Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 9:7 - ପବିତ୍ର ବାଇବଲ

7 ତେଣୁ ଇସ୍ରାଏଲୀୟ ଲୋକମାନେ ହିବ୍ବୀୟ ଲୋକମାନଙ୍କୁ କହିଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ। ଆମ୍ଭେ ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ନାହିଁ। ଯେପର୍ଯ୍ୟନ୍ତ ଆମ୍ଭେ ନ ଜାଣିଛୁ ତୁମ୍ଭେ କେଉଁଠାରୁ ଆସିଛ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟ-ମାନଙ୍କୁ ଉତ୍ତର କଲେ, କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ?

Faic an caibideil Dèan lethbhreac

ଓଡିଆ ବାଇବେଲ

7 ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟମାନଙ୍କୁ ଉତ୍ତର କଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ ?”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତହିଁରେ ଇସ୍ରାଏଲୀୟ ଲୋକମାନେ ସେହି ହିବ୍ବୀୟମାନଙ୍କୁ ଉତ୍ତର କଲେ, “କେଜାଣି ତୁମ୍ଭେମାନେ ଆମ୍ଭମାନଙ୍କ ମଧ୍ୟରେ ବାସ କରୁଥିବ; ଆମ୍ଭେମାନେ କିପରି ତୁମ୍ଭମାନଙ୍କ ସହିତ ନିୟମ କରି ପାରିବୁ?”

Faic an caibideil Dèan lethbhreac




ଯିହୋଶୂୟ 9:7
14 Iomraidhean Croise  

ହିବ୍ବୀୟ, ଅର୍କୀୟ ଓ ସୀନିୟ


ସେହି ଦେଶର ରାଜା ଥିଲେ ହମୋର। ତାଙ୍କର ପୁତ୍ର ଶିଖିମ ଦୀଣାକୁ ଦେଖିଲା। ଶିଖିମ ଦୀଣାକୁ ବଳପୂର୍ବକ ନେଇଗଲା ଏବଂ ତାକୁ ଧର୍ଷଣ କଲା।


ସେମାନେ ସୋର ଗଡ଼ରେ ଓ ହିବ୍ବୀୟମାନଙ୍କ ଓ କିଣାନୀୟମାନଙ୍କ ସମସ୍ତ ନଗରରେ ପହଞ୍ଚିଲେ। ସେମାନେ ‌ବେ‌ର୍‌ଶେବାରେ ଯିହୁଦାର ଦକ୍ଷିଣାଞ୍ଚଳକୁ ବାହାରି ଗଲେ।


ତାଙ୍କର ପ୍ରତ୍ୟେକ କଥାକୁ ମାନ। ସେ ତୁମ୍ଭମାନଙ୍କୁ ଯାହାସବୁ କହିବେ ତାହା ସବୁ ପାଳନ କର। ଯଦି ତୁମ୍ଭେ ତାହା ପାଳନ କର ଦେବେ ଆମ୍ଭେ ତୁମ୍ଭ ସହିତ ରହିବା। ଏବଂ ଆମ୍ଭେ ତୁମ୍ଭମାନଙ୍କର ସମସ୍ତ ଶତ୍ରୁମାନଙ୍କର ବିରୋଧ କରିବା। ଯେଉଁମାନେ ତୁମ୍ଭକୁ ବିରୋଧ କରିବେ ସେମାନେ ଆମ୍ଭର ଶତ୍ରୁ ହେବେ।”


ଏଥିନିମନ୍ତେ ଆମ୍ଭେ ସେମାନଙ୍କୁ ମିଶରୀୟମାନଙ୍କଠାରୁ ରକ୍ଷା କରିବା ପାଇଁ ମର୍ତ୍ତ୍ୟକୁ ଯିବା। ଆମ୍ଭେ ସେମାନଙ୍କୁ ସେହି ଭୂମିରୁ ଏକ ଉତ୍ତମ ଭୂମିକୁ ନେଇଯିବା, ଯେଉଁଠାରେ ପ୍ରଚୁର ପରିମାଣରେ ଦୁ‌ଗ୍‌ଧ ଓ ମହୁର ବନ୍ୟା ଛୁଟୁଥିବ। ସେଠାରେ ସେମାନଙ୍କ ପାଇଁ କୌଣସି ଅସୁବିଧା ହେବ ନାହିଁ। ତୁମ୍ଭେ ସେଠାରେ ଅସୁବିଧାରୁ ମୁକ୍ତ ରହିବ। ସମସ୍ତ ଉତ୍ତମ ଦ୍ରବ୍ୟମାନ ମିଳିବ। ବହୁଦେଶୀୟ ଲୋକମାନେ ସେଠାରେ ବାସ କରୁଥିବେ। କିଣାନୀୟ, ହିତ୍ତୀୟ, ଇମୋରୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନେ ଯେଉଁ ସ୍ଥାନରେ ବାସ କରନ୍ତି ତୁମ୍ଭେମାନେ ସେହିଠାରେ ବାସ କରିବ।


