Biblia Todo Logo
Bìoball air-loidhne

- Sanasan -




ଗଣନା ପୁସ୍ତକ 11:11 - ପବିତ୍ର ବାଇବଲ

11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅସୁବିଧା କରୁଛ? ତୁମ୍ଭେ କାହିଁକି ମୋ’ ଉପରେ କ୍ରୋଧ ଦେଖାଉଛ? କାହିଁକି ଆପଣ ମୋ’ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କିହେତୁ ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ? ଓ କିହେତୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇନାହିଁ, ଯେ ତୁମ୍ଭେ ମୋʼ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?

Faic an caibideil Dèan lethbhreac

ଓଡିଆ ବାଇବେଲ

11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ ? ଓ କାହିଁକି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇନାହିଁ, ଯେ ତୁମ୍ଭେ ମୋ’ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ ?

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

11 ତହୁଁ ମୋଶା ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ କାହିଁକି ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ? ଓ କାହିଁକି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇ ନାହିଁ, ଯେ ତୁମ୍ଭେ ମୋʼ ଉପରେ ଏହି ସମସ୍ତ ଲୋକଙ୍କ ଭାର ଦେଉଅଛ?

Faic an caibideil Dèan lethbhreac




ଗଣନା ପୁସ୍ତକ 11:11
16 Iomraidhean Croise  

ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ। ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି। ମୋ’ ବିପକ୍ଷରେ ତୁମ୍ଭର କ’ଣ କହିବାର ଅଛି।


ହେ ସଦାପ୍ରଭୁ, ତୁମ୍ଭେ ଯଦି ସମସ୍ତ ଲୋକଙ୍କୁ ସେମାନଙ୍କର ପାପ ପାଇଁ ଦଣ୍ଡିତ କର, ତେବେ କେହି ବଞ୍ଚିବେ ନାହିଁ।


ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।


ତେଣୁ ମୋଶା ସଦାପ୍ରଭୁଙ୍କୁ ପ୍ରାର୍ଥନା କଲେ ଓ କହିଲେ, “ମୁଁ ଏହି ଲୋକମାନଙ୍କ ପାଇଁ କ’ଣ କରିବି? ସେମାନେ ମୋତେ ପଥର ମାରି ହତ୍ୟା କରିବାକୁ ପ୍ରସ୍ତୁତ।”


ଏହା ପରେ ମୋଶା ସଦାପ୍ରଭୁଙ୍କ ପାଖକୁ ଫେରିଗଲେ ଓ କହିଲେ, “ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମୋତେ କାହିଁକି ଏହି ସ୍ଥାନକୁ ପଠାଇଲ?


ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମୋ’ ପରି ଏକ ଯୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦେଇଛ। ମୁଁ କାହାରିକୁ ଧାର ଦେଇ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରତ୍ୟେକ ମୋତେ ଅଭିଶାପ ଦିଅନ୍ତି।


ମୋର ବେଦନା ଚିରନ୍ତନ, ମୋର କ୍ଷତ ଦୁରାରୋଗ୍ୟ। ହେ ସଦାପ୍ରଭୁ, ତୁମ୍ଭେ ମୋ’ ପ୍ରତି ଅତ୍ୟନ୍ତ ପ୍ରବଞ୍ଚନା କରିଅଛ। ତେଣୁ ତୁମ୍ଭେ ଶୁଷ୍କ ଅସ୍ଥାୟୀ ନଦୀ ତୁଲ୍ୟ ହୋଇଅଛ।


ତୁମ୍ଭେମାନେ କହିଲ, “ପରମେଶ୍ୱରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭେମାନେ ସଦାପ୍ରଭୁଙ୍କ ବାକ୍ୟ ପାଳନ କରିଥିଲୁ ମାତ୍ର ଆମ୍ଭେମାନେ କିଛି ଉପକୃତ ହେଲୁ ନାହିଁ। ଆମ୍ଭେମାନେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।


ଏହା ପରେ ଲୋକମାନେ ସମୁଦାୟ ପରିବାର ସହିତ ନିଜ ନିଜ ତମ୍ବୁଦ୍ୱାରା ନିକଟରେ ରୋଦନ କରିବାର ମୋଶା ଶୁଣିଲେ; ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ଆଉ ମଧ୍ୟ ମୋଶା ଅସନ୍ତୁଷ୍ଟ ହେଲେ।


ଆଉ ଯଦି ତୁମ୍ଭେ ମୋ’ ପ୍ରତି ଏପରି ପଥରେ ବ୍ୟବହାର କରିବାକୁ ଯାଉଅଛ, ତେବେ ବିନୟ କରୁଅଛି, ମୁଁ ଯଦି ତୁମ୍ଭ ଅନୁଗ୍ରହର ପାତ୍ର, ତେବେ ମୋତେ ମାରିଦିଅ ପଛେ, ଏପରି ଦୁର୍ଗତି ଦେଖିବାକୁ ଦିଅ ନାହିଁ।”


ଆହୁରି ମଧ୍ୟ ଅନେକ ଗୁଡ଼ିଏ ସମସ୍ୟା ଦେଇ ମୁଁ ଗତି କରିଛି। ତହିଁ ମଧ୍ୟରୁ ଗୋଟିଏ ହେଲା ସମସ୍ତ ମଣ୍ଡଳୀ ମାନଙ୍କର ଚିନ୍ତା, ପ୍ରତିଦିନ ସେହି ଚିନ୍ତାରେ ମୁଁ ରହୁଛି।


କିନ୍ତୁ ମୁଁ ଏକାକୀ ତୁମ୍ଭମାନଙ୍କର ସମସ୍ୟା, ବିବାଦ ଓ ଭାର ବୁଝି ପାରିବି ନାହିଁ।


Lean sinn:

Sanasan


Sanasan