Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 12:3 - ପବିତ୍ର ବାଇବଲ

3 ସେମାନେ ମଧ୍ୟ ଯର୍ଦ୍ଦନର ପୂର୍ବ ଉପତ୍ୟକାଠାରୁ ଗାଲିଲୀହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈ‌ତ୍‌ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବତୀର ପର୍ଯ୍ୟନ୍ତ ଓ ପି‌‌ସ୍‌‌ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ ରାଜତ୍ୱ କଲେ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ଓ ପଦାଭୂମିସ୍ଥିତ କିନ୍ନେରତ୍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ଵ କଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

3 ଓ ପଦାଭୂମିସ୍ଥିତ କିନ୍ନେରତ୍‍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍‍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ଓ ପଦାଭୂମିସ୍ଥିତ କିନ୍ନେରତ୍‍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।

Faic an caibideil Dèan lethbhreac




ଯିହୋଶୂୟ 12:3
15 Iomraidhean Croise  

ଏହି ସମସ୍ତ ରାଜାମାନେ ସେମାନଙ୍କର ସୈନ୍ୟମାନଙ୍କୁ ସୀଦ୍ଦୀମ ଉପତ୍ୟକାରେ ଉପସ୍ଥିତ କରାଇଲେ। ସେହି ସୀଦ୍ଦୀମ ଉପତ୍ୟକା ବର୍ତ୍ତମାନ ଲବଣ ସମୁଦ୍ର।


ସେହି ନଗରଗୁଡ଼ିକୁ, ସମୁଦାୟ ଉପତ୍ୟକା କ୍ଷେତ୍ରଗୁଡ଼ିକ ଓ ତନ୍ମଧ୍ୟସ୍ଥ ସମସ୍ତ ଲୋକ ଓ ସମସ୍ତ ବୃକ୍ଷଲତା ଧ୍ୱଂସ ହୋଇଗଲା।


ରାଜା ବି‌ନ୍‌ହଦଦ୍ ଆସାଙ୍କ କଥାରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ୟକ୍ଷରେ ଥିବା ତାଙ୍କର ସୈନ୍ୟଦଳ ପଠାଇଲେ ଏବଂ ଇସ୍ରାଏଲ ସହରର ଇୟୋନ୍, ଦାନ୍, ଆବେଲ୍ ବୈ‌‌‌ଥ୍‌‌‌ମାଖା, ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।


ମୁଁ ମୋୟାବର ସ୍କନ୍ଧକୁ ଅଲଗା କରିବି, ମୁଁ ତାହାର ସୀମାନ୍ତବର୍ତ୍ତୀର ମୋୟାବ ମହିମା ସ୍ୱରୂପ ଯଥା: ବୈତ୍-ଯିଶୀମୋତ୍, ବାଲ-ମିୟୋନ ନଗରଗୁଡ଼ିକୁ ନେଇଯିବି।


ବାମୋତରୁ ମୋୟାବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପି‌ସ୍‌ଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତାହା ମରୁଭୂମି ଆଡ଼କୁ ଥିଲା।


ସେହି ସୀମା ଶଫାମ୍‌ଠାରୁ ଐନନ ପୂର୍ବଦିଗ ଆଡ଼କୁ ଶେଷରେ ରି‌ବ୍‌ଲାର ପାଦଭୂମି ପର୍ଯ୍ୟନ୍ତ ଯିବ ଏବଂ ପୂର୍ବରେ ଏହା ଗାଲିଲୀ ହ୍ରଦ ପର୍ଯ୍ୟନ୍ତ ବିସ୍ତୃତ ହେବ।


ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ।


ଏହା ପରେ ଯୀଶୁ ଗାଲିଲୀ ହ୍ରଦ (ଅର୍ଥାତ୍ ତିବିରିଆ ହ୍ରଦ) ପାର ହୋଇ ଆରପାରିକି ଗଲେ।


ତାହାର ପଶ୍ଚିମ ସୀମା ପର୍ଯ୍ୟନ୍ତ ଯର୍ଦ୍ଦନ ନଦୀ ମରୁଭୂମି ଥିଲା। ଉତ୍ତରରେ କିନ୍ନେରତ ସମୁଦ୍ରଠାରୁ ଲବଣ ସମୁଦ୍ର ପର୍ଯ୍ୟନ୍ତ ଦକ୍ଷିଣରେ ପି‌ସ୍‌ଗାର ଗଡ଼ାଣିଠାରୁ ପୂର୍ବ ପର୍ଯ୍ୟନ୍ତ।


ଏବଂ ଅସେଦୋଦ୍ ପି‌ସ୍‌ଗାର ଅଧଃସ୍ଥିତ ପଦା ଭୂମିରେ ସମୁଦ୍ର ପର୍ଯ୍ୟନ୍ତ ଯର୍ଦ୍ଦନ ପୂର୍ବ ପାରିସ୍ଥିତ ସମସ୍ତ ପଦାଭୂମି ଅଧିକାର କରିଥିଲେ।


ପୁଣି ଉତ୍ତର ପାର୍ବତୀୟ ଦେଶର ରାଜାଗଣଙ୍କୁ ଆରବଙ୍କୁ, ଗାଲିଲୀହ୍ରଦର ଦକ୍ଷିଣକୁ, ପଶ୍ଚିମସ୍ଥ ପାର୍ବତୀୟ ମାଳଭୂମିକୁ ଓ ପଶ୍ଚିମରେ ଦଫୋନ ଦୋରଙ୍କୁ।


ବୈ‌ଥ୍‌ପିୟୋର, ଅସଦୋତ୍, ପି‌‌ସ୍‌‌ଗା, ବୈ‌ଥ୍‌ଯିଶିମୋତ୍ ତହିଁର ଏହି ସମସ୍ତ ନଗର।


ସେମାନଙ୍କ ଦକ୍ଷିଣ ସୀମା ଲବଣ ସମୁଦ୍ରର ପ୍ରାନ୍ତ ଭାଗ ଅର୍ଥାତ୍ ଦକ୍ଷିଣ ଦିଗ ଅଭିମୁଖ ଆଖାତଠାରୁ ଥିଲା।


ପୂର୍ବ ସୀମା ଯର୍ଦ୍ଦନର ପ୍ରାନ୍ତ ପର୍ଯ୍ୟନ୍ତ ଲବଣ ସମୁଦ୍ର ଯାଏ ଥିଲା। ଉତ୍ତର ସୀମା ଯର୍ଦ୍ଦନ ପ୍ରାନ୍ତରରେ ସମୁଦ୍ରର ଅଖାତଠାରୁ ଥିଲା।


ତା'ପରେ ଉପରୁ ବହୁଥିବା ଜଳ ପ୍ରବାହ ହଠାତ୍ ସର୍ତ୍ତନ ସହର ନିକଟବର୍ତ୍ତୀ ଆଦମ୍ ପର୍ଯ୍ୟନ୍ତ ବନ୍ଦ ହୋଇଗଲା ଓ ଗୋଟିଏ ରାଶିରେ ପରିଣତ ହୋଇ ସ୍ଥଗିତ ହେଲା। ଏବଂ ମୃତ ସମୁଦ୍ରକୁ ଯାଉଥିବା ନିମ୍ନଗାମୀ ଜଳସ୍ରୋତ ବନ୍ଦ ହୋଇଗଲା। ଇତ୍ୟବସରେ ଲୋକମାନେ ଯିରୀହୋ ନିକଟରେ ଯର୍ଦ୍ଦନ ନଦୀ ପାର ହେଲେ।


Lean sinn:

Sanasan


Sanasan