ଯିହୋଶୂୟ 5:1 - ପବିତ୍ର ବାଇବଲ1 ଇସ୍ରାଏଲର ଲୋକମାନେ ନଦୀ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଯର୍ଦ୍ଦନ ନଦୀକୁ ଶୁଷ୍କ ରଖିଲେ। ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜାମାନେ ଓ ଭୂମଧ୍ୟ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାମାନେ ଏହା ଶୁଣିଲେ, ସେତେବେଳେ ସେମାନଙ୍କର ହୃଦୟ ତରଳି ଗଲା ଓ ଇସ୍ରାଏଲୀୟମାନଙ୍କୁ ସମ୍ମୁଖୀନ ହେବା ସକାଶେ ସେମାନେ ସେମାନଙ୍କର ସାହସ ହରାଇଲେ। Faic an caibideilପବିତ୍ର ବାଇବଲ (Re-edited) - (BSI)1 ଅନନ୍ତର ଆମ୍ଭେମାନେ ପାର ହେବାଯାଏ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ-ଜଳ କିରୂପେ ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମ ପାରିସ୍ଥିତ ଇମୋରୀୟ ରାଜଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ-ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ। Faic an caibideilଓଡିଆ ବାଇବେଲ1 ଏଥିଉତ୍ତାରେ ଆମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ ନଦୀର ଜଳ କିପରି ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମପାରିସ୍ଥିତ ଇମୋରୀୟ ରାଜାଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ଏଥିଉତ୍ତାରେ ଆମ୍ଭେମାନେ ପାର ହେବା ପର୍ଯ୍ୟନ୍ତ ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରୁ ଯର୍ଦ୍ଦନ ନଦୀର ଜଳ କିପରି ଶୁଷ୍କ କଲେ, ଏହା ଯେତେବେଳେ ଯର୍ଦ୍ଦନର ପଶ୍ଚିମପାରିସ୍ଥିତ ଇମୋରୀୟ ରାଜାଗଣ ଓ ସମୁଦ୍ର ନିକଟସ୍ଥ କିଣାନୀୟ ରାଜାଗଣ ଶୁଣିଲେ, ସେତେବେଳେ ସେମାନଙ୍କ ହୃଦୟ ତରଳି ଗଲା ଓ ଇସ୍ରାଏଲ ସନ୍ତାନମାନଙ୍କ ମୁଖ ସକାଶୁ ସେମାନଙ୍କଠାରେ ଆତ୍ମା ଆଉ ରହିଲା ନାହିଁ। Faic an caibideil |
ଗିବିୟୋନୀୟମାନେ ଇସ୍ରାଏଲୀୟ ନ ଥିଲେ। ସେମାନେ ଇମୋରୀୟ ବଂଶଧର ଥିଲେ। ଇସ୍ରାଏଲୀୟମାନେ ପ୍ରତିଜ୍ଞା କରିଥିଲେ ସେମାନେ ଗିବିୟୋନୀୟମାନଙ୍କୁ ହତ୍ୟା କରିବେ ନାହିଁ। କିନ୍ତୁ ଶାଉଲ ସେମାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇସ୍ରାଏଲୀୟମାନଙ୍କ ପ୍ରତି ଓ ଯିହୁଦାମାନଙ୍କ ପ୍ରତି ଉଦ୍ଯୋଗୀ ହୋଇ ସେମାନଙ୍କୁ ବଧ କରିବାକୁ ଚେଷ୍ଟା କରିଥିଲେ। ରାଜା ଗିବିୟୋନୀୟମାନଙ୍କୁ ଡକାଇ କଥାବାର୍ତ୍ତା କଲେ।
