Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 20:8 - ପବିତ୍ର ବାଇବଲ

8 ଏହା ପରେ ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେ‌ତ୍‌ସର ଓ ଗାଦ୍ ବଂଶର ଗିଲିୟଦରେ ରାମୋତ୍ ମନଃଶି ବଂଶର ବାଶନର ଗୋଲନ୍ ନିରୂପଣ କଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

8 ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦ୍ ବଂଶର ଗିଲୀୟଦରେ ରାମୋତ୍ ଓ ମନଃଶି ବଂଶର ବାଶନରେ ଗୋଲନ୍ ନିରୂପଣ କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

8 ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍‍ ବଂଶର ସମଭୂମି ପ୍ରାନ୍ତରରେ ବେତ୍‍ସର ଓ ଗାଦ୍‍ ବଂଶର ଗିଲୀୟଦରେ ରାମୋତ୍‍ ଓ ମନଃଶି ବଂଶର ବାଶନରେ ଗୋଲନ୍‍ ନିରୂପଣ କଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍‍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦ୍‍ ବଂଶର ଗିଲୀୟଦରେ ରାମୋତ୍‍ ଓ ମନଃଶି ବଂଶର ବାଶନରେ ଗୋଲନ୍‍ ନିରୂପଣ କଲେ।

Faic an caibideil Dèan lethbhreac




ଯିହୋଶୂୟ 20:8
12 Iomraidhean Croise  

ତେଣୁ ଆହାବ 400 ଭବିଷ୍ୟ‌ଦ୍‌ବକ୍ତାଙ୍କୁ ଡକାଇ ଏକତ୍ରିତ କଲେ ଓ ସେମାନଙ୍କୁ ପଗ୍ଭରିଲେ, “ମୁଁ ରାମୋତ୍-ଗିଲିୟଦ ବିରୁଦ୍ଧରେ ପ୍ରଥମେ ଯୁଦ୍ଧ କରିବାକୁ ଯିବା ଉଚିତ୍ କି, ଏଥିରୁ କ୍ଷାନ୍ତ ହେବା ଉଚିତ୍?” ତହୁଁ ସେମାନେ ଉତ୍ତର କଲେ, “ତୁମ୍ଭେ ବର୍ତ୍ତମାନ ଯାଇ ଯୁଦ୍ଧ କରିବା ଉଚିତ୍, କାରଣ ସଦାପ୍ରଭୁ ତୁମ୍ଭକୁ ବର୍ତ୍ତମାନ ଜୟଲାଭ କରିବାକୁ ଦେବେ।”


ଯୋରାମ ଆହାବ ବଂଶର ଥିଲେ। ଏ ନିମନ୍ତେ ସେ ଅହସିୟଙ୍କ ସଙ୍ଗେ ମିଶି ଅରାମର ରାଜା ହସାୟେଲଙ୍କ ବିରୁଦ୍ଧରେ ରାମୋତ-ଗିଲିୟଦରେ ଯୁଦ୍ଧ କରିବାକୁ ଗଲେ। ଏଥିରେ ଅରାମୀୟମାନେ ଯୋରାମଙ୍କୁ କ୍ଷତବିକ୍ଷତ କଲେ।


ମରାରି ବଂଶ ଆହୁରି ମଧ୍ୟ ରୁବେନ୍ ଗୋଷ୍ଠୀଠାରୁ ମରୁଭୂମିସ୍ଥ ବେ‌ତ୍‌ସର୍ ସହର, ଯହସ, କଦେମୋତ୍ ଓ ମେଫାତ୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ରୁବେନ୍ ଗୋଷ୍ଠୀ ଯିରୀହୋ ନଗରର ପୂର୍ବ ପାର୍ଶ୍ୱ ଓ ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ବାସ କରୁଥିଲେ। ମରାରିର ଏହି ପରିବାରଗୁଡ଼ିକ ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ଲାଭ କଲେ।


ମରାରି ପରିବାରବର୍ଗ ଗାଦ୍ ଗୋଷ୍ଠୀଠାରୁ ଗିଲିୟଦସ୍ଥ ରାମୋତ୍, ହି‌ଷ୍‌ବୋନ୍ ଓ ଯାସେର୍ ସହରଗୁଡ଼ିକ ପ୍ରାପ୍ତ ହେଲେ। ସେହି ସହରଗୁଡ଼ିକ ନିକଟରେ ଥିବା କ୍ଷେତ୍ରସବୁ ମଧ୍ୟ ସେମାନେ ଲାଭ କଲେ।


