ଯିରିମୀୟ 7:18 - ପବିତ୍ର ବାଇବଲ18 ଯିହୁଦାର ବାଳକମାନେ କାଠ ସଂଗ୍ରହ କରନ୍ତି, ସେମାନଙ୍କର ପିତାମାନେ ଅଗ୍ନି ସଂଯୋଗ କରନ୍ତି ଓ ମାତାମାନେ ଚନ୍ଦ୍ର ଦେବତା ଉଦ୍ଦେଶ୍ୟରେ ପିଷ୍ଟକ ପାକ କରନ୍ତି ଓ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ପେୟନୈବେଦ୍ୟ ଉତ୍ସର୍ଗ କରନ୍ତି। ସେମାନେ ଆମ୍ଭର ବିରକ୍ତି ପାଇଁ ଏସବୁ କରନ୍ତି।” Faic an caibideilପବିତ୍ର ବାଇବଲ (Re-edited) - (BSI)18 ଆମ୍ଭକୁ ବିରକ୍ତ କରିବା ପାଇଁ ଚନ୍ଦ୍ରମାର ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ଵଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି। Faic an caibideilଓଡିଆ ବାଇବେଲ18 ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି।’ Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT18 ଆମ୍ଭକୁ ବିରକ୍ତ କରିବା ପାଇଁ ଆକାଶର ରାଣୀ ଉଦ୍ଦେଶ୍ୟରେ ପିଷ୍ଟକ ପାକ ଓ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ପେୟ-ନୈବେଦ୍ୟ ଉତ୍ସର୍ଗ କରିବା ନିମନ୍ତେ ବାଳକମାନେ କାଠ ସାଉଣ୍ଟନ୍ତି, ପିତୃଗଣ ଅଗ୍ନି ଜ୍ୱଳାନ୍ତି, ସ୍ତ୍ରୀମାନେ ମଇଦା ଚକଟନ୍ତି। Faic an caibideil |
ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ କ’ଣ ଏହିସବୁ ଦେଖିଲ? ଏହିପରି ଘୃଣ୍ୟ କର୍ମମାନ କରିବା କ’ଣ ଯିହୁଦାର ଭବିଷ୍ୟଦ୍ ବଂଶଧରଙ୍କ ପାଇଁ ଠିକ୍ ଅଟେ? ବାସ୍ତବରେ ସେମାନେ ଦେଶକୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ କରିଅଛନ୍ତି, ଏବଂ ଆମ୍ଭକୁ କ୍ରୋଧିତ କରି ରଖିଅଛନ୍ତି। ଆଉ ଦେଖ ସେମାନଙ୍କର ମୂର୍ତ୍ତିଗୁଡ଼ିକୁ ସମ୍ମାନ ଦେବା ପାଇଁ ସେମାନେ ନାସିକାରେ ନାକଫୁଲ ପିନ୍ଧିଛନ୍ତି।