Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 13:3 - ପବିତ୍ର ବାଇବଲ

3 ଶୀହୋରଠାରୁ ମିଶରର ସୀମାବର୍ତ୍ତୀ ଇକ୍ରୋଣ ଓ ତା'ର ଉତ୍ତରାଞ୍ଚଳକୁ ବର୍ତ୍ତମାନ ପର୍ଯ୍ୟନ୍ତ ତୁମ୍ଭେ ନିୟନ୍ତ୍ରଣକୁ ନେଇ ନାହଁ। ବର୍ତ୍ତମାନ ସୁଦ୍ଧା ସେହି ଦେଶ କିଣାନୀୟମାନଙ୍କର ଅଟେ। ଏହି ପାଞ୍ଚ ଜଣଙ୍କୁ ଯଥା: ଗାଜା, ଅସଦୋଦ୍, ଅସ୍କିଲୋନ, ଗାଥ୍ ଓ ଇକ୍ରୋଣର ନେତାଗଣଙ୍କୁ ତୁମ୍ଭଙ୍କୁ ପରାସ୍ତ କରିବାକୁ ହେବ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ଅର୍ଥାତ୍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତରସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍ଦୋଦୀୟ, ଅସ୍କିଲୋନୀୟ, ଗାତୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ;

Faic an caibideil Dèan lethbhreac

ଓଡିଆ ବାଇବେଲ

3 ଅର୍ଥାତ୍‍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତରସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍‍ଦୋଦୀୟ, ଅସ୍କିଲୋନୀୟ, ଗାଥୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଅର୍ଥାତ୍‍, ମିସର-ସମ୍ମୁଖସ୍ଥିତ ଶୀହୋରଠାରୁ ଇକ୍ରୋଣର ଉତ୍ତର ସୀମା ପର୍ଯ୍ୟନ୍ତ କିଣାନୀୟମାନଙ୍କ ଦେଶ; ଘସାତୀୟ ଓ ଅସ୍ଦୋଦୀୟ, ଅସ୍କିଲୋନୀୟ, ଗାଥୀୟ ଓ ଇକ୍ରୋଣୀୟ, ପଲେଷ୍ଟୀୟ ଏହି ପାଞ୍ଚ ଅଧିପତିମାନଙ୍କ ଦେଶ;

Faic an caibideil Dèan lethbhreac




ଯିହୋଶୂୟ 13:3
18 Iomraidhean Croise  

ହାମର ସନ୍ତାନଗଣ ଥିଲେ, କୂଶ୍, ମିଶର, ପୂଟ୍ ଓ କିଣାନ।


ସେହି ଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, “ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦେଲି। ମିଶରୀୟ ନଦୀଠାରୁ ମହାନ ନଦୀ ଫରାତ୍ ପର୍ଯ୍ୟନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦେଲି।


ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ୟଦେଇ ଦକ୍ଷିଣରେ ମିଶରର ସୀମା ପର୍ଯ୍ୟନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖରେ ଏହି ପର୍ବ ଚଉଦ ଦିନ ଯାଏ ପାଳନ କଲେ।


ତେଣୁ ଦାଉଦ ମିଶରର ଶିୟୋରନଦୀଠାରୁ ହମାତର ସହର ପର୍ଯ୍ୟନ୍ତ ଇସ୍ରାଏଲର ଲୋକମାନଙ୍କୁ ଏକତ୍ର କଲେ। ସେମାନେ କିରିୟତ୍-ଯିୟାରୀମ ସହରରୁ ନିୟମସିନ୍ଦୁକ ଫେରାଇ ଆଣିବା ନିମନ୍ତେ ଏକତ୍ର ହେଲେ।


ସେହି ଲୋକମାନେ ଶସ୍ୟ ଖୋଜି ସମୁଦ୍ର ଆକ୍ରମଣ କଲେ। ସୋରର ସେହି ବଣିକଗଣ ନୀଳନଦୀର ଶସ୍ୟ କିଣିଲେ ଓ ଅନ୍ୟ ଦେଶରେ ବିକ୍ରୟ କଲେ।


ଆଉ ଏବେ ଶୀହୋରର ଜଳପାନ କରିବାକୁ ତୁମ୍ଭେ ମିଶରର ପଥରେ କାହିଁକି ଯାଉଅଛ? ଅଥବା ଫରାତ୍ ନଦୀର ଜଳପାନ ନିମନ୍ତେ ତୁମ୍ଭେ ଅଶୂରର ପଥରେ କାହିଁକି ଯାଉଅଛ?


