Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 5:10 - ପବିତ୍ର ବାଇବଲ

10 ଇସ୍ରାଏଲ ଲୋକମାନେ ନିସ୍ତାରପର୍ବ ପାଳନ କଲେ, ଯେତେବେଳେ ସେମାନେ ଯିରୀହୋ ସମତଳ ଅଞ୍ଚଳ ନିକଟରେ ଛାଉଣି ସ୍ଥାପନ କଲେ। ତାହା ଥିଲା ସେହି ମାସ ଚଉଦ ତାରିଖ ସନ୍ଧ୍ୟା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

10 ଇସ୍ରାଏଲ-ସନ୍ତାନଗଣ ଗିଲ୍ଗଲ୍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ-ପଦାରେ ନିସ୍ତାର ପର୍ବ ପାଳନ କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

10 ଇସ୍ରାଏଲ ସନ୍ତାନଗଣ ଗିଲ୍‍ଗଲ୍‍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ-ପଦାରେ ନିସ୍ତାର ପର୍ବ ପାଳନ କଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ଇସ୍ରାଏଲ-ସନ୍ତାନଗଣ ଗିଲ୍‍ଗଲ୍‍ରେ ଛାଉଣି ସ୍ଥାପନ କଲେ; ପୁଣି ସେମାନେ ସେହି ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟା ବେଳେ ଯିରୀହୋ ପଦାରେ ନିସ୍ତାର ପର୍ବ ପାଳନ କଲେ।

Faic an caibideil Dèan lethbhreac




ଯିହୋଶୂୟ 5:10
14 Iomraidhean Croise  

ତୁମ୍ଭମାନଙ୍କଠାରୁ ମୋ’ ପାଖକୁ ତଥ୍ୟ ବାର୍ତ୍ତା ଆସିବା ପର୍ଯ୍ୟନ୍ତ ଯେଉଁଠାରେ ମରୁଭୂମିକୁ ଯିବା ପାଇଁ ନଦୀ ପାରି ହୁଅନ୍ତି ସେଠାରେ ମୁଁ ଅପେକ୍ଷା କରି ରହିବି।”


“ତୁମ୍ଭେମାନେ ଯେତେବେଳେ ଏହି ମାଂସ ଭୋଜନ କରିବ, ସେତେବେଳେ ତୁମ୍ଭେମାନେ ଉତ୍ତମ ପୋଷାକମାନ ପରିଧାନ କରିବ, ତୁମ୍ଭେମାନେ ଭ୍ରମଣ ପାଇଁ ଯିବା ବେଳେ ଯେଉଁପରି ଭାବରେ ପୋଷାକ ପରିଧାନ କର। ତୁମ୍ଭେ ଜୋତା ପିନ୍ଧିବା ଉଚିତ୍ ଓ ତୁମ୍ଭ ହସ୍ତରେ ତୁମ୍ଭର ଆଶାବାଡ଼ି ରହିବା ଉଚିତ୍। ତୁମ୍ଭେ ଏହାକୁ ଶୀଘ୍ର ଭୋଜନ କରିବ। କାରଣ ଏହା ହେଉଛି ସଦାପ୍ରଭୁଙ୍କର ନିସ୍ତାରପର୍ବ।


ତୁମ୍ଭେମାନେ ପ୍ରଥମ ମାସର ଚଉଦ ଦିନର ସନ୍ଧ୍ୟା ସମୟରୁ ଏକୋଇଶ ଦିନର ସନ୍ଧ୍ୟା ପର୍ଯ୍ୟନ୍ତ ତାଡ଼ିଶୂନ୍ୟ ରୋଟୀ ଭୋଜନ କରିବ।


ତୁମ୍ଭମାନଙ୍କୁ ସେହି ମେଷ ଶାବକକୁ ମାସର ଚତୁର୍ଦ୍ଦଶ ଦିନଯାଏ ନଜରରେ ରଖିବାକୁ ହେବ। ସେହି ଦିନ ଇସ୍ରାଏଲର ସମସ୍ତ ଲୋକମାନେ ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂର୍ବରୁ ଏମାନଙ୍କୁ ହତ୍ୟା କରିବେ।


ମାତ୍ର କ‌‌ଲ୍‌‌ଦୀୟମାନଙ୍କର ସୈନ୍ୟ ସେମାନଙ୍କ ପଛେ ପଛେ ଗୋଡ଼ାଇ ଯିରୀହୋ ପଦାରେ ସିଦିକିୟ ନିକଟରେ ପହଞ୍ଚିଲେ। ସେମାନଙ୍କୁ ଧରି ହମାତ୍ ଦେଶସ୍ଥ ରି‌‌‌ବ୍‌‌‌ଲାରେ ବାବିଲର ରାଜା ନବୂଖ‌ଦ୍‌ନିତ୍ସର ନିକଟକୁ ଆଣିଲେ, ତହୁଁ ସେ ତାହାର ଦଣ୍ଡ ବ୍ୟବସ୍ଥା କଲେ।


