Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 11:4 - ପବିତ୍ର ବାଇବଲ

4 ତହିଁରେ ସେମାନେ ନିଜର ସୈନ୍ୟମାନଙ୍କ ସହିତ ଅଶ୍ୱାରୋହୀ ଓ ରଥାରୋହୀମାନଙ୍କ ସହିତ ଏକତ୍ରିତ ହେଲେ। ଏହା ଥିଲା ଏକ ବିରାଟ ସୈନ୍ୟ ଛାଉଣି। ଏହା ଦେଖା ଯାଉଥିଲା ସତେ ଯେପରି, ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ, ଶସ୍ୟକ୍ଷେତ୍ର ପରି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

4 ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ଵ ଓ ରଥ ସଙ୍ଗେ ନେଇ ବାହାର ହେଲେ।

Faic an caibideil Dèan lethbhreac

ଓଡିଆ ବାଇବେଲ

4 ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ର ତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥ ସଙ୍ଗେ ନେଇ ବାହାର ହେଲେ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥ ସଙ୍ଗେ ନେଇ ବାହାର ହେଲେ।

Faic an caibideil Dèan lethbhreac




ଯିହୋଶୂୟ 11:4
8 Iomraidhean Croise  

ମୁଁ ତୁମ୍ଭକୁ ଆଶୀର୍ବାଦ କରିବି। ଆକାଶର ତାରାତୁଲ୍ୟ ଓ ସମୁଦ୍ର କୂଳର ଅସଂଖ୍ୟ ବାଲି ତୁଲ୍ୟ ତୁମ୍ଭର ବଂଶଧର ବଢ଼ାଇବି। ଏବଂ ତୁମ୍ଭର ଲୋକମାନେ ଯେଉଁ ସହର ଅଧିକାର କରିଛନ୍ତି ସେହି ସହରରେ ବାସ କରିବ।


ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଲ, ‘ମୁଁ ତୁମ୍ଭଙ୍କୁ ସାହାଯ୍ୟ କରିବି। ମୁଁ ତୁମ୍ଭର ପରିବାରକୁ ସମୁଦ୍ରର ବାଲି ପରି ବୃଦ୍ଧି କରିବି, ଯାହାକୁ କେହି ଗଣି ପାରିବେ ନାହିଁ।’”


“ମାତ୍ର ମୋର ମନ୍ତ୍ରଣା ଏହି ଯେ, ଦା‌ନ୍‌ଠାରୁ ‌ବେ‌ର୍‌ଶେବା ପର୍ଯ୍ୟନ୍ତ ସମୁଦାୟ ଇସ୍ରାଏଲୀୟମାନେ ସମୁଦ୍ର ଓ ତୀରସ୍ଥ ବାଲୁକା ତୁଲ୍ୟ ଅସଂଖ୍ୟ ହୋଇ ଆପଣଙ୍କ ନିକଟରେ ସଂଗୃହୀତ ହୁଅନ୍ତୁ। ଆପଣ ସ୍ୱୟଂ ଯୁଦ୍ଧକୁ ଯାଆନ୍ତୁ।


ଇସ୍ରାଏଲ ଓ ଯିହୁଦାରେ ବହୁ ଲୋକ ଥିଲେ। ସେମାନେ ସମୁଦ୍ର ତୀରସ୍ଥ ବାଲୁକା ସଦୃଶ ଅସଂଖ୍ୟ ଥିଲେ। ମାତ୍ର ସେମାନେ ଯଥେଷ୍ଟ ଖାଦ୍ୟ ପାନୀୟ ସହିତ ସୁଖରେ କାଳାତିପାତ କରୁଥିଲେ।


ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। ଆମ୍ଭେ ବିଜୟୀ ଦଳ।


ସମସ୍ତ ରାଜାମାନେ ଏକ ଛୋଟ ନଦୀ ମେରୋମ୍ କୂଳରେ ଏକତ୍ରିତ ହେଲେ। ଏବଂ ଏହି ଛାଉଣିରେ ସମସ୍ତ ସୈନ୍ୟମାନଙ୍କ ସହିତ ଏକତ୍ରିତ ହେଲେ। ଏବଂ ଏହିଠାରେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ କଲେ।


ମିଦିୟନୀୟ, ଅମାଲେକୀୟ ଓ ପୂର୍ବ ଦେଶୀୟ ଲୋକମାନେ ଯେଉଁମାନେ ସେଠାରେ ଛାଉଣି କରିଥିଲେ ବହୁସଂଖ୍ୟକ ହେତୁ ପଙ୍ଗପାଳର ଦଳପରି ଦେଖାଗଲେ। ସେମାନଙ୍କର ଏତେଗୁଡ଼ିଏ ଓଟ ଥିଲେ ଯେ, ସେଗୁଡ଼ିକ ସମୁଦ୍ର କୂଳର ବାଲିକଣା ତୁଲ୍ୟ ଦେଖାଗଲେ।


ପଲେଷ୍ଟୀୟମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଏକତ୍ରିତ ହେଲେ। ପଲେଷ୍ଟୀୟମାନଙ୍କର ତିରିଶ୍ ସହସ୍ର ରଥ ଓ ଛଅ ସହସ୍ର ଅଶ୍ୱାରୋହୀ ଥିଲେ ଓ ସମୁଦ୍ର ତୀରର ବାଲିଭଳି ସୈନିକ ଥିଲେ। ସେମାନେ ଆସି ମି‌କ୍‌ମ‌ସ୍‌ରେ ବୈଥାବନର ପୂର୍ବଦିଗରେ ଛାଉଣି ସ୍ଥାପନ କଲେ।


Lean sinn:

Sanasan


Sanasan