ଆମ୍ଭେମାନେ ସମତଳ ଭୂମିର ସମସ୍ତ ସହର, ସଲଖା ଓ ଇନ୍ଦ୍ରିୟୀ ପର୍ଯ୍ୟନ୍ତ ସମସ୍ତ ଗିଲିୟଦ ଓ ସମସ୍ତ ବାଶନ୍ ଅର୍ଥାତ୍ ବାଶନସ୍ଥିତ ଓଗ୍ ରାଜ୍ୟର ସମସ୍ତ ନଗର ହସ୍ତଗତ କଲୁ।”


ଯଥା ରୁବେନୀୟମାନଙ୍କ ନିମନ୍ତେ ପଦାଭୂମିସ୍ଥ ପ୍ରାନ୍ତରରେ ବେତ୍ସର, ଗାଦୀୟମାନଙ୍କ ନିମନ୍ତେ ରାମୋତ୍ ଆଉ ମନଃଶୀୟମାନଙ୍କ ନିମନ୍ତେ ବାଶନରେ ଗୋଲନ୍।


ତେଣୁ ଇସ୍ରାଏଲର ବାସିନ୍ଦାମାନେ କିଛି ସହର ବାଛିଲେ। ଯାହା “ନିରାପଦ ସହର” ନାମରେ ପରିଚିତ। ସେହି ସହରଗୁଡ଼ିକ ଥିଲା। ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଇଫ୍ରୟିମ ପର୍ବତମୟ ଦେଶରେ ଶିଖିମ୍ ଓ ଯିହୁଦାର ପର୍ବତମୟ ଦେଶରେ କିରିୟଥ-ଅର୍ବ (ହିବ୍ରୋଣ) ପ୍ରତିଷ୍ଠା କଲେ।


ସେମାନଙ୍କ ମଧ୍ୟରେ ବାସ କରୁଥିବା ଯଦି ଜଣେ ବିଦେଶୀ ଅନିଛାରେ ଜଣେ ବ୍ୟକ୍ତିକୁ ହତ୍ୟାକରେ, ତାକୁ ଯେକୌଣସି ନିରାପଦ ସହରକୁ ଯିବା ପାଇଁ ଅନୁମତି ଦିଆଯିବ। ତା'ହେଲେ ସେହି ମନୁଷ୍ୟଟି ନିରାପଦ ହେବ ଏବଂ ପ୍ରତିଶୋଧ ପାଇଁ ଗୋଡ଼ାଇଥିବା ସମ୍ପର୍କୀୟମାନଙ୍କ ଦ୍ୱାରା ମୃତ୍ୟୁଦଣ୍ଡରେ ଦଣ୍ତିତ ହେବ ନାହିଁ। ନ୍ୟାୟାଳୟରେ ବିଗ୍ଭର ହେବା ପର୍ଯ୍ୟନ୍ତ ସେହି ନିରାପଦ ସହରରେ ରହିବ।


ଗେର୍ଶୋନ୍ ପରିବାର ମଧ୍ୟ ଲେବୀୟ ପରିବାରବର୍ଗରୁ ଥିଲେ। ମନଃଶିର ଅର୍ଦ୍ଧବଂଶ ବାଶନ ଅନ୍ତର୍ଗତ ଗୋଲନ୍ ନଗର ନିରାପତ୍ତାର ନଗର ଏବଂ ବିଷ୍ଟରା ଓ ତା'ର ତଳଭୂମି ଏହି ଦୁଇଟି ନଗର ଦେଲେ।


ରୁବେନ୍ ବଂଶରୁ ବେ‌ତ୍‌ସର ତଳଭୂମି, ଯହସ ଓ ତା'ର ତଳଭୂମି।


ଗାଦ୍ ପରିବାରବର୍ଗ ସେମାନଙ୍କୁ ଗିଲିୟଦ ଅନ୍ତର୍ଗତ ରାମୋତ୍, ନିରାପଦ ନଗରୀ ଓ ତା’ ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଏବଂ ମହନୀୟିମ୍ ଓ ତା'ର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ଦେଲେ।


Lean sinn:

Sanasan


Sanasan