ଯିହୋଶୂୟ 12:6 - ପବିତ୍ର ବାଇବଲ6 ସଦାପ୍ରଭୁଙ୍କର ଦାସ ମୋଶା ଏବଂ ଇସ୍ରାଏଲର ଲୋକମାନେ ସେ ରାଜାଗଣଙ୍କର ଦେଶକୁ ପରାସ୍ତ କରିଥିଲେ। ମୋଶା ସେମାନଙ୍କର ଦେଶଗୁଡ଼ିକ ଗାଦୀୟ, ରୁବେନୀୟ ପରିବାରବର୍ଗଙ୍କୁ ଏବଂ ମନଃଶିର ଅର୍ଦ୍ଧ ପରିବାରବର୍ଗକୁ ଦେଲେ। Faic an caibideilପବିତ୍ର ବାଇବଲ (Re-edited) - (BSI)6 ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧବଂଶକୁ ଦେଲେ। Faic an caibideilଓଡିଆ ବାଇବେଲ6 ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ। Faic an caibideil |
ତୁମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲବାସୀଙ୍କୁ ଶାନ୍ତି ଦେବା ପାଇଁ ପ୍ରତିଜ୍ଞା କରିଥିଲେ। ଏବଂ ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱରଙ୍କର ବାକ୍ୟ ରକ୍ଷା କରିଛନ୍ତି। ତେଣୁ ତୁମ୍ଭେମାନେ ବର୍ତ୍ତମାନ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ପାରିବ। ସଦାପ୍ରଭୁଙ୍କର ସେବକ ମୋଶା ଯର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱରେ ତୁମ୍ଭମାନଙ୍କୁ ଭୂମି ଦେଇଛନ୍ତି। ବର୍ତ୍ତମାନ ତୁମ୍ଭେମାନେ ସେଠାକୁ ତୁମ୍ଭମାନଙ୍କର ସ୍ୱଗୃହକୁ ଯାଇପାର।