Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 11:2 - ପବିତ୍ର ବାଇବଲ

2 ପୁଣି ଉତ୍ତର ପାର୍ବତୀୟ ଦେଶର ରାଜାଗଣଙ୍କୁ ଆରବଙ୍କୁ, ଗାଲିଲୀହ୍ରଦର ଦକ୍ଷିଣକୁ, ପଶ୍ଚିମସ୍ଥ ପାର୍ବତୀୟ ମାଳଭୂମିକୁ ଓ ପଶ୍ଚିମରେ ଦଫୋନ ଦୋରଙ୍କୁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜଗଣ ନିକଟକୁ,

Faic an caibideil Dèan lethbhreac

ଓଡିଆ ବାଇବେଲ

2 ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତ୍‍ର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜାଗଣ ନିକଟକୁ,

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତ୍‍ର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜାଗଣ ନିକଟକୁ,

Faic an caibideil Dèan lethbhreac




ଯିହୋଶୂୟ 11:2
14 Iomraidhean Croise  

ରାଜା ବି‌ନ୍‌ହଦଦ୍ ଆସାଙ୍କ କଥାରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ୟକ୍ଷରେ ଥିବା ତାଙ୍କର ସୈନ୍ୟଦଳ ପଠାଇଲେ ଏବଂ ଇସ୍ରାଏଲ ସହରର ଇୟୋନ୍, ଦାନ୍, ଆବେଲ୍ ବୈ‌‌‌ଥ୍‌‌‌ମାଖା, ସମୁଦାୟ କିନ୍ନେରତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।


ସମୁଦାୟ ଦୋର ଉପପର୍ବତ ବିନ୍-ଅବୀନାଦ‌ବ୍‌ର ଅଧୀନ ଥିଲା। ସେ ଶଲୋମନଙ୍କର କନ୍ୟା ଟାଫତକୁ ବିବାହ କରିଥିଲା।


ସେହି ସୀମା ଶଫାମ୍‌ଠାରୁ ଐନନ ପୂର୍ବଦିଗ ଆଡ଼କୁ ଶେଷରେ ରି‌ବ୍‌ଲାର ପାଦଭୂମି ପର୍ଯ୍ୟନ୍ତ ଯିବ ଏବଂ ପୂର୍ବରେ ଏହା ଗାଲିଲୀ ହ୍ରଦ ପର୍ଯ୍ୟନ୍ତ ବିସ୍ତୃତ ହେବ।


ଠିକ୍ ତା'ପରେ ମରିୟମ ପ୍ରସ୍ତୁତ ହେଲେ ଓ ତରତର ହୋଇ ଯିହୂଦାର ପାହାଡ଼ିଆ ପ୍ରଦେଶସ୍ଥିତ ଗୋଟିଏ ନଗରକୁ ବାହାରି ପଡ଼ିଲେ।


ଯୀଶୁ ଗିନେସରତ ହ୍ରଦ କୂଳରେ ଠିଆ ହୋଇଥିଲେ। ତାହାଙ୍କ ଗ୍ଭରିପଟେ ଘେରିଯାଇ ଠିଆ ହେବାକୁ ଲୋକମାନେ ଠେଲାପେଲା ହେଉଥିଲେ। ସେମାନେ ତାହାଙ୍କଠାରୁ ପରମେଶ୍ୱରଙ୍କ ଉପଦେଶ ବାଣୀ ଶୁଣିବାକୁ ଗ୍ଭହୁଁଥିଲେ।


ଏହିପରି ଯିହୋଶୂୟ ସମସ୍ତ ପର୍ବତମୟ ଦେଶ ନେଗେଭ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀୟ ରାଜାଙ୍କୁ ମଧ୍ୟ ହତ୍ୟା କଲେ। ସେ କାହାରିକୁ ସେଠାରେ ଜୀବିତ ଛାଡ଼ିଲେ ନାହିଁ। କାରଣ ସଦାପ୍ରଭୁ ଇସ୍ରାଏଲକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।


