Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 4:12 - ପବିତ୍ର ବାଇବଲ

12 ରୁବେନ୍ ଗୋଷ୍ଠୀର ମନୁଷ୍ୟମାନେ, ଗାଦ୍ ଗୋଷ୍ଠୀର ମନୁଷ୍ୟମାନେ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀଗଣ, ଯୁଦ୍ଧାସ୍ତ୍ରରେ ସଜ୍ଜିତ ଓ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ଇସ୍ରାଏଲୀୟମାନଙ୍କ ଆଗରେ ନଦୀ ପାର ହୋଇଗଲେ, ଠିକ୍ ମୋଶା ଯେପରି ସେମାନଙ୍କୁ କହିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ସେସମୟରେ ରୁବେନର ସନ୍ତାନଗଣ ଓ ଗାଦ୍ର ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ-ବଂଶ, ଆପଣାମାନଙ୍କ ପ୍ରତି ମୋଶାଙ୍କର ବାକ୍ୟାନୁସାରେ ସସଜ୍ଜ ହୋଇ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପାର ହୋଇଗଲେ;

Faic an caibideil Dèan lethbhreac

ଓଡିଆ ବାଇବେଲ

12 ସେସମୟରେ ରୁବେନ୍‍ର ସନ୍ତାନଗଣ ଓ ଗାଦ୍‍ର ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ, ଆପଣାମାନଙ୍କ ପ୍ରତି ମୋଶାଙ୍କର ବାକ୍ୟାନୁସାରେ ସସଜ୍ଜ ହୋଇ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରେ ପାର ହୋଇଗଲେ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେସମୟରେ ରୁବେନ୍‍ର ସନ୍ତାନଗଣ ଓ ଗାଦ୍‍ର ସନ୍ତାନଗଣ ଓ ମନଃଶିର ଅର୍ଦ୍ଧ ବଂଶ, ଆପଣାମାନଙ୍କ ପ୍ରତି ମୋଶାଙ୍କର ବାକ୍ୟାନୁସାରେ ସସଜ୍ଜ ହୋଇ ଇସ୍ରାଏଲ-ସନ୍ତାନଗଣ ସମ୍ମୁଖରେ ପାର ହୋଇଗଲେ;

Faic an caibideil Dèan lethbhreac




ଯିହୋଶୂୟ 4:12
9 Iomraidhean Croise  

ତେଣୁ ସଦାପ୍ରଭୁ ସେମାନଙ୍କୁ ଅନ୍ୟ ଏକ ପଥରେ ଆଗେଇ ନେଲେ। ସେ ସେମାନଙ୍କୁ ସୂଫସାଗର ପ୍ରାନ୍ତର ମଧ୍ୟଦେଇ ଆଣିଲେ। ସେମାନେ ମିଶର ଛାଡ଼ିବା ସମୟରେ ଇସ୍ରାଏଲୀୟମାନେ ଯୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।


ଗା‌ଦ୍‌ ବଂଶଧର ସେମାନଙ୍କର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ୟା, ଯେଉଁମାନେ କୋଡ଼ିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ୟ ବିଭାଗରେ ଯୋଗଦେବା ପାଇଁ ଯୋଗ୍ୟ, ସେମାନଙ୍କର ତାଲିକାଭୁକ୍ତ କରାଗଲା।


ମାତ୍ର ଆମ୍ଭମାନଙ୍କର ବାଳକମାନେ ଦେଶବାସୀଙ୍କଠାରୁ ନିରାପଦରେ ରହିବା ପାଇଁ ପ୍ରାଚୀର ବେଷ୍ଟିତ ନଗରରେ ବାସ କରିବେ, ଆଉ ଆମ୍ଭେମାନେ ଇସ୍ରାଏଲ ଲୋକମାନଙ୍କୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ।


“ସେହି ସମୟରେ ମୁଁ ସେହି ଗୋଷ୍ଠୀୟମାନଙ୍କୁ ନିର୍ଦ୍ଦେଶ ଦେଇ କହିଲି: ‘ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ବାସ କରିବାକୁ ଏହି ଯର୍ଦ୍ଦନ କୂଳସ୍ଥ ଦେଶ ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ତୁମ୍ଭମାନଙ୍କ ମଧ୍ୟରୁ ବୀର ଗୋଷ୍ଠୀୟମାନେ ସୂସଜ୍ଜ ହୋଇ ତୁମ୍ଭମାନଙ୍କ ଭାଇମାନଙ୍କର ଇସ୍ରାଏଲ-ସନ୍ତାନମାନଙ୍କ ସମ୍ମୁଖରେ ପାର ହୋଇଯିବେ।


ସେ ଆପଣା ପାଇଁ ପ୍ରଥମ ଅଂଶ ମନୋନୀତ କରେ। ଆଦେଶକାରୀଙ୍କର ଭାଗ ସୁରକ୍ଷିତ ଅଛି। ସେ ଲୋକମାନଙ୍କର ନେତୃବର୍ଗଙ୍କ ପାଖକୁ ଆସନ୍ତି। ସେ ଯାହା କରନ୍ତି ତାହା ସଦାପ୍ରଭୁଙ୍କ ପାଇଁ ଉତ୍ତମ। ସେ ଏପରି କରନ୍ତି ଯାହା ଇସ୍ରାଏଲବାସୀ ପାଇଁ ମଙ୍ଗଳ।”


ତୁମ୍ଭର ସ୍ତ୍ରୀ ଏବଂ ପିଲାମାନେ ଯର୍ଦ୍ଦନର ପୂର୍ବ ଦିଗସ୍ଥ ଭୂମିରେ ବାସ କରିବେ, ଯାହା ସଦାପ୍ରଭୁ ତୁମ୍ଭକୁ ଦେଇଛନ୍ତି। ସେମାନେ ସେଠାରେ ସେମାନଙ୍କର ଗୋରୁଗାଈ ସହିତ ବାସ କରିବେ। କିନ୍ତୁ ତୁମ୍ଭର ଶକ୍ତିଶାଳୀ ଯୋଦ୍ଧାଗଣ ତୁମ୍ଭମାନଙ୍କର ଭାତୃଗଣ ସହିତ ଅସ୍ତ୍ରରେ ସୁସଜ୍ଜିତ ହୋଇ ଯର୍ଦ୍ଦନ ନଦୀ ପାର ହେବା ଉଚିତ୍। ତୁମ୍ଭେ ସେମାନଙ୍କୁ ସେମାନଙ୍କ ଭୂମି ଫେରାଇବା ପାଇଁ କରୁଥିବା ଯୁଦ୍ଧରେ ସାହାଯ୍ୟ କରିବା ଉଚିତ୍।


ଯେତେବେଳେ ସମସ୍ତ ଲୋକମାନେ ନଦୀ ପାର ହୋଇଗଲେ, ଏହା ପରେ ଯାଜକଗଣ ସଦାପ୍ରଭୁଙ୍କର ପବିତ୍ର ନିୟମ-ସିନ୍ଦୁକ ଧରି ଯର୍ଦ୍ଦନ ନଦୀ ପାର ହୋଇଗଲେ।


ପ୍ରାୟ 40,000 ସୈନ୍ୟ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ ଯିରୀହୋ ପଦାକୁ ଗଲେ।


Lean sinn:

Sanasan


Sanasan