ପରମେଶ୍ୱର ଠିକ୍ ସେହିପରି ମଧ୍ୟ କରିଥିଲେ। କପ୍ତୋରୀୟମାନଙ୍କ ପ୍ରତି ଅବ୍ବୀୟ ଲୋକମାନେ ଘସା ନିକଟବର୍ତ୍ତୀ ସହରରେ ବାସ କରୁଥିଲେ। କିନ୍ତୁ କପ୍ତୋରୀୟ ଲୋକେ ଅବ୍ବୀୟମାନଙ୍କୁ ଧ୍ୱଂସ କଲେ। ସେହି କପ୍ତୋରୀୟ ଲୋକମାନେ ସେମାନଙ୍କଠାରୁ ଅଧିକାର ଛିନ୍ନ କରି ସେଠାରେ ଏବେ ପର୍ଯ୍ୟନ୍ତ ବାସ କରୁଛନ୍ତି।


ଇସ୍ରାଏଲର ସନ୍ତାନଗଣ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କୁ ଘଉଡ଼ାଇ ଦେଇ ନ ଥିଲେ। ଆଜି ପର୍ଯ୍ୟନ୍ତ ସେହି ଲୋକମାନେ ଇସ୍ରାଏଲୀୟମାନଙ୍କ ସହିତ ବାସ କରୁଛନ୍ତି।


ତେଣୁ ପଲେଷ୍ଟୀୟ ନେତୃବର୍ଗମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, “ଆମ୍ଭେ ଜାଣିବାକୁ ଗ୍ଭହୁଁ ସେ କେଉଁଠାରୁ ବଳ ପାଉଛି, ତୁମ୍ଭେ ଚତୁରତାର ସହ ତାଙ୍କ ପାଖରୁ ଏହି ଗୁପ୍ତ ରହସ୍ୟ ଆଦାୟ କର। ଆମ୍ଭେ ଜାଣିବାକୁ ଗ୍ଭହୁଁ, ତାକୁ କିପରି କାବୁ କରି ହେବ। ଯାହାଫଳରେ ଆମ୍ଭେ ଯେକୌଣସି ପ୍ରକାରେ ବନ୍ଦୀ କରି ପାରିବୁ। ଯଦି ତୁମ୍ଭେ ଏହା କରି ପାରିବ ତେବେ ତୁମ୍ଭକୁ ଆମ୍ଭେ ପ୍ରତ୍ୟେକ 1,100 ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ।”


ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ବା‌‌ଲ୍‌‌ହର୍ମୋନ ପର୍ବତଠାରୁ ହମାତରେ ପ୍ରବେଶିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ସୀଦୋନୀୟ ଏବଂ ହିବ୍ବୀୟ ଲୋକମାନେ।


ଏଥି ମଧ୍ୟରେ ପଲେଷ୍ଟୀୟମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଏବନ୍-ଏଜରରୁ ଅ‌ସ୍‌ଦୋଦକୁ ନେଇ ଯାଇଥିଲେ।


ଏହା ପରେ ସେମାନେ ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଇକ୍ରୋଣକୁ ପଠାଇଲେ। ଯେତେବେଳେ ଇସ୍ରାଏଲର ପରମେଶ୍ୱରଙ୍କର ପବିତ୍ର ସିନ୍ଦୁକ ଆସିଲା। ଇକ୍ରୋଣୀୟମାନେ ଚିତ୍କାର କରି କହିଲେ, “ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଲୋକଙ୍କୁ ବଧ କରିବା ପାଇଁ ତୁମ୍ଭେମାନେ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଆମ୍ଭମାନଙ୍କ ନିକଟକୁ ଆଣିଛ।”


ଏଣୁ ସେମାନେ ଲୋକ ପଠାଇ ପଲେଷ୍ଟୀୟମାନଙ୍କ ସମସ୍ତ ଅଧିପତିଙ୍କୁ ଆପଣାମାନଙ୍କ ନିକଟରେ ଏକତ୍ରିତ କରି କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ବିଷୟରେ ଆମ୍ଭେମାନେ କ’ଣ କରିବା?” ତହିଁରେ ସେମାନେ ଉତ୍ତର ଦେଇ କହିଲେ, “ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ଗା‌ଥ୍‌କୁ ନିଆଯାଉ।” ତା'ପରେ ସେମାନେ ସେଠାକୁ ଇସ୍ରାଏଲର ପରମେଶ୍ୱରଙ୍କ ପବିତ୍ର ସିନ୍ଦୁକ ନେଇଗଲେ।


ତା'ପରେ ସେମାନେ ପଗ୍ଭରିଲେ, “ଆମ୍ଭମାନଙ୍କୁ କ୍ଷମା ଦେବା ପାଇଁ ଆମ୍ଭେମାନେ କି ପ୍ରକାର ଉପହାର ଇସ୍ରାଏଲର ପରମେଶ୍ୱରଙ୍କୁ ପଠାଇବା ଉଚିତ୍?” ସେମାନେ ଉତ୍ତର ଦେଲେ, “ପାଞ୍ଚୋଟି ସୁବର୍ଣ୍ଣର ଅର୍ଶ ଏବଂ ପାଞ୍ଚୋଟି ସୁବର୍ଣ୍ଣର ମୂଷା, ପଲେଷ୍ଟୀୟ ଶାସକମାନଙ୍କ ସଂଖ୍ୟାନୁସାରେ, କାରଣ ତୁମ୍ଭେମାନେ ସମସ୍ତେ ଏବଂ ତୁମ୍ଭମାନଙ୍କର ଶାସକଗଣ ଏକ ପ୍ରକାର ରୋଗରେ ଆକ୍ରାନ୍ତ ହେଲ।


Lean sinn:

Sanasan


Sanasan