Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 11:13 - ପବିତ୍ର ବାଇବଲ

13 ମୁଁ ଏହି ସମସ୍ତ ଲୋକଙ୍କୁ ମାଂସ ଦେବା ପାଇଁ କେଉଁଠାରେ ପାଇବି? କାରଣ ସେମାନେ ମୋ’ ନିକଟରେ କାନ୍ଦି କହୁଛନ୍ତି, ସେମାନେ ପାଟି କରନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭମାନଙ୍କୁ ମାଂସ ଦିଅ।’

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

13 ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କାହୁଁ ପାଇବି? କାରଣ ସେମାନେ ମୋʼ ନିକଟରେ କାନ୍ଦି କହୁଅଛନ୍ତି, ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭେମାନେ ଖାଇବା।

Faic an caibideil Dèan lethbhreac

ଓଡିଆ ବାଇବେଲ

13 ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କେଉଁଠାରୁ ପାଇବି ? କାରଣ ସେମାନେ ମୋ’ ନିକଟରେ କାନ୍ଦି କହୁଅଛନ୍ତି, ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭେମାନେ ଖାଇବା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କେଉଁଠାରୁ ପାଇବି? କାରଣ ସେମାନେ ମୋʼ ନିକଟରେ କାନ୍ଦି କହୁଅଛନ୍ତି, ‘ଆମ୍ଭମାନଙ୍କୁ ମାଂସ ଦିଅ,’ ଆମ୍ଭେମାନେ ଖାଇବା।

Faic an caibideil Dèan lethbhreac




ଗଣନା ପୁସ୍ତକ 11:13
9 Iomraidhean Croise  

ତହୁଁ ଇଲୀଶାୟଙ୍କ ସେବକ କହିଲା, “ଏଠାରେ ତ 100 ଲୋକ ଅଛନ୍ତି। ଏତିକି ରୋଟୀ କିପରି ଏତେ ଲୋକଙ୍କୁ ଦେବି?” ମାତ୍ର ଇଲୀଶାୟ କହିଲେ, “ଏହି ଖାଦ୍ୟ ସେମାନଙ୍କୁ ଦିଅ। କାରଣ ସଦାପ୍ରଭୁ କହନ୍ତି, ‘ସେମାନେ ଭୋଜନ କରିବେ, ତଥାପି ଖାଦ୍ୟ ବଳିବ।’”


ସେନାପତି ଯିଏ ରାଜାଙ୍କ ନିକଟରେ ଥିଲେ ପରମେଶ୍ୱରଙ୍କ ଲୋକଙ୍କୁ ଉତ୍ତର ଦେଲେ। “ଦେଖ, ଯେବେ ସଦାପ୍ରଭୁ ସ୍ୱର୍ଗରେ ଦ୍ୱାର ଖୋଲନ୍ତି ତେବେ ମଧ୍ୟ ସମ୍ଭବ ହୋଇ ପାରିବ ନାହିଁ?” ତହିଁରେ ଇଲୀଶାୟ କହିଲେ, “ଦେଖ, ତୁମ୍ଭେ ସ୍ୱଚକ୍ଷୁରେ ତାହା ଦେଖିବ। ମାତ୍ର ତୁମ୍ଭେ ସେଥିରୁ କିଛି ଖାଇବ ନାହିଁ।”


ତୁମ୍ଭେ ସମ୍ପୂର୍ଣ୍ଣ ଏକ ମାସ ମାଂସ ଭକ୍ଷ୍ୟଣ କରିବ। ତୁମ୍ଭେ ମାଂସକୁ ଭକ୍ଷ୍ୟଣ କରିବ, ଘୃଣାଯୋଗ୍ୟ ନ ହେବା ପର୍ଯ୍ୟନ୍ତ। ଆଉ ଯେପର୍ଯ୍ୟନ୍ତ ତାହା ତୁମ୍ଭମାନଙ୍କ ନାସିକାରୁ ନିର୍ଗତ ନ ହୁଏ। କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କୁ ପ୍ରତ୍ୟାଖ୍ୟାନ କରିଛ, ଯିଏ ତୁମ୍ଭ ସହିତ ଅଛନ୍ତି ଏବଂ ତୁମ୍ଭେମାନେ ତାଙ୍କଠାରେ ଆପତ୍ତି କରିବ ଏହା କହି, ‘ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ?‌’”


ତେବେ ମୋଶା କହିଲେ, “ସଦାପ୍ରଭୁ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ ଛଅ ଲକ୍ଷ ପଦାତିକ। ତଥାପି ତୁମ୍ଭେ କହୁଅଛ, ‘ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ!’


ସେମାନଙ୍କୁ ଯୋଗାଇବା ପାଇଁ ପଲ ମଧ୍ୟରୁ ସମସ୍ତ ଗୋମେଷ ବଧ କଲେ ମଧ୍ୟ ଏକ ମାସ ପାଇଁ ଅଣ୍ଟିବ ନାହିଁ। ଆଉ ସମୁଦ୍ରର ସମସ୍ତ ମାଛ ସେମାନଙ୍କୁ ଯଥେଷ୍ଟ ନୁହେଁ!”


ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେ ଏତେ ଲୋକଙ୍କ ପାଇଁ ଏତେ ଖାଦ୍ୟ ଏଭଳି ସ୍ଥାନରେ କେଉଁଠାରୁ ପାଇବା? ଆମ୍ଭେ ନଗରଠାରୁ ବହୁତ ଦୂରରେ ଅଛୁ।”


ଯୀଶୁଙ୍କ ଶିଷ୍ୟମାନେ କହିଲେ, “ଆମ୍ଭେମାନେ ଏ ଜନହୀନ ଅଞ୍ଚଳରେ ଏମାନଙ୍କୁ ଖୁଆଇବା ପାଇଁ ଯଥେଷ୍ଟ ଖାଦ୍ୟ କୁଆଡ଼ୁ ପାଇ ପାରିବୁ?”


ଯୀଶୁ କହିଲେ, “ତୁମ୍ଭେ କହିଲ, ‘ତୁମ୍ଭେ ଯଦି ପାରିବ ତେବେ ସାହାଯ୍ୟ ହେବ।’ ବିଶ୍ୱାସୀ ଲୋକପାଇଁ ସବୁକିଛି ସମ୍ଭବ।”


Lean sinn:

Sanasan


Sanasan