Biblia Todo Logo
Bìoball air-loidhne

- Sanasan -




ଯିହୋଶୂୟ 1:2 - ପବିତ୍ର ବାଇବଲ

2 “ମୋର ସେବକ ମୋଶାର ମୃତ୍ୟୁ ହୋଇଅଛି। ବର୍ତ୍ତମାନ ତୁମ୍ଭେ ଏହି ଲୋକମାନଙ୍କୁ ନେଇ ଯର୍ଦ୍ଦନ ନଦୀ ପାର ହୋଇ ଯାଅ। ମୁଁ ଯେଉଁ ଦେଶସବୁ ଇସ୍ରାଏଲ ଲୋକମାନଙ୍କୁ ଦେବାକୁ କହିଅଛି, ତୁମ୍ଭେ ସେହି ଦେଶକୁ ଯାଅ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

2 ଏନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଯର୍ଦ୍ଦନ ପାର ହୋଇଯାଅ।

Faic an caibideil Dèan lethbhreac

ଓଡିଆ ବାଇବେଲ

2 ଆମ୍ଭର ସେବକ ମୋଶା ମରିଅଛି, ଏନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଯର୍ଦ୍ଦନ ପାର ହୋଇଯାଅ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 “ଆମ୍ଭର ସେବକ ମୋଶା ମରିଅଛି, ଏନିମନ୍ତେ ତୁମ୍ଭେ ଏବେ ଉଠ, ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ ଦେଶ ଦେବାକୁ ଉଦ୍ୟତ ଅଛୁ, ସେଠାକୁ ତୁମ୍ଭେ ଓ ଏହି ଲୋକ ସମସ୍ତେ ଯର୍ଦ୍ଦନ ପାର ହୋଇଯାଅ।

Faic an caibideil Dèan lethbhreac




ଯିହୋଶୂୟ 1:2
13 Iomraidhean Croise  

ବର୍ତ୍ତମାନ ତୁମ୍ଭେ ଯେଉଁ ଦେଶରେ ଅସ୍ଥାୟୀ ଭାବରେ ବାସ କରୁଅଛ ତାହା ଚିରଦିନ ପାଇଁ ତୁମ୍ଭର ହେବ। ମୁଁ ତୁମ୍ଭକୁ ଏବଂ ତୁମ୍ଭ ଭବିଷ୍ୟ‌ଦ୍‌ ବଂଶଧରମାନଙ୍କୁ କିଣାନର ସମଗ୍ର ଦେଶ ଚିରକାଳ ପାଇ ଦେବି ଏବଂ ମୁଁ ସେମାନଙ୍କର ପରମେଶ୍ୱର ହେବି।”


ତୁମ୍ଭେ ସେମାନଙ୍କ ବଂଶଧରଗଣଙ୍କୁ ଆକାଶର ନକ୍ଷେତ୍ରଗଣ ତୁଲ୍ୟ ବହୁସଂଖ୍ୟକ କଲ। ଯେଉଁଦେଶ ସେମାନେ ଅଧିକାର କରିବାକୁ ଯିବେ ବୋଲି ତୁମ୍ଭେ ସେମାନଙ୍କ ପୂର୍ବପୁରୁଷଗଣଙ୍କଠାରେ ଶପଥ କରିଥିଲ, ସେହି ଦେଶକୁ ସେମାନଙ୍କୁ ଆଣିଲ।


ତା'ପରେ ସଦାପ୍ରଭୁ ଶୟତାନକୁ ପଗ୍ଭରିଲେ, “ତୁମ୍ଭେ ମୋର ସେବକ ଆୟୁବକୁ ଦେଖିଛ କି? ଆୟୁବ ଭଳି ଜଣେ ବ୍ୟକ୍ତି ଏ ପୃଥିବୀରେ କେହି ନାହିଁ। ଆୟୁବ ଜଣେ ଉତ୍ତମ ଓ ଧାର୍ମିକ ବ୍ୟକ୍ତି ଅଟେ। ସେ ପରମେଶ୍ୱରଙ୍କୁ ଉପାସନା କରେ ଏବଂ ମନ୍ଦକାର୍ଯ୍ୟ କରିବାକୁ ପ୍ରତ୍ୟାଖାନ କରେ।”


“ମୋର ଦାସକୁ ଦେଖ। ମୁଁ ତାକୁ ମନୋନୀତ କରିଅଛି। ମୋର ଚିତ୍ତ ତାହାଠାରେ ସନ୍ତୁଷ୍ଟ। ମୁଁ ତାହା ଉପରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ୟଦେଶ ପ୍ରତି ନ୍ୟାୟ ବିଗ୍ଭର କରିବ।


ମାତ୍ର ମୋଶା ମୋର ସେବକ, ସେପରି ନୁହେଁ। ସେ ହିଁ ମୋର ସମଗ୍ର ଗୃହରେ ଜଣେ ସବୁଠାରୁ ବିଶ୍ୱସ୍ତ ଅଟେ।


କିନ୍ତୁ ଯିହୋଶୂୟଙ୍କୁ ଆଜ୍ଞା ଦିଅ, ତାହାକୁ ସାହସ ଦିଅ ଓ ତାହାକୁ ବଳବାନ କରାଅ। କାରଣ ସେ ଏହି ଲୋକମାନଙ୍କର ଆଗେ ଆଗେ ପାର ହୋଇଯିବ। ତୁମ୍ଭେମାନେ ଯେଉଁ ଦେଶ ଦେଖିବ। ତାହା ସେ ସେମାନଙ୍କୁ ଅଧିକାର କରାଇବ।’


ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ।


ତେଣୁ ସଦାପ୍ରଭୁଙ୍କର ସେବକ ମୋଶା ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ସେହି ସ୍ଥାନରେ ମୋୟାବ ଦେଶରେ ମଲେ।


ମୋଶା ସଦାପ୍ରଭୁଙ୍କର ଦାସ ଥିଲେ। ନୂନର ପୁତ୍ର ଯିହୋଶୂୟ ମୋଶାଙ୍କର ପରିଗ୍ଭରକ ଥିଲେ। ମୋଶାଙ୍କର ମୃତ୍ୟୁ ପରେ, ସଦାପ୍ରଭୁ ଯିହୋଶୂୟକୁ କହିଲେ।


“ଛାଉଣି ମଧ୍ୟଦେଇ ଯାଅ ଓ ଲୋକମାନଙ୍କୁ କୁହ, ‘ତୁମ୍ଭେମାନେ ଆପଣାମାନଙ୍କ ପାଇଁ ଯଥେଷ୍ଟ ସାମଗ୍ରୀ ପ୍ରସ୍ତୁତ କର। ତିନି ଦିନ ମଧ୍ୟରେ ଆମ୍ଭକୁ ଯର୍ଦ୍ଦନ ନଦୀ ପାର ହୋଇଯିବାକୁ ହେବ। ଆମ୍ଭେମାନେ ଯିବୁ ଏବଂ ସେହି ଦେଶ ଅଧିକାର କରିବୁ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଦେଇଛନ୍ତି।’”


Lean sinn:

Sanasan


Sanasan