Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 12:5 - ପବିତ୍ର ବାଇବଲ

5 ଓଗ୍ ମଧ୍ୟ ହର୍ମୋଣ ପର୍ବତରେ, ସଲଖାରେ, ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହି‌ଷ୍‌ବୋ‌ନ୍‌ର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲିୟଦର ଅର୍ଦ୍ଧ ଦେଶରେ ଶାସନ କରୁଥିଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

5 ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧଦେଶରେ କର୍ତ୍ତୃତ୍ଵ କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

5 ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍‍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍‍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।

Faic an caibideil Dèan lethbhreac




ଯିହୋଶୂୟ 12:5
14 Iomraidhean Croise  

ତାଙ୍କର ପୁତ୍ର ଅମ୍ନୋନଙ୍କ ପାଇଁ ଦାଉଦ ବହୁତ ଦିନ ଶୋକ କଲେ। ଅବଶାଲୋମ ପଳାଇ ଗଶୂରର ରାଜା ଅମ୍ମୀହୁରର ପୁତ୍ର ତଲ୍ମୟ ନିକଟକୁ ଯାଇଥିଲା।


ଅବଶାଲୋମ କହିଲେ, ମୁଁ ଅରାମର ଗଶୂରରେ ଥିବା ସମୟରେ ଏକ ଶପଥ କରିଥିଲି ଯେ, ‘ଯଦି ରାଜା ମୋତେ ଯିରୁଶାଲମକୁ ଫେରି ଆସିବାକୁ କହନ୍ତି ତେବେ ମୁଁ ସଦାପ୍ରଭୁଙ୍କର ସେବା କରିବି।’”


ମାଖାତୀୟର ପୌତ୍ର ଅହ‌ସ୍‌ବୟର ପୁତ୍ର ଇଲୀଫେଲଟ୍, ଗୀଲୋନୀୟ ଅହୀଥୋଫଲର ପୁତ୍ର ଇଲୀୟାମ,


କର୍ମିଲୀୟ ନାବ‌ଲ୍‌ର ସ୍ତ୍ରୀ ଅବୀଗ‌ଲ୍‌ଙ୍କଠାରୁ ଜନ୍ମ ହେଲେ ଦ୍ୱିତୀୟ ପୁତ୍ର କିଲାବ୍ ଏବଂ ତୃତୀୟ ପୁତ୍ର ହେଲେ ଅବଶାଲୋମ, ସେ ଗଶୂରର ରାଜା ତଲ୍ମୟର କନ୍ୟା ମାଖାରର ପୁତ୍ର।


ଏହା ପରେ ବାବିଲର ରାଜା ଗଦଲିୟକୁ ଶାସନକର୍ତ୍ତା କରିଅଛି ବୋଲି ଶୁଣି ସେନାପତିଗଣ ଓ ସେମାନଙ୍କ ଲୋକମାନେ ଯଥା: ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍, ନାଟୋଫାତୀୟଠାରୁ ତନ୍‌‌ହୂମତର ପୁତ୍ର ସରାୟ, ମାଖାତୀୟର ପୁତ୍ର ଯାସନିୟ ଓ ସେମାନଙ୍କର ଲୋକମାନେ ମି‌ସ୍‌ପାର ଗଦଲିୟ ନିକଟକୁ ଆସିଲେ।


ଗା‌ଦ୍‌ର ଗୋଷ୍ଠୀ ରୁବେନୀୟମାନଙ୍କ ନିକଟରେ ବାସ କରୁଥିଲେ। ଏହି ଗାଦୀୟ ଲୋକମାନେ ସଲଖା ସହର ପର୍ଯ୍ୟନ୍ତ ବିସ୍ତୃତ ବାଶନର ଭୂମିରେ ବାସ କରୁଥିଲେ।


ଯେଉଁମାନେ ମି‌‌ସ୍‌‌ପୀକୁ ଗଦଲିୟ ନିକଟକୁ ଗଲେ ସେମାନଙ୍କ ମଧ୍ୟରେ ନଥନିୟର ପୁତ୍ର ଇ‌ଶ୍‌ମାୟେଲ, କାରେହର ପୁତ୍ର ଯୋହାନନ୍ ଓ ଯୋନାଥନ୍, ତ‌‌‌ନ୍‌‌‌ହୂମତର ପୁତ୍ର ସରାୟ, ନଟୋଫାତୀୟ ଏଫୟର ପୁତ୍ରମାନେ ଓ ମାଖାତୀୟର ପୁତ୍ର ଯାସନୀୟ ଥିଲେ।


ମନଃଶିର ପୁତ୍ର ଯାୟୀର ଗଶ୍ୱରୀୟ ଓ ମାଖାଥୀୟ ସୀମା ପର୍ଯ୍ୟନ୍ତ ଅର୍ଗୋବର (ବାଶନର) ସମସ୍ତ ଅଞ୍ଚଳ ଅଧିକାର କଲେ। ସେହି ଅଞ୍ଚଳକୁ ତାଙ୍କ ପରେ ନାମ କରଣ କରାଗଲା, ତେଣୁ ଆଜି ପର୍ଯ୍ୟନ୍ତ ବାଶନକୁ ହବୋତ୍-ଯାୟୀର ବୋଲି ଡକାଯାଏ।


ଯାବୀନ୍ ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପିରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପି ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ବାର୍ତ୍ତା ପଠାଇଲେ।


ଯର୍ଦ୍ଦନର ପୂର୍ବପାର୍ଶ୍ୱସ୍ଥ ଦେଶଗୁଡ଼ିକୁ ଇସ୍ରାଏଲର ଲୋକମାନେ ନିଜ ଅଧୀନକୁ ଆଣିଲେ। ଅର୍ଣ୍ଣୋନ୍ ପର୍ବତଠାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ଆରାବହଃର ପୂର୍ବ ଦିଗସ୍ଥ ସମସ୍ତ ରାଜାମାନଙ୍କୁ ପରାସ୍ତ କଲେ।


ଗିଲିୟଦ ଓ ଗଶୁରୀୟମାନଙ୍କ ଓ ମାଖାଥୀୟମାନଙ୍କ ଅଞ୍ଚଳ ଓ ସମୁଦାୟ ହର୍ମୋଣ ପର୍ବତ ଓ ସଲଖା ପର୍ଯ୍ୟନ୍ତ ସମସ୍ତ ବାଶନ ସୀମା ପର୍ଯ୍ୟନ୍ତ ଥିଲା।


ଦାଉଦ ଏବଂ ତାଙ୍କର ଲୋକମାନେ ଗଶୂରୀୟ, ଅମାଲେକୀୟ ଓ ଗିଷରୀୟ ଲୋକମାନଙ୍କୁ ଆକ୍ରମଣ କରୁଥା’ନ୍ତି। ଶୂରର ସନ୍ନିକଟ ଓ ମିଶର ପର୍ଯ୍ୟନ୍ତ ଯେଉଁ ଦେଶ, ସେଥି ମଧ୍ୟରୁ ପୂର୍ବକାଳରେ ସେଠାରେ ସେ ଲୋକମାନେ ବାସ କରୁଥିଲେ।


Lean sinn:

Sanasan


Sanasan