Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 17:2 - ପବିତ୍ର ବାଇବଲ

2 ଏହି ଭୂମି ମଧ୍ୟ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀୟେଷର ସନ୍ତାନଗଣ, ହେଲେକ ସନ୍ତାନଗଣ, ଅସ୍ରୀୟେଲ ସନ୍ତାନଗଣ, ଶେଖମ ସନ୍ତାନଗଣ, ହେଫର ସନ୍ତାନଗଣ ଓ ଶମୀଦା ସନ୍ତାନଗଣ ବାଣ୍ଟି ନେଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶାନୁସାରେ ଯୋଷେଫଙ୍କର ପୁତ୍ର ମନଃଶିର ପୁତ୍ର ସନ୍ତାନମାନେ ଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ମନଃଶିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା; ଯଥା, ଅବୀୟେଷର-ସନ୍ତାନଗଣ ଓ ହେଲକ-ସନ୍ତାନଗଣ ଓ ଅସ୍ରାୟେଲ-ସନ୍ତାନଗଣ ଓ ଶେଖମ-ସନ୍ତାନଗଣ ଓ ହେଫର-ସନ୍ତାନଗଣ ଓ ଶମୀଦା-ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା; ଏମାନେ ଆପଣା ଆପଣା ବଂଶାନୁସାରେ ଯୋଷେଫର ପୁତ୍ର ମନଃଶିର ପୁତ୍ରସନ୍ତାନ ଥିଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ମନଃଶିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା; ଯଥା, ଅବୀୟେଷର-ସନ୍ତାନଗଣ ଓ ହେଲକ-ସନ୍ତାନଗଣ ଓ ଅସ୍ରୀୟେଲ-ସନ୍ତାନଗଣ ଓ ଶେଖମ-ସନ୍ତାନଗଣ ଓ ହେଫର-ସନ୍ତାନଗଣ ଓ ଶମୀଦା-ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା; ଏମାନେ ଆପଣା ଆପଣା ବଂଶାନୁସାରେ ଯୋଷେଫର ପୁତ୍ର ମନଃଶିର ପୁତ୍ରସନ୍ତାନ ଥିଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ମନଃଶିର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶାନୁସାରେ ବାଣ୍ଟ ହେଲା; ଯଥା, ଅବୀୟେଷର-ସନ୍ତାନଗଣ ଓ ହେଲକ-ସନ୍ତାନଗଣ ଓ ଅସ୍ରୀୟେଲ-ସନ୍ତାନଗଣ ଓ ଶେଖମ-ସନ୍ତାନଗଣ ଓ ହେଫର-ସନ୍ତାନଗଣ ଓ ଶମୀଦା-ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା; ଏମାନେ ଆପଣା ଆପଣା ବଂଶାନୁସାରେ ଯୋଷେଫର ପୁତ୍ର ମନଃଶିର ପୁତ୍ରସନ୍ତାନ ଥିଲେ।

Faic an caibideil Dèan lethbhreac




ଯିହୋଶୂୟ 17:2
6 Iomraidhean Croise  

ମାଖୀରଙ୍କ ଭଉଣୀ ହମ୍ମୋଲେକତ୍, ଈଶହୋଦ୍, ଅବୀୟେଷର ଓ ମହଲାଙ୍କୁ ଜନ୍ମ ଦେଲେ।


ଏହା ପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷେଫଙ୍କର ପ୍ରଥମ ପୁତ୍ର। ମନଃଶିଙ୍କର ପ୍ରଥମ ପୁତ୍ର ମାଖୀର ଗିଲିୟଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିୟଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।


ସଲଫାଦ ଥିଲେ ହେଫର ପୁତ୍ର, ହେଫର ଥିଲେ ଗିଲିୟଦର ପୁତ୍ର, ଗିଲିୟଦ ଥିଲେ ମାଖୀରର ପୁତ୍ର ଏବଂ ମାଖୀର ଥିଲେ ମନଃଶିର ପୁତ୍ର। ସଲଫାଦର କୌଣସି ପୁତ୍ର ନ ଥିଲେ। କିନ୍ତୁ ତାଙ୍କର ପାଞ୍ଚ କନ୍ୟା ଥିଲେ। ସେ ଝିଅମାନଙ୍କର ନାମ ଥିଲା, ମହଲା, ନୋୟା, ହ‌ଗ୍‌ଲା, ମି‌ଲ୍‌କା ଓ ତିର୍ସା।


ଏହା ପରେ ସଦାପ୍ରଭୁଙ୍କର ଦୂତ ଆସି ଅବୀୟେଷ୍ରୀୟ ଯୋୟାସର ଅଧିକାର ସ୍ଥିତି ଅଫ୍ରାରେ ଅଲୋନବୃକ୍ଷମୂଳରେ ବସିଲେ। ସେହି ସମୟରେ ତା'ର ପୁତ୍ର ଗିଦିୟୋନ ଦ୍ରାକ୍ଷାକୁଣ୍ଡରେ ଗହମ ଝାଡ଼ୁଥିଲେ। ସେ ଏଥିପାଇଁ ଲୁଚୁଥିଲେ ଯେ, ମିଦିୟନୀୟମାନେ ଯେପରି ଗହମ ନ ଦେଖିବେ।


କିନ୍ତୁ ଗିଦିୟୋନ ସେମାନଙ୍କୁ କହିଲେ, “ତୁମ୍ଭ ତୁଳନାରେ ମୁଁ କ’ଣ ପାଇଛି? ଏହା ସତ୍ୟ ନୁହେଁ କି, ତୁମ୍ଭେ ମୋର ପରିବାର ଅବୀୟେସର ଯେତେ ଦ୍ରାକ୍ଷାଫଳ ସଂଗ୍ରହ କଲେ ତା'ଠାରୁ ଅଧିକ ଦ୍ରାକ୍ଷା ତୁମ୍ଭେମାନେ ଜମିରେ ଛାଡ଼ିଛ?


Lean sinn:

Sanasan


Sanasan