Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 8:17 - ପବିତ୍ର ବାଇବଲ

17 “ହେ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ ଓ କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ। ସେମାନଙ୍କୁ କେହି ଅଟକାଇ ପାରିବେ ନାହିଁ।” ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

17 ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ, କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ, ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac

ଓଡିଆ ବାଇବେଲ

17 “ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ, କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ,” ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

17 ଦେଖ, ଆମ୍ଭେ ତୁମ୍ଭମାନଙ୍କ ମଧ୍ୟକୁ ସର୍ପ, କାଳସର୍ପମାନଙ୍କୁ ପଠାଇବା, ସେମାନେ ତୁମ୍ଭମାନଙ୍କୁ ଦଂଶନ କରିବେ,” ଏହା ସଦାପ୍ରଭୁ କହନ୍ତି।

Faic an caibideil Dèan lethbhreac




ଯିରିମୀୟ 8:17
9 Iomraidhean Croise  

ହେ ପରମେଶ୍ୱର, ସେହି ଲୋକମାନେ ସିଂହ ପରି। ତେଣୁ ହେ ପରମେଶ୍ୱର, ସେମାନଙ୍କର ଦାନ୍ତସବୁ ଭାଙ୍ଗି ଦିଅ।


ସର୍ପ ମନ୍ତ୍ର ମୁ‌ଗ୍‌ଧ ହେବା ପୂର୍ବରୁ କାମୁଡ଼ିଲେ, ସାପ କେଳାର କୌଶଳ ଅନାବଶ୍ୟକ।


ହେ ପଲେଷ୍ଟୀୟ ଦେଶ, ତୁମ୍ଭେମାନେ ବର୍ତ୍ତମାନ ପାଇଁ ଖୁସୀ ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତରେ ତୁମ୍ଭେ ସୁଖୀ ହୋଇ ପାରିବ ନାହିଁ। ଏହା ସତ୍ୟ ଯେ, ସେହି ଦୁଷ୍ଟ ଶାସନ ଶେଷ ହୋଇଛି। ମାତ୍ର ସେହି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦେଲାପରି ଏହା ସତ ହେବ। ସେହି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହେବ ନାହିଁ।


ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହେବ, ଯେତେବେଳେ ଜଣେ ବ୍ୟକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ୱାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥରେ ହାତ ରଖି ବିଶ୍ରାମ ନେବା ସମୟରେ ଦନ୍ତଘାତ ହୁଏ।


ଯଦି ସେମାନେ ନିଜକୁ କର୍ମିଲ ଶୃଙ୍ଗରେ ଲୁଗ୍ଭନ୍ତି, ଆମ୍ଭେ ସେମାନଙ୍କୁ ଖୋଜି ସେଠାରୁ ମଧ୍ୟ ଧରି ଆଣିବା। ଯଦି ସେମାନେ ସମୁଦ୍ରର ନିମ୍ନ ଭାଗରେ ଲୁଚି ରହନ୍ତି, ତେବେ ଆମ୍ଭେ ସର୍ପକୁ ଆଦେଶ ଦେବା ଓ ସେହି ସର୍ପ ସେମାନଙ୍କୁ ଦଂଶନ କରିବ।


ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ।


ସେମାନେ ଭୋକ ଯୋଗୁଁ କ୍ଷୀଣ ହେବେ। ସେମାନେ ବ୍ୟାଧିର ଜ୍ୱଳାରେ ଓ ବିଷାକ୍ତ ମହାମାରୀରେ ଗ୍ରାସିତ ହେବେ। ମୁଁ ସେମାନଙ୍କ ବିରୁଦ୍ଧରେ ସେମାନଙ୍କୁ ଦଂଶନ କରିବା ପାଇଁ ବନ୍ୟଜନ୍ତୁମାନଙ୍କୁ, ଏବଂ ଧୂଳିରେ ଗୁରୁଣ୍ଡୁଥିବା ବିଷାକ୍ତ ପୋକଜୋକ ପଠାଇବି।


ସେହି ଅଶ୍ୱମାନଙ୍କର ମାରାତ୍ମକ ଶକ୍ତି କେବଳ ମୁହଁରେ ନ ଥାଇ ଲାଙ୍ଗୁଳରେ ମଧ୍ୟ ଥିଲା। ସେମାନଙ୍କର ଲାଙ୍ଗୁଳ ସାପ ପରି, ଯାହାଙ୍କର ମୁଣ୍ଡ ଲୋକମାନଙ୍କୁ ଦଂଶନ ଓ ଅନିଷ୍ଟ କରିବା ପାଇଁ ଥିଲା।


Lean sinn:

Sanasan


Sanasan