Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 7:7 - ପବିତ୍ର ବାଇବଲ

7 ତେବେ ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭ ପୂର୍ବପୁରୁଷମାନଙ୍କୁ ଆମ୍ଭ ଦତ୍ତ ଦେଶ ଅନନ୍ତକାଳ ପର୍ଯ୍ୟନ୍ତ ଉପଭୋଗ କରିବାକୁ ଦେବା।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

7 ତେବେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ, ପୁରାତନ କାଳରୁ ଅନ; କାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ଦେଶରେ ବାସ କରାଇବା।

Faic an caibideil Dèan lethbhreac

ଓଡିଆ ବାଇବେଲ

7 ତେବେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ, ପୁରାତନ କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ଦେଶରେ ବାସ କରାଇବା।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ତେବେ ଆମ୍ଭେ ତୁମ୍ଭମାନଙ୍କୁ ଏହି ସ୍ଥାନରେ, ପୁରାତନ କାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭର ଦତ୍ତ ଏହି ଦେଶରେ ବାସ କରାଇବା।

Faic an caibideil Dèan lethbhreac




ଯିରିମୀୟ 7:7
12 Iomraidhean Croise  

ଆମ୍ଭେ ଇସ୍ରାଏଲକୁ ସେହି ଭୂମିରୁ ବାହାର କରିବା ନାହିଁ, ଯାହା ଆମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ଦେବା ପାଇଁ ପ୍ରତିଜ୍ଞା କରିଛୁ। କିନ୍ତୁ ସେମାନଙ୍କୁ ସେହି ସମସ୍ତ ଆଜ୍ଞା, ବ୍ୟବସ୍ଥା, ବିଧି ଓ ବିଧାନ ପାଳନ କରିବାକୁ ପଡ଼ିବ। ଯାହାକି ଆମ୍ଭେ ସେମାନଙ୍କୁ ମୋଶାଙ୍କ ମାଧ୍ୟମରେ ଦେଇଥିଲୁ।”


“କୌଣସି ବିଧବା କିମ୍ବା ପିତାମାତାହୀନ ସନ୍ତାନଙ୍କର କୌଣସି କ୍ଷତି କରିବ ନାହିଁ।


“ଯଦି ତୁମ୍ଭେମାନେ ମୋର ବାକ୍ୟ ପ୍ରତି ଧ୍ୟାନ ଦେବ ଓ ମୋର ଆଜ୍ଞାବହ ହେବ ତେବେ ତୁମ୍ଭେମାନେ ଦେଶରେ ଉତ୍ତମ ଫଳ ଭୋଗ କରିବ।


ସେହି ଭବିଷ୍ୟ‌ଦ୍‌ବକ୍ତାଗଣ କହିଲେ, “ତୁମ୍ଭେମାନେ ପ୍ରତ୍ୟେକ ଆପଣା ଆପଣା କୁପଥରୁ ଓ ଆପଣା ଆପଣା ଦୁଷ୍ଟ ଆଚରଣରୁ ଫେର। ତାହାହେଲେ ସଦାପ୍ରଭୁ ପୁରାତନ କାଳରୁ ଚିରଦିନ ନିମନ୍ତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୂର୍ବପୁରୁଷଗଣଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ତାହା ମଧ୍ୟରେ ତୁମ୍ଭେମାନେ ବାସ କରିବ।


ତେଣୁ ତୁମ୍ଭେମାନେ ନିଜ ନିଜ ଆଚରଣ ଓ କ୍ରିୟା ବଦଳାଅ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ଆଜ୍ଞା ପାଳନ କର। ତାହାହେଲେ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଛନ୍ତି, ତାହା କରିବାରୁ ସେ ନିବୃତ୍ତ ହେବେ।


ସେ ସମୟରେ ଯିହୁଦା ବଂଶ ଇସ୍ରାଏଲ ବଂଶ ସହିତ ଏକତ୍ର ଗମନ କରିବେ। ଆଉ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କ ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।”


ଆଉ ମଧ୍ୟ ଆମ୍ଭେ ଆମ୍ଭର ସମସ୍ତ ଦାସ ଓ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ତୁମ୍ଭ ନିକଟକୁ ପଠାଇଅଛୁ। ଆଉ ସେମାନେ ତୁମ୍ଭମାନଙ୍କୁ ବାରମ୍ବାର କହି ଅଛନ୍ତି, “ତୁମ୍ଭେମାନେ ନିଜ ନିଜ କୁପଥରୁ ନିବୃତ୍ତ ହୁଅ, ନିଜ ନିଜ ଆଚରଣ ସଂଶୋଧନ କର ଓ ଅନ୍ୟ ଦେବଗଣର ସେବା କରି ସେମାନଙ୍କୁ ଅନୁସରଣ କର ନାହିଁ। ତାହାହେଲେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଆମ୍ଭେ ଯେଉଁ ଦେଶ ଦେଇଅଛୁ ତହିଁରେ ତୁମ୍ଭେମାନେ ବାସ କରିବ।” ମାତ୍ର ତୁମ୍ଭେମାନେ ତାହା କର୍ଣ୍ଣପାତ କରି ନାହଁ କିଅବା ଆମ୍ଭ ବାକ୍ୟରେ ଅବଧାନ କରି ନାହଁ।


ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଯଦି ତୁମ୍ଭେ ଫେରି ଆସିବାକୁ ଇଚ୍ଛା କରୁଛ, ତେବେ ମୋ’ ନିକଟକୁ ଫେରି ଆସ। ଯଦି ତୁମ୍ଭେ ସମସ୍ତ ମୂର୍ତ୍ତି ମୋ’ ଚକ୍ଷୁ ସମ୍ମୁଖରୁ ଫିଙ୍ଗିଦିଅ ଓ ବିପଥଗାମୀ ହୁଅ ନାହିଁ।


ଆମ୍ଭେ କହିଲୁ, ତୁମ୍ଭେ ନିଶ୍ଚୟ ଆମ୍ଭକୁ ଭୟ କରିବ ଏବଂ ଆମ୍ଭ ନିୟମ ଶିଖିବ। ତୁମ୍ଭେ ଯଦି ଏହା କରିବ, ତେବେ ତୁମ୍ଭର ଘର କେବେ ବିନଷ୍ଟ ହେବ ନାହିଁ। ତୁମ୍ଭେ ଯଦି ଏହା କରିବ, ତେବେ ଆମ୍ଭର ଯୋଜନା ଅନୁସାରେ ଆମ୍ଭେ ତୁମ୍ଭକୁ ଦଣ୍ତ ଦେବା ନାହିଁ।” କିନ୍ତୁ ସେହି ମନ୍ଦ ଲୋକମାନେ ଶୀଘ୍ର ଉଠି ତାଙ୍କର ଦୁଷ୍ଟକର୍ମ କଲେ।


ସେଥିପାଇଁ ତୁମ୍ଭେମାନେ ବ୍ୟବସ୍ଥା ଓ ଆଜ୍ଞା ପାଳନ କରିବା ଉଚିତ୍, ଯାହାକି ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି। ତେଣୁ ତୁମ୍ଭର ଓ ତୁମ୍ଭମାନଙ୍କର ପିଲାମାନଙ୍କର ମଙ୍ଗଳ ହେବ, ଏବଂ ତୁମ୍ଭେମାନେ ସେହି ଭୂମିରେ ଦୀର୍ଘଦିନ ଧରି ବାସ କରିବ, ଯାହା ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭମାନଙ୍କୁ ଚିରଦିନ ପାଇଁ ଦେଇଛନ୍ତି।”


Lean sinn:

Sanasan


Sanasan