Biblia Todo Logo
Bìoball air-loidhne

- Sanasan -




ଲେବୀୟ ପୁସ୍ତକ 3:4 - ପବିତ୍ର ବାଇବଲ

4 ସେ ଦୁଇ ଗୁରୁଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରପ୍ଳାବକ ନେବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ।

Faic an caibideil Dèan lethbhreac

ଓଡିଆ ବାଇବେଲ

4 ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଦୁଇ ଗୁର୍ଦା, ତହିଁ ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ମେଦ, ଯକୃତର ଉପରିସ୍ଥ ଅନ୍ତପ୍ଲାବକ, ଗୁର୍ଦା ସହିତ ନେବ।

Faic an caibideil Dèan lethbhreac




ଲେବୀୟ ପୁସ୍ତକ 3:4
15 Iomraidhean Croise  

ତା'ପରେ ତା'ର ଭିତରର ମେଦ, କଲିଜାର ମେଦ ଅଂଶ, ଯକୃତ ଏବଂ ଗ୍ଭରିପଟେ ଥିବା ମେଦକୁ ଯଜ୍ଞବେଦିରେ ଦ‌ଗ୍‌ଧ କର।


“ଆହୁରି ତୁମ୍ଭେ ସେହି ଉତ୍ସର୍ଗୀତ ମେଷର ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ମେଦ ଓ ଡାହାଣ ଚଟୁଆ ନିଅ। ଯେହେତୁ ତାହା ଏକ ଉତ୍ସର୍ଗୀକୃତ ଅଣ୍ଡିରା ମେଷ।


ତା'ପରେ ସେ ଯାଜକ ତା'ର ମସ୍ତକ ଓ ମେଦ ସହିତ ତାକୁ ଖଣ୍ଡ ଖଣ୍ଡ କରି ଯଜ୍ଞବେଦି ଉପରିସ୍ଥ ଅଗ୍ନି ଓ କାଠ ଉପରେ ତାହା ସଜାଇ ରଖିବ।


ପୁଣି ଯାଜକ ହାରୋଣର ପୁତ୍ର ଯାଜକମାନେ ଯଜ୍ଞବେଦି ଉପରିସ୍ଥ ଅଗ୍ନି ଉପରେ ଥିବା କାଠ ଉପରେ ସେହି ଖଣ୍ଡ ସକଳ, ମସ୍ତକ ଓ ମେଦ ରଖିବେ।


ସେ ଦୁଇଟି ଗୁରୁଦା ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ, ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍।


ସେ ଦୁଇଟି ଗୁରୁଦା, ମେଦ ଉପରିସ୍ଥ ଓ ଗୁରୁଦାର ପାର୍ଶ୍ୱବର୍ତ୍ତୀ ଏବଂ ଯକୃତର ମେଦ ଏବଂ ନିମ୍ନ ଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରି ନେବା ଉଚିତ୍।


ସେ ମଙ୍ଗଳାର୍ଥକ ନୈବେଦ୍ୟର କିଛି ଅଂଶ ସଦାପ୍ରଭୁଙ୍କୁ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ଯାଜକ-ଅନ୍ତ୍ର ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ ଉତ୍ସର୍ଗ କରିବ।


ତହୁଁ ହାରୋଣର ପୁତ୍ରଗଣ ଯଜ୍ଞବେଦିରେ ଏହିସବୁ ସହିତ ଅଗ୍ନିକାଠରେ ଥିବା ହୋମବଳିକୁ ଦ‌‌‌‌ଗ୍‌‌‌‌ଧ କରିବେ। ତାହା ସଦାପ୍ରଭୁଙ୍କ ନିମନ୍ତେ ସୁବାସିତ ନୈବେଦ୍ୟ ଅଟେ।


ସେ ପାପ ପାଇଁ ଉତ୍ସର୍ଗୀକୃତ ଷଣ୍ଢର ସମସ୍ତ ମେଦ, ଯାହାକି ଅନ୍ତ ବୁଜୁଳାର ଉପରିସ୍ଥ ଏବଂ ପାର୍ଶ୍ୱବର୍ତ୍ତୀ ମେଦ ହେବା ଉଚିତ୍।


ସେ ଦୁଇଟି ଗୁରୁଦା, ମେଦର ଉପରିସ୍ଥ ପାର୍ଶ୍ୱବର୍ତ୍ତୀ ଗୁରୁଦାର ଏବଂ ଯକୃତର ମେଦ ଏବଂ ନିମ୍ନଭାଗର ପଛ ମାଂସପେଶୀ ଗୁରୁଦା ସହିତ ବାହାର କରିନେବା ଉଚିତ୍।


ଆଉ ସେ ଯାଜକ ଦୁଇ ଗୁରୁଦା ଓ ମେଦ ଉପରିସ୍ଥିତ ଓ ପାର୍ଶ୍ୱସ୍ଥ ମେଦର ପଛ ମାଂସପେଶୀର ନିମ୍ନଭାଗ ଓ ମେଦର ଆଚ୍ଛାଦିତ ଯକୃତ ନେଇ ଉତ୍ସର୍ଗ କରିବା ଉଚିତ୍। ସେ ଏହା ଗୁରୁଦା ସହିତ ନିଶ୍ଚୟ ବାହାର କରିବ।


ଅନନ୍ତର ମୋଶା ଅନ୍ତ ଚତୁର୍ପାର୍ଶ୍ୱସ୍ଥ ସମସ୍ତ ମେଦ, ଯକୃତ ଉପରିସ୍ଥ ଅନ୍ତ୍ରାପ୍ଳାବକ, ଦୁଇ ଗୁରୁଦା ଓ ତାହାର ମେଦ ନେଇ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ।


ପୁଣି ସେ ମେଦ, ମେଦମୟ ଲାଙ୍ଗୁଳ, ଅନ୍ତ ଉପରିସ୍ଥିତ ସକଳ ମେଦ, ଯକୃତର ଉପରିସ୍ଥିତ ଅନ୍ତ୍ରପ୍ଳାବକ, ଦୁଇ ଗୁରୁଦା, ତହିଁର ମେଦ ଓ ଡାହାଣ ଚଟୁଆ ନେଲେ।


ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ମେଦ, ଗୁରୁଦା ଓ ଯକୃତର ଆଚ୍ଛାଦିତ ହୋଇଥିବା ପାପାର୍ଥକ ବଳିସବୁକୁ ଯଜ୍ଞବେଦି ଉପରେ ଦ‌‌‌‌ଗ୍‌‌‌‌ଧ କଲେ।


ପୁଣି ତାଙ୍କର ପୁତ୍ରଗଣ ଷଣ୍ଢ ମେଦ ଓ ମେଷଛୁଆର ମେଦ ମେଦମୟ ଲାଙ୍ଗୁଳ, ଅନ୍ତ ଓ ଗୁରୁଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ତାଙ୍କ ନିକଟକୁ ଆଣିଲେ।


Lean sinn:

Sanasan


Sanasan