୁହ, ‘ନିଜକୁ ପବିତ୍ର କାର୍ଯ୍ୟ ପାଇଁ ପବିତ୍ର କର। ଆସନ୍ତା କାଲି ପାଇଁ ପ୍ରସ୍ତୁତ ହୁଅ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି ମୁଁ ନଷ୍ଟ କରିବା ପାଇଁ କହିଥିବା ଲୁଣ୍ଠନ ଦ୍ରବ୍ୟକୁ ତୁମ୍ଭେମାନେ ଅଧିକାର କରିଅଛ। ତୁମ୍ଭେ ସେ ବସ୍ତୁ ନଷ୍ଟ ନ କରିବା ଯାଏ ଶତ୍ରୁମାନଙ୍କ ଉପରେ ଜୟଲାଭ କରି ପାରିବ ନାହିଁ।


ଇସ୍ରାଏଲର ଲୋକମାନେ ବୈଥେଲହମକୁ ଗଲେ ଏବଂ ସେଠାରେ ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସନ୍ଧ୍ୟା ପର୍ଯ୍ୟନ୍ତ ବସି ରହିଲେ। ସେମାନେ ସେଠାରେ ସଦାପ୍ରଭୁଙ୍କ ଆଗରେ କରୁଣ ଭାବରେ ଜୋ‌ର୍‌ରେ ରୋଦନ କଲେ।


Lean sinn:

Sanasan


Sanasan