Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 8:15 - ପବିତ୍ର ବାଇବଲ

15 ଆମ୍ଭେମାନେ ଶାନ୍ତି ଆଶା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ସେ ଆମ୍ଭମାନଙ୍କୁ କ୍ଷମା ଦେବେ ବୋଲି ଇଚ୍ଛା କଲୁ, ମାତ୍ର କେବଳ ବିପଦ ମାଡ଼ି ଆସିଲା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

15 ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ନୋହିଲା; ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !

Faic an caibideil Dèan lethbhreac

ଓଡିଆ ବାଇବେଲ

15 ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ; ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ !

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଆମ୍ଭେମାନେ ଶାନ୍ତିର ଅପେକ୍ଷା କଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ; ଆରୋଗ୍ୟ ସମୟର ଅପେକ୍ଷା କଲୁ, ଆଉ ଦେଖ, ଆଶଙ୍କା ଉପସ୍ଥିତ!

Faic an caibideil Dèan lethbhreac




ଯିରିମୀୟ 8:15
9 Iomraidhean Croise  

କିନ୍ତୁ ମୁଁ ଯେତେବେଳେ ଭଲ ଜିନିଷ ଗ୍ଭହେଁ, ତା’ ବଦଳରେ ଖରାପ ଜିନିଷ ପାଏ। ମୁଁ ଯେତେବେଳେ ଆଲୋକର ସନ୍ଧାନ କରେ ସେତେବେଳେ ଅନ୍ଧକାର ମାଡ଼ି ଆସେ।


ଧ୍ୱଂସକାରୀଗଣ ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଗିରି ସକଳର ଉପରକୁ ଆସିଅଛନ୍ତି। କାରଣ ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ଦେଶର ଏକ ସୀମାରୁ ଅନ୍ୟ ସୀମା ପର୍ଯ୍ୟନ୍ତ ଗ୍ରାସ କରୁଅଛି। କୌଣସି ପ୍ରାଣୀ ନିରାପଦ ନୁହେଁ।


ଲୋକମାନେ କହନ୍ତି, ହେ ପରମେଶ୍ୱର, ତୁମ୍ଭେ କ’ଣ ଯିହୁଦାକୁ ସମ୍ପୂର୍ଣ୍ଣ ଭାବରେ ଅଗ୍ରାହ୍ୟ କରିଅଛ? ତୁମ୍ଭେ କ’ଣ ସିୟୋନକୁ ଘୃଣା କରିଅଛ? ତୁମ୍ଭେ ଆମ୍ଭମାନଙ୍କୁ ଏପରି ପ୍ରହାର କଲ ଯେ ଆମ୍ଭେମାନେ ଆଉ ସୁସ୍ଥ ହୋଇ ପାରିବୁ ନାହିଁ। ତୁମ୍ଭେ କାହିଁକି ଏପରି କଲ? ଆମ୍ଭେମାନେ ଶାନ୍ତି ଗ୍ଭହିଁଲୁ, ମାତ୍ର କିଛି ମଙ୍ଗଳ ହେଲା ନାହିଁ। ଆମ୍ଭେମାନେ ଆରୋଗ୍ୟ ଇଚ୍ଛା କଲୁ। ମାତ୍ର କେବଳ ଆଶଙ୍କା ଉପସ୍ଥିତ ହେଲା।


ଏଥିରେ ମୁଁ, ଯିରିମିୟ କହିଲି, “ହେ ସଦାପ୍ରଭୁ ମୋର ପ୍ରଭୁ, ତୁମ୍ଭେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ପ୍ରକୃତରେ ଭ୍ରାନ୍ତିରେ ପକାଇଛ। ତୁମ୍ଭେ ସେମାନଙ୍କୁ କହିଛ, ‘ତୁମ୍ଭେମାନେ ଶାନ୍ତି ପାଇବ।’ କିନ୍ତୁ ସେମାନଙ୍କ ଗଳା ପାଖରେ ‌‌ଖ‌ଡ଼୍‌ଗ ଅଛି।”


ଘରୁ ବାହାରି କ୍ଷେତ୍ରକୁ ଯାଅ ନାହିଁ କିଅବା ରାସ୍ତାରେ ଗମନ କର ନାହିଁ। କାରଣ ଗ୍ଭରିଆଡ଼େ ଶତ୍ରୁର ‌‌ଖ‌ଡ଼୍‌ଗ ଓ ଆଶଙ୍କା ରହିଛି।


ଯଦିଓ ମୋର ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଛନ୍ତି। ଏଠାରେ “ଶାନ୍ତି” ଅଛି, ବୋଲି କହି ସେମାନେ ସହଜରେ ସେମାନଙ୍କୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ସେତେବେଳେ ସେଠାରେ କୌଣସି ‘ଶାନ୍ତି’ ନ ଥାଏ।


“ତୁମ୍ଭେମାନେ ବିନାଶ ପାଇଁ ଭୟଭୀତ ହେବ ଓ ତୁମ୍ଭେମାନେ ଶାନ୍ତି ଅନ୍ୱେଷଣ କରିବ ମାତ୍ର କିଛି ପାଇବ ନାହିଁ।


ମାରୋତ୍ ନିବାସୀ ସୁସମ୍ବାଦକୁ ଅପେକ୍ଷା କରି ବିବ୍ରତ ହୁଅନ୍ତି। କାରଣ ଯିରୁଶାଲମର ଦ୍ୱାରଦେଶ ପର୍ଯ୍ୟନ୍ତ ସଦାପ୍ରଭୁଙ୍କଠାରୁ ଦୁଃଖ ଆସିଅଛି।


ଲୋକେ କହିବେ: “ଆମ୍ଭେ ଶାନ୍ତି ପାଇଛୁ ଓ ସୁରକ୍ଷିତ ଅଛୁ।” ସେହି ସମୟରେ ଗର୍ଭବତୀ ସ୍ତ୍ରୀର ପ୍ରସବ-ବେଦନା ହେଲା ଭଳି, ହଠାତ୍ ତାହାଙ୍କ ପାଇଁ ବିନାଶ ଆସିବ ଓ ସେମାନେ ରକ୍ଷା ପାଇ ପାରିବେ ନାହିଁ।


Lean sinn:

Sanasan


Sanasan