Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 17:1 - ପବିତ୍ର ବାଇବଲ

1 ଏହା ପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷେଫଙ୍କର ପ୍ରଥମ ପୁତ୍ର। ମନଃଶିଙ୍କର ପ୍ରଥମ ପୁତ୍ର ମାଖୀର ଗିଲିୟଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିୟଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

1 ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା।

Faic an caibideil Dèan lethbhreac

ଓଡିଆ ବାଇବେଲ

1 ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ମନଃଶି ବଂଶର ଏହି ବାଣ୍ଟ; ଯେହେତୁ ସେ ଯୋଷେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲୀୟଦର ପିତା, ମନଃଶିର ଜ୍ୟେଷ୍ଠ ପୁତ୍ର ମାଖୀର, ଯୋଦ୍ଧା ହେବା ହେତୁରୁ ଗିଲୀୟଦ ଓ ବାଶନ ପାଇଥିଲା।

Faic an caibideil Dèan lethbhreac




ଯିହୋଶୂୟ 17:1
20 Iomraidhean Croise  

ପ୍ରଥମ ପୁତ୍ରର ନାମ ଦେଲେ ମନଃଶି। ଯୋଷେଫ ତାଙ୍କର ନାମ ଏହିପରି ଦେଲେ କାରଣ ଯୋଷେଫ କହିଲେ, “ପରମେଶ୍ୱର ମୋହର ସମସ୍ତ କ୍ଳେଶର ଓ ନିଜ ପିତୃଗୃହର ବିସ୍ମୃତି ଜନ୍ମାଇଛନ୍ତି।”


ଯୋଷେଫ ତାଙ୍କର ଦ୍ୱିତୀୟ ପୁତ୍ରର ନାମ ଦେଲେ ଇଫ୍ରୟିମ କାରଣ ସେ କହିଲେ, “ମୋହର ଦୁଃଖ ଭୋଗର ଦେଶରେ ପରମେଶ୍ୱର ମୋତେ ଫଳବାନ କରିଅଛନ୍ତି।”


ମିଶରରେ ଯୋଷେଫଙ୍କର ଦୁଇ ପୁତ୍ର ଥିଲେ। ମନଃଶି ଓ ଇଫ୍ରୟିମ। ଯୋଷେଫଙ୍କ ସ୍ତ୍ରୀ ଆସନତ, ସେମାନଙ୍କୁ ଜନ୍ମ କରିଥିଲେ। ଯିଏ ଓନ୍ ନଗରସ୍ଥ ପୋଟୀଫର ଯାଜକର କନ୍ୟା ଥିଲେ।


ଯୋଷେଫ ଦେଖିଲେ, ତାଙ୍କର ପିତା ତାଙ୍କର ପୁତ୍ର ଇଫ୍ରୟିମଙ୍କ ମୁଣ୍ଡରେ ଦକ୍ଷିଣ ହସ୍ତ ରଖିଥିଲେ। ଏହା ଯୋଷେଫଙ୍କୁ ଖୁସୀ କରି ନ ଥିଲା। ଯୋଷେଫ ତାଙ୍କର ହସ୍ତକୁ ଧରି ଇଫ୍ରୟିମଙ୍କ ମୁଣ୍ଡରୁ କାଢ଼ିଲେ ଏବଂ ସେହି ହସ୍ତକୁ ମନଃଶିର ମୁଣ୍ଡରେ ଥୋଇଲେ।


ଯୋଷେଫ ତାଙ୍କର ପିତାଙ୍କୁ କହିଲେ, “ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ଭୁଲରେ ରଖି ଅଛନ୍ତି। ମନଃଶି ପ୍ରଥମଜାତ ସନ୍ତାନ। ଆପଣ ଆପଣଙ୍କର ଦକ୍ଷିଣ ହସ୍ତ ମନଃଶିର ମସ୍ତକରେ ରଖନ୍ତୁ।”


ଯୋଷେଫ ଇଫ୍ରୟିମର ତୃତୀୟ ପୁରୁଷ ପର୍ଯ୍ୟନ୍ତ ସନ୍ତାନସନ୍ତତି ଦେଖିଲେ। ଯୋଷେଫ ମନଃଶିର, ମାଖୀର୍ ନାମକ ପୁତ୍ରର ଶିଶୁ ସନ୍ତାନମାନଙ୍କୁ କୋଳ କଲେ।


ଏବଂ ତାଙ୍କୁ ଗିଲିୟଦ, ଅଶୂରି, ଯିଷ୍ରିୟେଲ ଓ ଇଫ୍ରୟିମ, ବିନ୍ୟାମୀନ ଓ ସମସ୍ତ ଇସ୍ରାଏଲର ରାଜା ଭାବରେ ଅଭିଷିକ୍ତ କରାଇଲେ।


କିନ୍ତୁ ଗଶୂର ଓ ଅରାମ୍ ଯାୟୀରଙ୍କର ଗ୍ରାମଗୁଡ଼ିକୁ ନେଇଗଲେ। ସେଗୁଡ଼ିକ ମଧ୍ୟରେ କନାତ୍ ଓ ତା’ ଗ୍ଭରିପଟେ ଛୋଟ ଛୋଟ ସହରଗୁଡ଼ିକ ଥିଲା। ସମୁଦାୟ ଷାଠିଏଟି ସହର ଥିଲା। ଗିଲିୟଦଙ୍କର ପିତା ମାଖୀରଙ୍କର ଏହିସବୁ ସହର ଥିଲା।


ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ତୁମ୍ଭେମାନେ ଇସ୍ରାଏଲର ବଂଶର ଦ୍ୱାଦଶ ଗୋଷ୍ଠୀ ମଧ୍ୟରେ ଉତ୍ତରାଧିକାର ନିମନ୍ତେ ଯେଉଁ ଦେଶ ବିଭାଗ କରିବ, ତାହାର ସୀମା ଏହି। ଯୋଷେଫ ଦୁଇ ଭାଗ ପାଇବ।


ମନଃଶି ପରିବାରଗୁଡ଼ିକ ହେଲେ: ମାଖୀରଠାରୁ ମାଖୀରୀୟ ଗୋଷ୍ଠୀ ମାଖୀରର ପୁତ୍ର ଗିଲିୟଦ, ଗିଲିୟଦଠାରୁ ଗିଲିୟଦୀୟ ଗୋଷ୍ଠୀ।


ଯୋଷେଫଙ୍କ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର, ମାଖୀରର ପ୍ରପୌତ୍ର ଗିଲିୟଦ, ଗିଲିୟଦର ପୌତ୍ର ହେଫର ଓ ହେଫରର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚୋଟି କନ୍ୟା ଥିଲେ। ସେମାନେ ହେଲେ ମହଲା, ନୋୟା, ହ‌‌ଗ୍‌‌ଲା, ମି‌ଲ୍‌କା ଓ ତର୍ସା।


ତେଣୁ ମୋଶା ଗାଦ୍ ଗୋଷ୍ଠୀଗଣକୁ, ରୁବେନ୍ ଗୋଷ୍ଠୀଗଣକୁ ଓ ଯୋଷେଫର ପୁତ୍ର ମନଃଶି ବଂଶର ଅର୍ଦ୍ଧେକକୁ ଇମୋରୀୟମାନଙ୍କ ରାଜା ସୀହୋନର ରାଜ୍ୟ, ବାଶନର ରାଜା ଓ‌ଗ୍‌ର ରାଜ୍ୟ ଅର୍ଥାତ୍ ନିଜ ନିଜ ସୀମା ସହ ନାନା ନଗର ବିଶିଷ୍ଟ ଦେଶ, ଏହିରୂପେ ଚତୁର୍ଦ୍ଦିଗସ୍ଥ ଦେଶର ସମସ୍ତ ନଗର ଦେଲେ।


ମାତ୍ର ସେ ଅପ୍ରିୟର ପୁତ୍ରକୁ ଜ୍ୟେଷ୍ଠ ବୋଲି ସ୍ୱୀକାର କରି ଆପଣା ସର୍ବଶ୍ୱରୁ ଦୁଇଗୁଣ ଅଂଶ ତାହାକୁ ଦେବ। କାରଣ ସେ ତା'ର ଶକ୍ତିର ପ୍ରଥମଜାତ ସନ୍ତାନ ଓ ଜ୍ୟେଷ୍ଠ ଅଧିକାର ତା'ର ଅଟେ।


ଏହି ଭୂମି ମଧ୍ୟ ମନଃଶିର ଅନ୍ୟ ବଂଶଧରମାନେ ପାଇଲେ। ସେ ବଂଶଧରମାନେ ଥିଲେ, ଅବୀୟେଷର ସନ୍ତାନଗଣ, ହେଲେକ ସନ୍ତାନଗଣ, ଅସ୍ରୀୟେଲ ସନ୍ତାନଗଣ, ଶେଖମ ସନ୍ତାନଗଣ, ହେଫର ସନ୍ତାନଗଣ ଓ ଶମୀଦା ସନ୍ତାନଗଣ ବାଣ୍ଟି ନେଲେ। ଏମାନେ ସେମାନଙ୍କର ନିଜ ନିଜ ବଂଶାନୁସାରେ ଯୋଷେଫଙ୍କର ପୁତ୍ର ମନଃଶିର ପୁତ୍ର ସନ୍ତାନମାନେ ଥିଲେ।


ମୋଶା ମନଃଶିର ଅର୍ଦ୍ଧବଂଶକୁ ବାଶନରେ ଅଧିକାର ଦେଇଥିଲେ। ମାତ୍ର ଅନ୍ୟ ଅର୍ଦ୍ଧବଂଶକୁ ଯିହୋଶୂୟ ଯର୍ଦ୍ଦନର ପଶ୍ଚିମ ପାରିରେ ଅଧିକାର ଦେଲେ। ଆହୁରି ବିଦାୟ କରିବା ସମୟରେ ଯିହୋଶୂୟ ଆଶୀର୍ବାଦ କରି ସେମାନଙ୍କୁ କହିଲେ।


“ଇଫ୍ରୟିମର ସନ୍ତାନଗଣ ଆସିଲେ। ଅମାଲେକ ପର୍ବତମାଳାରୁ ତୁମ୍ଭ ପଛେ ବିନ୍ୟାମୀନ ଥିଲେ ତୁମ୍ଭ ଲୋକମାନେ ମଧ୍ୟ ମାଖୀରଠାରୁ ଶାସନକର୍ତ୍ତାମାନେ ସବୁଲୂନ୍ ପରିବାରବର୍ଗଠାରୁ ସୈନ୍ୟଗଣନାକାରୀ ଦଣ୍ତାଧାରମାନେ ଓହ୍ଲାଇ ଆସିଲେ।


Lean sinn:

Sanasan


Sanasan