Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 23:12 - ପବିତ୍ର ବାଇବଲ

12 “କଦାପି ସଦାପ୍ରଭୁଙ୍କ ଉପଦେଶରୁ ବିଚ୍ୟୁତ ହୁଅ ନାହିଁ। କଦାପି ଅନ୍ୟମାନଙ୍କ ସହିତ ବନ୍ଧୁ ହୁଅ ନାହିଁ। ଯେଉଁମାନେ କି ଇସ୍ରାଏଲଙ୍କର ଅଂଶ ନୁହନ୍ତି। କୌଣସି ଅନ୍ୟ ବଂଶମାନଙ୍କ ସହିତ ବିବାହ କର ନାହିଁ। ଇସ୍ରାଏଲ ନୁହନ୍ତି କିନ୍ତୁ ଯଦି ତୁମ୍ଭେ ସେମାନଙ୍କର ବନ୍ଧୁ ହୁଅ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ଵନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି;

Faic an caibideil Dèan lethbhreac

ଓଡିଆ ବାଇବେଲ

12 ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ନୋହିଲେ ଯେବେ ତୁମ୍ଭେମାନେ କୌଣସି ପ୍ରକାରେ ବିମୁଖ ହୁଅ ଓ ଏହି ଗୋଷ୍ଠୀୟମାନଙ୍କ ମଧ୍ୟରୁ ଯେଉଁମାନେ ତୁମ୍ଭମାନଙ୍କ ମଧ୍ୟରେ ଅବଶିଷ୍ଟ ଅଛନ୍ତି, ସେମାନଙ୍କଠାରେ ଆସକ୍ତ ହୁଅ ଓ ସେମାନଙ୍କ ସହିତ ବିବାହ-ସମ୍ବନ୍ଧ ରଖି ତୁମ୍ଭେମାନେ ସେମାନଙ୍କର ସହବାସ କର ଓ ସେମାନେ ତୁମ୍ଭମାନଙ୍କର ସହବାସ କରନ୍ତି;

Faic an caibideil Dèan lethbhreac




ଯିହୋଶୂୟ 23:12
28 Iomraidhean Croise  

ମନୁଷ୍ୟ ପିତାମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରିତ ହେବ। ଯେପରି ସେମାନେ ଏକ ବ୍ୟକ୍ତି, ଏହା ଏପରି ଭାବରେ ହେବ।


ଏହା ପରେ ଶିଖିମ ଦୀଣାର ପ୍ରେମରେ ପଡ଼ିଗଲା ଓ ତାକୁ ବିବାହ ହେବାକୁ ଗ୍ଭହିଁଲା।


ଏହା ପୂର୍ବରୁ ସଦାପ୍ରଭୁ ଇସ୍ରାଏଲ ଲୋକମାନଙ୍କୁ ସତର୍କ କରିଥିଲେ, “ତୁମ୍ଭେମାନେ ଅନ୍ୟ ଦେଶର କନ୍ୟାଙ୍କୁ ବିବାହ କରିବ ନାହିଁ। କାରଣ ସେମାନେ ନିଜର ସାଥୀମାନଙ୍କୁ ଅନ୍ୟ ଦେବା ଦେବୀର ଉପାସନା ପାଇଁ ଆକର୍ଷିତ କରି ପାରନ୍ତି।” ମାତ୍ର ଶଲୋମନ ସେମାନଙ୍କ ସହିତ ପ୍ରେମ କଲେ।


ଶଲୋମନ ଯେତେବେଳେ ବୃଦ୍ଧ ହେଲେ ତାଙ୍କର ପତ୍ନୀମାନେ ଅନ୍ୟ ଦେବତାଗଣଙ୍କୁ ଅନୁସରଣ କରିବାର ପ୍ରଭାବ ପକାଇଲେ। ତାଙ୍କର ପିତା ଦାଉଦଙ୍କ ପରି ସେ ସର୍ବାନ୍ତଃକରଣରେ ସଦାପ୍ରଭୁଙ୍କୁ ଅନୁସରଣ କଲେ ନାହିଁ।


ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି। ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି। ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।


ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ। ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।


ଇସ୍ରାଏଲ ଗୋଷ୍ଠୀ ପାପରେ ପରିପୂର୍ଣ୍ଣ। ସେମାନେ ଅଧର୍ମ ଓ ପାପରେ ଭାରାକ୍ରାନ୍ତ। ସେମାନେ ଏକ ଭ୍ରଷ୍ଟାଗ୍ଭରୀ ବଂଶ ଦୁଷ୍କର୍ମକାରୀ ସନ୍ତାନଗଣ। ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଛନ୍ତି। ସେମାନେ ଇସ୍ରାଏଲର ପବିତ୍ର ପୁରୁଷଙ୍କୁ ଅବଜ୍ଞା କରିଛନ୍ତି। ସେମାନେ ତାଙ୍କୁ ଜଣେ ଅଜଣାବ୍ୟକ୍ତି ପରି ବ୍ୟବହାର କରିଛନ୍ତି ଓ ଛାଡ଼ି ଗ୍ଭଲିଯାଇଛନ୍ତି।


“କିନ୍ତୁ ଯଦି ଜଣେ ଧାର୍ମିକ ବ୍ୟକ୍ତି ତା'ର ଧାର୍ମିକତାରୁ ବିରତ ହୁଏ ଏବଂ ଦୁଷ୍ଟ ଲୋକର ସମସ୍ତ ଜଘନ୍ୟ କାର୍ଯ୍ୟ କରେ, ସେ ବଞ୍ଚିବ କି? ତା'ର (ଆଗରୁ କରିଥିବା) ଧାର୍ମିକତା କାର୍ଯ୍ୟସବୁ ହିସାବକୁ ନିଆଯିବ ନାହିଁ। ତା'ର ବର୍ତ୍ତମାନର ପାପ ଯୋଗୁଁ ସେ ନିଶ୍ଚିତ ଭାବରେ ମରିବ।


