Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 17:3 - ପବିତ୍ର ବାଇବଲ

3 ସଲଫାଦ ଥିଲେ ହେଫର ପୁତ୍ର, ହେଫର ଥିଲେ ଗିଲିୟଦର ପୁତ୍ର, ଗିଲିୟଦ ଥିଲେ ମାଖୀରର ପୁତ୍ର ଏବଂ ମାଖୀର ଥିଲେ ମନଃଶିର ପୁତ୍ର। ସଲଫାଦର କୌଣସି ପୁତ୍ର ନ ଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ୟା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋୟା, ହ‌ଗ୍‌ଲା, ମି‌ଲ୍‌କା ଓ ତିର୍ସା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ମାତ୍ର ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ସଲଫାଦର ପୁତ୍ରସନ୍ତାନ ନ ଥିଲେ, କେବଳ କେତେକ କନ୍ୟା ଥିଲେ; ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗ୍ଲା ଓ ମିଲ୍‍କା ଓ ତିର୍ସା।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ମାତ୍ର ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ସଲଫାଦର ପୁତ୍ରସନ୍ତାନ ନ ଥିଲେ, କେବଳ କେତେକ କନ୍ୟା ଥିଲେ; ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗ୍‍ଲା ଓ ମିଲ୍‍କା ଓ ତିର୍ସା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମାତ୍ର ମନଃଶିର ବୃଦ୍ଧ ପ୍ରପୌତ୍ର, ମାଖୀରର ପ୍ରପୌତ୍ର, ଗିଲୀୟଦର ପୌତ୍ର, ହେଫରର ପୁତ୍ର ସଲଫାଦର ପୁତ୍ରସନ୍ତାନ ନ ଥିଲେ, କେବଳ କେତେକ କନ୍ୟା ଥିଲେ; ତାହାର କନ୍ୟାମାନଙ୍କ ନାମ ମହଲା ଓ ନୋୟା ଓ ହଗ୍ଲା ଓ ମିଲ୍କା ଓ ତିର୍ସା।

Faic an caibideil Dèan lethbhreac




ଯିହୋଶୂୟ 17:3
5 Iomraidhean Croise  

ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।


ସେହି ହେଫରର ପୁତ୍ର ସଲଫାଦର ପୁତ୍ର ନ ଥିଲା, କେବଳ ପାଞ୍ଚୋଟି କନ୍ୟା ଥିଲା। ସେମାନେ ହେଲେ ମହଲା, ନୋୟା, ହ‌‌ଗ୍‌‌ଲା, ମି‌ଲ୍‌କା ଓ ତିର୍ସା


ଯୋଷେଫଙ୍କ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର, ମାଖୀରର ପ୍ରପୌତ୍ର ଗିଲିୟଦ, ଗିଲିୟଦର ପୌତ୍ର ହେଫର ଓ ହେଫରର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚୋଟି କନ୍ୟା ଥିଲେ। ସେମାନେ ହେଲେ ମହଲା, ନୋୟା, ହ‌‌ଗ୍‌‌ଲା, ମି‌ଲ୍‌କା ଓ ତର୍ସା।


ଏହି ଭୂମି ମଧ୍ୟ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀୟେଷର ସନ୍ତାନଗଣ, ହେଲେକ ସନ୍ତାନଗଣ, ଅସ୍ରୀୟେଲ ସନ୍ତାନଗଣ, ଶେଖମ ସନ୍ତାନଗଣ, ହେଫର ସନ୍ତାନଗଣ ଓ ଶମୀଦା ସନ୍ତାନଗଣ ବାଣ୍ଟି ନେଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶାନୁସାରେ ଯୋଷେଫଙ୍କର ପୁତ୍ର ମନଃଶିର ପୁତ୍ର ସନ୍ତାନମାନେ ଥିଲେ।


Lean sinn:

Sanasan


Sanasan