ସାବଧାନ! ତୁମ୍ଭେମାନେ ଯେଉଁ ଦେଶକୁ ଯାଉଛ ସେମାନଙ୍କ ସହିତ କୌଣସି ଚୁକ୍ତି କର ନାହିଁ। ଯଦି ତୁମ୍ଭେମାନେ ସେହି ଲୋକମାନଙ୍କ ସହିତ କୌଣସି ଚୁକ୍ତି କର, ତେବେ ଏହା ତୁମ୍ଭମାନଙ୍କ ପାଇଁ ଅସୁବିଧା ହେବ।


ତୁମ୍ଭେମାନେ ନିଜ ସମ୍ମୁଖରୁ ସେହି ଦେଶନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନଙ୍କର ସମସ୍ତ ଖୋଦିତ ମୂର୍ତ୍ତି ଧାତୁ ନିର୍ମିତ ମୂର୍ତ୍ତିଗୁଡ଼ିକ ନଷ୍ଟ କରିଦେବା ଉଚିତ୍ ଓ ସେମାନଙ୍କ ଉଚ୍ଚସ୍ଥଳୀଗୁଡ଼ିକୁ ବିନଷ୍ଟ କରିବା ଉଚିତ୍।


“ମାତ୍ର ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧ୍ୟରେ ନିଶ୍ୱାସଧାରୀ କାହାରିକି ସଜୀବ ରଖିବ ନାହଁ।


କେବଳ ଗୋଟିଏ ନଗର ଇସ୍ରାଏଲ ସହିତ ଶାନ୍ତି ଚୁକ୍ତି କଲେ। ତାହା ଥିଲା ଗିବିୟୋନ ନିବାସୀ ହିବ୍ବୀୟ। ଅନ୍ୟ ସମସ୍ତ ସହର ଯୁଦ୍ଧରେ ଧ୍ୱଂସପ୍ରାପ୍ତ ହେଲା।


ଯର୍ଦ୍ଦନ ପଶ୍ଚିମ ପାରିସ୍ଥ ସମୁଦାୟ ରାଜଗଣ ଯେଉଁମାନେ ପର୍ବତ, ସମତଳଭୂମି ଓ ଭୂମଧ୍ୟସାଗରର ଉପକୂଳ ବର୍ତ୍ତୀ ଲିବାନୋ‌ନ୍‌ର ଦୂର ଅଞ୍ଚଳରେ ବାସ କରୁଥିଲେ, ଯେଉଁମାନେ ହିତ୍ତୀୟ, ଇମୋରୀୟ, କିଣାନୀୟ, ପିରିଷୀୟ, ହିବ୍ବୀୟ ଓ ଯିବୂଷୀୟ ରାଜଗଣ ବିଷୟରେ ଏହି କଥା ଶୁଣିଲେ।


କିନ୍ତୁ ଏହାର ପ୍ରତିବଦଳରେ ତୁମ୍ଭେମାନେ ସେହି ଦେଶରେ ଲୋକମାନଙ୍କ ସହିତ କୌଣସି ନିୟମ କରିବା ଉଚିତ୍ ନୁହଁ। ତୁମ୍ଭେମାନେ ସେମାନଙ୍କର ଯଜ୍ଞବେଦି ସବୁ ଭାଙ୍ଗି ପକାଇବ। ମୁଁ ତୁମ୍ଭକୁ କହିଲି, କିନ୍ତୁ ତୁମ୍ଭେମାନେ କର୍ଣ୍ଣପାତ କଲ ନାହିଁ।


ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବା‌‌ଲ୍‌‌ହର୍ମୋନ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ସୀଦୋନୀୟ ଏବଂ ହିବ୍ବୀୟ ଲୋକମାନେ।


Lean sinn:

Sanasan


Sanasan