କେତେକ ଲୋକ ସଦାପ୍ରଭୁଙ୍କୁ ଅନୁସରଣ କରିବା ବନ୍ଦ କଲେ। ସେମାନେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରିବା ବନ୍ଦ କରିଦେଲେ। ତେଣୁ ସେ ଲୋକମାନଙ୍କୁ ସେହି ସ୍ଥାନରୁ ତଡ଼ି ଦେବା।”


ତା'ପରେ ସବୁ ଭୂତ ସେ ଘର ଭିତରକୁ ଯାଇ ସେଠାରେ ବସବାସ କରନ୍ତି। ସେତେବେଳେ ଲୋକଟିର ଅବସ୍ଥା ପୂର୍ବ ଅପେକ୍ଷା ଅଧିକ ଶୋଚନୀୟ ହୋଇପଡ଼େ। ଏବେ ଜୀବିତ ଥିବା ମନ୍ଦ ଲୋକଙ୍କ ପାଇଁ ସେହି ଏକାକଥା ଘଟିବ।”


ଯୀଶୁ ଏ କଥା କହିବା ପରେ ତାହାଙ୍କର ଅନେକ ଶିଷ୍ୟ ତାହାଙ୍କୁ ଛାଡ଼ି ଗ୍ଭଲିଗଲେ। ସେମାନେ ଆଉ ତାହାଙ୍କର ଆନୁଗମନ କଲେ ନାହିଁ।


ତୁମ୍ଭର ପ୍ରେମ ନିଷ୍କପଟ ହେଉ। ମନ୍ଦକୁ ଘୃଣା କର।


ତୁମ୍ଭେମାନେ ଯଦି ଏପରି କର, ସଦାପ୍ରଭୁଙ୍କର କ୍ରୋଧ ତୁମ୍ଭ ପ୍ରତିକୂଳରେ ପ୍ରଜ୍ୱଳିତ ହେବ ଓ ସେ ଦେଶରୁ ତୁମ୍ଭକୁ ବିନାଶ କରିବେ। କାରଣ ତୁମ୍ଭ ମଧ୍ୟରେ ଥିବା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଆପଣାର ମହିମା ବଜାୟ ରଖିବା ପାଇଁ ଈର୍ଷାପରାୟଣ ଅଟନ୍ତି।


ତୁମ୍ଭେମାନେ ସେମାନଙ୍କ ସହିତ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କ ସହିତ ଆପଣା କନ୍ୟାମାନଙ୍କୁ ବିବାହ ଦେବ ନାହିଁ। କିଅବା ଆପଣା ପୁତ୍ରମାନଙ୍କୁ ସେମାନଙ୍କ କନ୍ୟାମାନଙ୍କ ସହିତ ବିବାହ ଦେବ ନାହିଁ।


କାରଣ ସେମାନେ ତୁମ୍ଭମାନଙ୍କର ସନ୍ତାନଗଣଙ୍କୁ ମୋତେ ଅନୁସରଣ କରିବାରୁ ବିମୁଖ କରିବେ ଏବଂ ତା'ପରେ ତୁମ୍ଭମାନଙ୍କର ସନ୍ତାନଗଣ ଅନ୍ୟ ଦେବଗଣର ସେବା କରିବେ। ତାହାହେଲେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ତୁମ୍ଭମାନଙ୍କର ପରମେଶ୍ୱର କ୍ରୋଧ କରିବେ ଓ ସେ ତୁମ୍ଭକୁ ବହୁତ ଶୀଘ୍ର ବିନାଶ କରିବେ।


ତୁମ୍ଭେମାନେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶ୍ୱରଙ୍କୁ ସର୍ବଦା ପ୍ରେମ କରୁଥିବ।


ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି।


ତାଙ୍କର ପିତାମାତା ତାଙ୍କୁ କହିଲେ, “ଆମ୍ଭର ସମ୍ପର୍କୀୟ ମଧ୍ୟରେ ଇସ୍ରାଏଲରେ ତୁମ୍ଭର ସ୍ତ୍ରୀ ହେବାକୁ କନ୍ୟା ନାହାନ୍ତି ଯେ, ତୁମ୍ଭେ ଅସୁନ୍ନତ ପଲେଷ୍ଟୀୟମାନଙ୍କ ମଧ୍ୟରୁ ଜଣକୁ ସ୍ତ୍ରୀ କରିବ?” କିନ୍ତୁ ଶା‌ମ୍‌ଶୋନ୍ ଉତ୍ତର ଦେଲେ, “ମୋତେ ସେହି ଯୁବତୀ ଆଣି ଦିଅ! ମୁଁ କେବଳ ସେହି ଯୁବତୀକୁ ବିବାହ କରିବାକୁ ଗ୍ଭହେଁ।”


ଇସ୍ରାଏଲୀୟ ସେହି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସେମାନେ ସେମାନଙ୍କର ଝିଅମାନଙ୍କୁ ସେହି ଲୋକମାନଙ୍କର ପୁଅମାନଙ୍କ ସହିତ ବିବାହ କରିବାକୁ ଅନୁମତି ଦେଲେ। ଏହା ବ୍ୟତିତ ଇସ୍ରାଏଲୀୟ ସେହି ଲୋକମାନଙ୍କର ଦେବତାଗଣଙ୍କୁ ପୂଜା କଲେ।


Lean sinn:

Sanasan


Sanasan