ତେଣୁ, ହେ ମନୁଷ୍ୟ ପୁତ୍ର, ତୁମ୍ଭେ ନିର୍ବାସନ ଗଲାପରି ତୁମ୍ଭମାନଙ୍କର ସମସ୍ତ ସାମଗ୍ରୀ ସଜାଡ଼ି ଦିଅ। ଦିନ ବେଳେ ଏହା କର ଯେତେବେଳେ ସେମାନେ ତୁମ୍ଭ ଯିବାର ଦେଖି ପାରିବେ। ଯେତେବେଳେ ସେମାନେ ତୁମ୍ଭକୁ ଦେଖୁଛନ୍ତି ତୁମ୍ଭେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କିରବା ଉଚିତ୍। ତାହାହେଲେ ସେମାନେ ବିଦ୍ରୋହୀ ଲୋକ ହେଲେ ହେଁ ବୁଝିପାରିବେ।


ପ୍ରଥମ ମାସରେ, ମାସର ଚତୁର୍ଦ୍ଦଶ ଦିନରେ ସନ୍ଧ୍ୟାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାରପର୍ବ ହେବ।


ହେ ଆମ୍ଭର ଲୋକମାନେ, ମୋୟାବର ରାଜା ବାଲାକ୍ କିପ୍ରକାର ମନ୍ଦ ଯୋଜନା କରିଥିଲେ, ସ୍ମରଣ କର। ଆଉ ବିୟୋରର ପୁତ୍ର ବିଲିୟମ୍ ତାଙ୍କୁ କି ଉତ୍ତର ଦେଇଥିଲେ, ତାକୁ ସ୍ମରଣ କର। ଶିଟୀ‌‌ମ୍‌‌ଠାରୁ ଗି‌ଲ୍‌ଗଲ୍ ପର୍ଯ୍ୟନ୍ତ ଯାହାସବୁ ଘଟିଯାଇଛି, ତାକୁ ମଧ୍ୟ ମନେ ପକାଅ। ତାହାହେଲେ ସଦାପ୍ରଭୁଙ୍କର ନ୍ୟାୟ କର୍ମ ବିଷୟରେ ତୁମ୍ଭେମାନେ ଜାଣି ପାରିବ।”


ପ୍ରଥମ ମାସର ଦଶମ ଦିନରେ ଲୋକମାନେ ଯର୍ଦ୍ଦନ ନଦୀ ପାର ହୋଇ ଯିରୀହୋର ପୂର୍ବ ସୀମାସ୍ଥିତ ଗି‌ଲ୍‌ଗ‌ଲ୍‌ଠାରେ ଛାଉଣି ସ୍ଥାପନ କଲେ।


ଆଉ ନିସ୍ତାରପର୍ବର ପୂର୍ବଦିନ ସେମାନେ ଦେଶର ଶସ୍ୟ ତାଡ଼ିଶୂନ୍ୟ ରୋଟୀ ଓ ଭଜା ଶସ୍ୟ ଖାଇଲେ।


ଏହିପରି ଭାବରେ ସେମାନେ ଗି‌ଲ୍‌ଗଲ୍ ନିକଟସ୍ଥ ଯିହୋଶୂୟଙ୍କ ଛାଉଣିକୁ ଯାଇ ଇସ୍ରାଏଲୀୟ ଲୋକମାନଙ୍କୁ କହିଲେ, “ଆମ୍ଭେମାନେ ଦୂରଦେଶରୁ ଆସିଛୁ, ତେଣୁ ତୁମ୍ଭେମାନେ ଆମ୍ଭମାନଙ୍କ ସହିତ ଚୁକ୍ତି କର।”


ସେ ପ୍ରତି ବର୍ଷ ଦେଶର ଚତୁର୍ଦ୍ଦିଗ ଯାତ୍ରା କରନ୍ତି। ସେ ବୈଥେଲ୍, ଗି‌ଲ୍‌ଗଲ୍ ଓ ମି‌ସ୍‌ପୀ ପ୍ରଭୃତି ସ୍ଥାନକୁ ଯାତ୍ରା କଲେ। ସେ ଲୋକଙ୍କୁ ଅନୁଧ୍ୟାନ କରି ଶାସନ ଚଲାଇଲେ।


Lean sinn:

Sanasan


Sanasan