Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 21:1 - ପବିତ୍ର ବାଇବଲ

1 ଏହା ପରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶ ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲିୟାସର ଯାଜକଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନମାନଙ୍କ ବଂଶ-ସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁଆସିଲେ;

Faic an caibideil Dèan lethbhreac

ଓଡିଆ ବାଇବେଲ

1 ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ଏଉତ୍ତାରେ ଲେବୀୟମାନଙ୍କ ପିତୃଗୃହର ପ୍ରଧାନମାନେ ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃଗୃହର ପ୍ରଧାନମାନଙ୍କ ନିକଟକୁ ଆସିଲେ;

Faic an caibideil Dèan lethbhreac




ଯିହୋଶୂୟ 21:1
9 Iomraidhean Croise  

ସେମାନଙ୍କ କ୍ରୋଧ ଅଭିଶପ୍ତ ହେଉ। କାରଣ ତାହା ପ୍ରଚଣ୍ଡ ଥିଲା। ସେମାନଙ୍କ କୋପ ଅଭିଶପ୍ତ ହେଉ, କାରଣ ତାହା ନିଷ୍ଠୁର ଥିଲା। ମୁଁ ଯାକୁବ ମଧ୍ୟରେ ସେମାନଙ୍କୁ ବିଭାଗ କରିବି। ଏବଂ ଇସ୍ରାଏଲ ମଧ୍ୟରେ ଛିନ୍ନଭିନ୍ନ କରିବି।


ଏହି ସମସ୍ତ ଲୋକ ଇସ୍ରାଏଲ ବଂଶ ମଧ୍ୟରେ ମୁଖ୍ୟ ଥିଲେ: ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ରୁବେ‌ନ୍‌ର ସନ୍ତାନ ହନୋକ, ପଲ୍ଲୁ, ହିଷ୍ରୋଣ ଓ କର୍ମ୍ମି ଏହିପରି ଗ୍ଭରି ପୁତ୍ର ଥିଲେ।


ହାରୋଣର ପୁତ୍ର ଇଲିୟାସର ଫୂଟୀୟେଲର ଏକ କନ୍ୟାକୁ ବିବାହ କଲେ ଓ ସେ ପୀନହ‌ସ୍‌କୁ ଜନ୍ମ ଦେଲା। ଏମାନେ ସମସ୍ତେ ଲେବୀୟ ଥିଲେ।


ଅନନ୍ତର ସଦାପ୍ରଭୁ ମୋୟାବ ପଦାରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ନଦୀ ଆରପାରିରେ ମୋଶାଙ୍କୁ କହିଲେ,


ଇସ୍ରାଏଲ ବୃହତ ପରିବାରବର୍ଗ ଅଧିକ ନଗର ନେବେ। ଏବଂ ତୁମ୍ଭେମାନେ ଛୋଟ ପରିବାରବର୍ଗଠାରୁ ଅଳ୍ପ ନେବ। ପ୍ରତ୍ୟେକ ପରିବାରବର୍ଗ ସେମାନଙ୍କର ଅଂଶ ଅନୁସାରେ ଲେବୀୟମାନଙ୍କୁ କିଛି ନଗର ଦେବେ।”


ଯାଜକ ଇଲିୟାସର ନୂନର ପୁତ୍ର ଯିହୋଶୂୟ ଏବଂ ଇସ୍ରାଏଲର ସମସ୍ତ ପରିବାରବର୍ଗର ପ୍ରଧାନବର୍ଗ ନିଷ୍ପତ୍ତି ନେଲେ, ଭୂମି କିପରି ଲୋକମାନଙ୍କ ମଧ୍ୟରେ ବଣ୍ଟା ହେବ।


ଏହି ଝିଅମାନେ ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ସେନାପତିଗଣଙ୍କ ପାଖକୁ ଗଲେ। କନ୍ୟାଗଣ କହିଲେ, “ଆମ୍ଭମାନଙ୍କ ପୁରୁଷ ସମ୍ପର୍କୀୟମାନଙ୍କ ପରି ଆମ୍ଭକୁ ଭୂମି ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ।” ତେଣୁ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ସେମାନଙ୍କର ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ।


ଏହିପରି ଭାବରେ ଇସ୍ରାଏଲ ପରିବାରବର୍ଗମାନଙ୍କୁ ଏହିସବୁ ଭୂମି ବାଣ୍ଟ କରାଗଲା। ଇଲିୟାସର ଯାଜକ, ନୂନର ପୁତ୍ର ଯିହୋଶୂୟ ଏବଂ ସମସ୍ତ ବଂଶଧରମାନଙ୍କର ପ୍ରାଚୀନବର୍ଗମାନେ ଭୂମି ଭାଗ କରିବାକୁ ଶୀଲୋ ନିକଟରେ ଏକତ୍ରିତ ହେଲେ। ସେମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ମିଳିତ ହେଲେ। ଏହିପରି ଭାବରେ ସେମାନେ ଦେଶ ବିଭାଗ ବଣ୍ଟନ ସାରି ଦେଲେ।


Lean sinn:

Sanasan


Sanasan