Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 8:21 - ପବିତ୍ର ବାଇବଲ

21 ମୋର ହୃଦୟ ଭାଙ୍ଗି ଯାଇଛି କାରଣ ମୋର ଲୋକମାନଙ୍କର ହୃଦୟ ଭାଙ୍ଗି ଯାଇଛି। ମୁଁ ମଳିନ, ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

21 ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରା; କରିଅଛି।

Faic an caibideil Dèan lethbhreac

ଓଡିଆ ବାଇବେଲ

21 ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ମୁଁ ଆପଣା ଲୋକମାନଙ୍କ କନ୍ୟାର ଦୁଃଖ ସକାଶୁ ଦୁଃଖିତ; ମୁଁ ମଳିନ; ବିସ୍ମୟତା ମୋତେ ଆକ୍ରାନ୍ତ କରିଅଛି।

Faic an caibideil Dèan lethbhreac




ଯିରିମୀୟ 8:21
14 Iomraidhean Croise  

ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମୋର ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତେବେଳେ ଉଜାଡ଼ି ହୋଇ ପଡ଼ିଛି ଓ ତହିଁର ଦ୍ୱାରସବୁ ଦ‌ଗ୍‌ଧ ହୋଇ ପଡ଼ିଛି ସେତେବେଳେ କାହିଁକି ମୋର ମୁଖ ଦୁଃଖିତ ହେବ ନାହିଁ।”


“ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।


“ଯିହୁଦା ଶୋକ କରୁଅଛି ଓ ତାହାର ନଗରର ଲୋକମାନେ କ୍ଷୀଣ ହୋଇଅଛନ୍ତି। ସେମାନେ କଳାବସ୍ତ୍ର ପିନ୍ଧି ଭୂମିରେ ବସିଛନ୍ତି ଓ ଯିରୁଶାଲମର ଲୋକମାନେ ସାହାଯ୍ୟ ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି।


ମୋ’ ନିମନ୍ତେ ତୁମ୍ଭ ପରେ ଅନିଷ୍ଟ ଦେଖିବା ପାଇଁ ବେଗଗାମୀ ନ ଥିଲି କିଅବା ମୁଁ ସେହି ବିଭୀଷିକାମୟ ଦିନ ଆସୁ ବୋଲି ଗ୍ଭହୁଁ ନାହିଁ। ମୋ’ ଓଷ୍ଠକୁ ଯାହା ନିର୍ଗତ ହେଲା, ତାହା ତୁମ୍ଭ ସମ୍ମୁଖରେ ଥିଲା।


ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି।


“ଶସ୍ୟ ସଂଗ୍ରହର ସମୟ ଶେଷ ହେଲା। ଗ୍ରୀଷ୍ମକାଳ ଅତିବାହିତ ହେଲା। ମାତ୍ର ଆମ୍ଭମାନଙ୍କର ପରିତ୍ରାଣ ହେଲା ନାହିଁ।”


ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।


ମୁଁ ସେହି ମନୁଷ୍ୟ, ଯେ କି ସଦାପ୍ରଭୁଙ୍କ କ୍ରୋଧରୂପ ପାଞ୍ଚଣ ଦ୍ୱାରା ପ୍ରହୃତ ହୋଇଥିବା କ୍ଳେଶ ଦେଖିଅଛି।


ଲୋକମାନେ ସେହି ସୈନ୍ୟ ସମ୍ମୁଖରେ ଭୟରେ ଥରିବେ। ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯିବ।


ବର୍ତ୍ତମାନ ନୀନିବୀ ଶୂନ୍ୟ ହୋଇ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଛି। ଲୋକମାନେ ସେମାନଙ୍କର ସାହସ ହରାଇଛନ୍ତି। ସେମାନଙ୍କର ହୃଦୟ ଭୟରେ ବିଚଳିତ। ସେମାନଙ୍କର ଆଣ୍ଠୁ ଓ ଶରୀର ଥରୁଛି। ସେମାନଙ୍କର ମୁଖମଣ୍ତଳ ଭୟରେ ମଳିନ ହୋଇଯାଇଛି।


ଯୀଶୁ ଯିରୁଶାଲମ ପାଖରେ ପହଞ୍ଚିଲେ। ଯୀଶୁ ଯିରୁଶାଲମ ନଗରକୁ ଦେଖି ତା’ ପାଇଁ କାନ୍ଦି ପକାଇଲେ।


Lean sinn:

Sanasan


Sanasan