ଗିବିୟୋନୀୟମାନେ ଗି‌ଲ୍‌ଗଲ୍ ଛାଉଣିଠାରେ ଯିହୋଶୂୟଙ୍କ ନିକଟକୁ ଏକ ବାର୍ତ୍ତା ପଠାଇଲେ। ସେହି ବାର୍ତ୍ତାବାହକ କହିଲା, “ଆମ୍ଭେ ଆପଣଙ୍କ ଦାସ, ଆମ୍ଭକୁ ଏକୁଟିଆ ଛାଡ଼ ନାହିଁ। ଆସ ଏବଂ ଆମ୍ଭମାନଙ୍କୁ ରକ୍ଷା କର। ଶୀଘ୍ର ଆସି ଆମ୍ଭକୁ ସାହାଯ୍ୟ କରି ଆମ୍ଭର ଜୀବନ ରକ୍ଷା କର। ଆଉ ସମସ୍ତ ଇମୋରୀୟ ଦେଶର ପର୍ବତ ନିବାସୀ ରାଜାମାନେ ସେମାନଙ୍କର ସୈନ୍ୟବାହିନୀ ସହିତ ଏକତ୍ରିତ ହୋଇ ଆମ୍ଭମାନଙ୍କୁ ଆକ୍ରମଣ କରୁଛନ୍ତି।”


ଏହିପରି ଯିହୋଶୂୟ ସେହିସବୁ ପ୍ରବେଶ ଓ ସେଠାକାର ପର୍ବତମୟ ଦେଶ ଓ ସମସ୍ତ ନେଗେଭ ଓ ଗୋଶନର ସମସ୍ତ ପ୍ରଦେଶ ଓ ପଶ୍ଚିମସ୍ଥ ତଳଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳ ଭୂମିକୁ ନିଜ ଅଧୀନକୁ ଆଣିଲେ।


ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ, ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ହତ୍ୟା କଲେ। ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ନିବାସ କଲେ।


ଦୋର ଉପପର୍ବତସ୍ଥିତ ଦୋରର ରାଜା 1 ଗି‌ଲ୍‌ଗଲସ୍ଥ ଗୋୟିମର ରାଜା 1


ସେମାନେ ମଧ୍ୟ ଯର୍ଦ୍ଦନର ପୂର୍ବ ଉପତ୍ୟକାଠାରୁ ଗାଲିଲୀହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବୈ‌ତ୍‌ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବତୀର ପର୍ଯ୍ୟନ୍ତ ଓ ପି‌‌ସ୍‌‌ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ ରାଜତ୍ୱ କଲେ।


ବୈଥାରମର ଓ ବୈଥାନିମ୍ରାର ଓ ସୁ‌କ୍‌କୋ‌ତ୍‌ର ଓ ସଫୋ‌ନ୍‌ର ଉପତ୍ୟକା ସେହି ଦେଶରେ ସାମିଲ୍ ଥିଲା। ଅବଶିଷ୍ଟ ଦେଶ ଯାହାକି ହି‌ଷ୍‌ବୋନର ରାଜା ସୀହୋନ ଦ୍ୱାରା ଶାସିତ ହେଉଥିଲା, ସେହି ଦେଶ ମଧ୍ୟରେ ସାମିଲ୍ ଥିଲା।


ଇଷାଖର ଓ ଆଶେର ମଧ୍ୟରେ ବୈ‌ଥ୍‌ଶାନ୍ ଓ ତହିଁର ଉପନଗର ଯିବଲିୟମ ଓ ତା'ର ଉପନଗର, ଦୋର ଓ ତହିଁର ଉପନଗର ନିବାସୀଗଣ ଐ‌ନ୍‌ଦୋର ଓ ତହିଁର ଉପନଗର ନିବାସୀଗଣ ତାନକ୍ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏହି ତିନି ଉପପର୍ବତ ମନଃଶି ପାଇଲେ।


କିଣାନୀୟ ବୈ‌ଥ୍‌ସା‌ନ୍‌ର ସହରଗୁଡ଼ିକରେ, ତାନକ, ଦୋରା, ଯିବ୍ଲିୟିମ, ମଗିଦ୍ଦୋ ଏବଂ ସେମାନଙ୍କ ଚତୁର୍ପାର୍ଶ୍ୱରେ ଅଧିକ ଛୋଟ ସହରମାନଙ୍କରେ ବସବାସ କରୁଥିଲେ। ମନଃଶି ପରିବାରବର୍ଗର ଲୋକମାନେ ସେହି ସହରରୁ ସେହି ଲୋକମାନଙ୍କୁ ତଡ଼ିବାକୁ ସକ୍ଷମ ହେଲେ ନାହିଁ। ତେଣୁ ସେଠାରେ କିଣାନୀୟମାନେ ବାସ କଲେ।


Lean sinn:

Sanasan


Sanasan