Biblia Todo Logo
Bìoball air-loidhne

- Sanasan -




ଲେବୀୟ ପୁସ୍ତକ 24:3 - ପବିତ୍ର ବାଇବଲ

3 ହାରୋଣ ସମାଗମ-ତମ୍ବୁ ମଧ୍ୟରେ ନିୟମ-ସିନ୍ଦୁକ ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବ୍ୟବସ୍ଥା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ହାରୋଣ ସମାଗମ-ତମ୍ଵୁ ମଧ୍ୟରେ ସାକ୍ଷ୍ୟସିନ୍ଦୁକର ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ହାରୋଣ ସମାଗମ-ତମ୍ବୁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକର ବିଚ୍ଛେଦବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ହାରୋଣ ସମାଗମ-ତମ୍ବୁ ମଧ୍ୟରେ ସାକ୍ଷ୍ୟ-ସିନ୍ଦୁକର ବିଚ୍ଛେଦ ବସ୍ତ୍ର ବାହାରେ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ସଦାପ୍ରଭୁଙ୍କ ସମ୍ମୁଖରେ ନିତ୍ୟ ନିତ୍ୟ ତାହା ସ୍ଥାପନ କରିବ; ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ପାଳନୀୟ ଅନନ୍ତକାଳୀନ ବିଧି।

Faic an caibideil Dèan lethbhreac




ଲେବୀୟ ପୁସ୍ତକ 24:3
6 Iomraidhean Croise  

ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛରେ ଥିବା ନିୟମ-ସିନ୍ଦୁକ ଓ ଏହାର ସମ୍ମୁଖରେ ଥିବା ଏହାକୁ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ୟବସ୍ଥା ଇସ୍ରାଏଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରଜୁଯ୍ୟ ହେବ।”


“ତୁମ୍ଭେ ଇସ୍ରାଏଲ ସନ୍ତାନଗଣଙ୍କୁ ଏହି ଆଜ୍ଞା ଦିଅ। ସେମାନେ ପ୍ରତିଦିନ ପ୍ରଦୀପ ଜ୍ୱଳନ ପାଇଁ ତୁମ୍ଭ ନିକଟକୁ ନିର୍ମଳ ଭାବେ ପେଷା ଯାଇଥିବା ଜୀତ ତୈଳ ଆଣିବେ।


ହାରୋଣ ଶୁଦ୍ଧ ସୁବର୍ଣ୍ଣର ଦୀପରୁଖା ଉପରେ ପ୍ରଦୀପ ରଖି ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା ଜଳାଇ ରଖିବ।


ଏହି ବିଧି ପ୍ରତ୍ୟେକ ଗୃହରେ ତୁମ୍ଭମାନଙ୍କର ସମସ୍ତ ଭବିଷ୍ୟ‌ଦ୍‌ ବଂଶାନୁକ୍ରମମାନଙ୍କ ପାଇଁ ଅନୁକରଣୀୟ ହେବ। ତୁମ୍ଭେମାନେ ଯେଉଁଠାରେ ରୁହ ନା କାହିଁକି ମେଦ କିମ୍ବା ରକ୍ତ ଭୋଜନ କରିବ ନାହିଁ।”


“ପୁଣି ଇସ୍ରାଏଲ ଲୋକମାନଙ୍କ ପ୍ରତି ଆମ୍ଭର କ୍ରୋଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭେମାନେ ପବିତ୍ର ସ୍ଥାନର ଓ ଯଜ୍ଞବେଦିର ସୁରକ୍ଷାର ଦାୟିତ୍ୱ ନେବ।


ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଯେଉଁ ସ୍ଥାନରେ ଥାଏ, ଏମନ୍ତ ସଦାପ୍ରଭୁଙ୍କ ପବିତ୍ର ମନ୍ଦିରରେ ସଦାପ୍ରଭୁଙ୍କ ପ୍ରଦୀପ ଲିଭିବା ପୂର୍ବରୁ ଯେତେବେଳେ ଶାମୁୟେଲ ଶୋଇଥିଲେ,


Lean sinn:

Sanasan


Sanasan