ଏହିସବୁ କର୍ମ ସମାପ୍ତ ହେଲା ପରେ, ଇସ୍ରାଏଲୀୟ ମୁଖ୍ୟମାନେ ଆମ୍ଭ ନିକଟକୁ ଆସିଲେ ଓ ସେମାନେ କହିଲେ, “ଏଜ୍ରା, ଇସ୍ରାଏଲର ଲୋକମାନେ, ଯାଜକମାନେ ଓ ଲେବୀୟମାନେ ଅନ୍ୟଦେଶୀ ଗୋଷ୍ଠୀୟମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସେମାନଙ୍କର ଅର୍ଥାତ୍ କିଣାନୀୟ, ହିତ୍ତୀୟ, ପିରିଷୀୟ, ଯିବୂଷୀୟ, ଅମ୍ମୋନୀୟ, ମୋୟାବୀୟ, ମିସ୍ରୀୟ ଓ ଇମୋରୀୟମାନଙ୍କର ଘୃଣାଯୋଗ୍ୟ କର୍ମ ଅନୁସାରେ କରୁଅଛନ୍ତି।
ଯେତେବେଳେ ସେମାନେ ପଗ୍ଭରିବେ, ‘ତୁମ୍ଭେ କାହିଁକି ଦୀର୍ଘନିଃଶ୍ୱାସ ଛାଡ଼ୁଛ?’ ସେତେବେଳେ ତୁମ୍ଭେ କହିବ, ‘ସମ୍ବାଦ ସକାଶେ, ତାହା ଆସୁଅଛି। ସେଥିରେ ସମସ୍ତଙ୍କ ଆତ୍ମା ଭୟରେ ତରଳି ଯିବ ଓ ସମସ୍ତଙ୍କ ହସ୍ତ ଭୟରେ ଦୁର୍ବଳ ହେବ। ପ୍ରତ୍ୟେକ ମନୁଷ୍ୟର ଆତ୍ମା ହତ ଉତ୍ସାହିତ ହେବ ଓ ସମସ୍ତଙ୍କ ଆଣ୍ଠୁ ଜଳପରି ହେବ।’ ଏବଂ ଦେଖ, ସେହି ସମୟ ଆସୁଅଛି ଓ ତାହା ସିଦ୍ଧ ହେବ।” ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
ତୁମ୍ଭେମାନେ ସେହି ପର୍ବତମୟ ଦେଶକୁ ନେବ। ଏହା ଏକ ଜଙ୍ଗଲ, କିନ୍ତୁ ତୁମ୍ଭେମାନେ ଏଠାରେ ବୃକ୍ଷ ସଫା କରି ପାରିବ। ଏବଂ ଏହାକୁ ଏକ ସୁନ୍ଦର ବାସପୋଯୋଗୀ କରି ପାରିବ। ଏବଂ ତୁମ୍ଭେ ଏହାର ମାଲିକାନା ପାଇବ। ତୁମ୍ଭେମାନେ ବଳପୂର୍ବକ କିଣାନୀୟ ଲୋକମାନଙ୍କୁ ସେଠାରୁ ତଡ଼ି ଦିଅ। ତୁମ୍ଭେମାନେ ସେମାନଙ୍କୁ ପରାସ୍ତ କରି ପାରିବ ଯଦିଓ ସେମାନେ ଶକ୍ତିଶାଳୀ ଓ ସେମାନଙ୍କ ପାଖରେ ବହୁତ ଅସ୍ତ୍ରଶସ୍ତ୍ର ଅଛି।”
“ଯଦି ସଦାପ୍ରଭୁଙ୍କ ସେବା ତୁମ୍ଭ ଦୃଷ୍ଟିରେ ମନ୍ଦ ଦିଶେ। ତେବେ ତୁମ୍ଭେମାନେ କାହାର ସେବା କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ତୁମ୍ଭେ କାହାର ସେବା କରିବ। ତୁମ୍ଭେ କ’ଣ ତୁମ୍ଭ ପୂର୍ବପୁରୁଷଗଣର ଇଉଫ୍ରେଟିସ୍ ନଦୀ ସେପାରୀରେ ଥିବା ଦେବତାଗଣଙ୍କୁ ପୂଜା କରିବ? କିମ୍ବା ସେହି ଦେଶରେ ବାସ କରିଥିବା ଇମୋରୀୟମାନଙ୍କର ଦେବତାଙ୍କୁ ପୂଜା କରିବ? ତୁମ୍ଭେମାନେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁଁ ଓ ମୋର ପରିବାରବର୍ଗ ସେହି ସଦାପ୍ରଭୁ ପରମେଶ୍ୱରଙ୍କୁ ସେବା କରିବୁ!”