Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 8:18 - ପବିତ୍ର ବାଇବଲ

18 ହେ ପରମେଶ୍ୱର ମୋର ହୃଦୟ ଦୁଃଖରେ ଅଭିଭୂତ, ମୁଁ ଅତ୍ୟନ୍ତ ଭୟଭୀତ ଓ ମୂର୍ଚ୍ଛିତ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

18 ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ଵନା କରି ପାରନ୍ତି ! ମୋର ମଧ୍ୟରେ ମୋʼ ହୃଦୟ ମୂର୍ଚ୍ଛିତ।

Faic an caibideil Dèan lethbhreac

ଓଡିଆ ବାଇବେଲ

18 ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ୱନା କରି ପାରନ୍ତି ! ମୋର ମଧ୍ୟରେ ମୋ’ ହୃଦୟ ମୂର୍ଚ୍ଛିତ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ଆହା, ମୁଁ ଯେବେ ଦୁଃଖ ପ୍ରତିକୂଳରେ ଆପଣାକୁ ସାନ୍ତ୍ୱନା କରିପାରନ୍ତି! ମୋର ମଧ୍ୟରେ ମୋʼ ହୃଦୟ ମୂର୍ଚ୍ଛିତ।

Faic an caibideil Dèan lethbhreac




ଯିରିମୀୟ 8:18
12 Iomraidhean Croise  

ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ। ମୁଁ ମୋର ସାହସ ହରାଇଛି। ମୋ'ଠାରୁ ଦୂରେଇ ଯାଅ ନାହିଁ। ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।


ତେଣୁ ମୁଁ କହୁଛି, “ମୋତେ ଗ୍ଭହଁ ନାହିଁ। ମୋତେ କାନ୍ଦିବାକୁ ଦିଅ। ମୋ’ ଗୋଷ୍ଠୀୟ କନ୍ୟାର ସର୍ବନାଶ ବିଷୟରେ ମୋତେ ସାନ୍ତ୍ୱନା ଦେବାକୁ ଚେଷ୍ଟା କର ନାହିଁ।”


ଭବିଷ୍ୟ‌ଦ୍‌ବକ୍ତାମାନଙ୍କ ପ୍ରତି ବାର୍ତ୍ତା। ମୋର ଅନ୍ତରସ୍ଥ ହୃଦୟ ଭଗ୍ନ ହୋଇଅଛି। ମୋର ଅସ୍ଥିସବୁ କମ୍ପୁଅଛି। ସଦାପ୍ରଭୁ ଓ ତାଙ୍କ ପବିତ୍ର ବାକ୍ୟ ହେତୁ ମୁଁ ମତ୍ତ ଲୋକ ତୁଲ୍ୟ ଓ ଦ୍ରାକ୍ଷାରସରେ ପରାଜିତ ତୁଲ୍ୟ ହୋଇଅଛି।


ହାୟ, ହାୟ, ମୋର ଦୁଃଖ ଓ ମୋର ବ୍ୟସ୍ତତା ମୋର ଅନ୍ତନାଡ଼ିକୁ ବ୍ୟଥିତ କରୁଅଛି। ମୁଁ ହୃଦୟରେ ଅସ୍ଥିରତା ଅନୁଭବ କରୁଅଛି। ମୁଁ ସ୍ଥିର ରହିପାରୁ ନାହିଁ, କାରଣ ମୁଁ ସେହି ତୂରୀ ଶବ୍ଦ ଓ ଯୁଦ୍ଧର ନାଦ ଶୁଣିପାରୁଛି।


ଆମ୍ଭେମାନେ ସେହି ସୈନ୍ୟବାହିନୀ ବିଷୟରେ ଏକ ଜନରବ ଶୁଣିଅଛୁ। ଆମ୍ଭମାନଙ୍କର ହସ୍ତ ଦୁର୍ବଳ ହୁଏ, ଯନ୍ତ୍ରଣା ଓ ପ୍ରସବକାରିଣୀ ସ୍ତ୍ରୀର ବେଦନା ତୁଲ୍ୟ ବେଦନା ଆମ୍ଭମାନଙ୍କୁ ଆକ୍ରାନ୍ତ କରେ।


ଯେବେ ମୋର ମସ୍ତକ ଜଳମୟ ଓ ମୋର ଚକ୍ଷୁ ଲୋତକର ଝରଣାସ୍ୱରୂପ ହୁଅନ୍ତା, ତେବେ ମୁଁ ମୋହର ନିହତ ଲୋକମାନଙ୍କ ପାଇଁ ଦିନରାତି କ୍ରନ୍ଦନ କରି ପାରନ୍ତି।


ଏହିସବୁ କାରଣରୁ ଆମ୍ଭମାନଙ୍କ ଅନ୍ତର କ୍ଷୀଣ ହୋଇଅଛି ଓ ଆମ୍ଭମାନଙ୍କ ଚକ୍ଷୁ ଜଳକା ହୋଇଅଛି।


ମୁଁ ଯେତେବେଳେ ଏହି କଥା ଶୁଣିଲି ମୋର ସମସ୍ତ ଶରୀର ଥରି ଉଠିଲା। ସେହି ଶବ୍ଦରେ ମୋ’ ଓଷ୍ଠରେ କମ୍ପନ ହେଲା। ମୋର ଅସ୍ଥିମଜ୍ଜାରେ ମୁଁ ଦୁର୍ବଳ ହୋଇ ପଡ଼ିଲି। ମୁଁ ସେହି କମ୍ପନ ଅବସ୍ଥାରେ ଥରିବାକୁ ଲାଗିଲି। ଯେତେବେଳେ ସେମାନେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଆସିବେ, ମୁଁ ସେହି ଆକ୍ରମଣ ଓ ଧ୍ୱଂସର ଦିନଗୁଡ଼ିକ ଆସିବା ପାଇଁ ଧୈର୍ଯ୍ୟ ଧରି ଅପେକ୍ଷା କରିବି।


Lean sinn:

Sanasan


Sanasan