Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 7:12 - ପବିତ୍ର ବାଇବଲ

12 “‘ହେ ଯିହୁଦାର ଲୋକମାନେ, ତୁମ୍ଭେ ଆମ୍ଭ ନାମରେ ଖ୍ୟାତ ଶୀଲୋସ୍ଥିତ ଗୃହକୁ ଯାଅ। ସେଠାରେ ଦେଖ ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ଯୋଗୁଁ ଆମ୍ଭେ ସେମାନଙ୍କ ପ୍ରତି କ’ଣ କରୁଅଛୁ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

12 ମାତ୍ର ଶୀଲୋସ୍ଥିତ ଯେଉଁ ସ୍ଥାନରେ ଆମ୍ଭେ ପୂର୍ବେ ଆପଣା ନାମ ବାସ କରାଇଥିଲୁ, ଏବେ ତୁମ୍ଭେମାନେ ଆମ୍ଭର ସେହି ସ୍ଥାନକୁ ଯାଅ, ଆଉ ଆମ୍ଭର ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ସକାଶୁ ଆମ୍ଭେ ତହିଁ ପ୍ରତି ଯାହା କରିଅଛୁ, ତାହା ଦେଖ।

Faic an caibideil Dèan lethbhreac

ଓଡିଆ ବାଇବେଲ

12 ମାତ୍ର ଶୀଲୋସ୍ଥିତ ଯେଉଁ ସ୍ଥାନରେ ଆମ୍ଭେ ପୂର୍ବେ ଆପଣା ନାମ ବାସ କରାଇଥିଲୁ, ଏବେ ତୁମ୍ଭେମାନେ ଆମ୍ଭର ସେହି ସ୍ଥାନକୁ ଯାଅ, ଆଉ ଆମ୍ଭର ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ସକାଶୁ ଆମ୍ଭେ ତହିଁ ପ୍ରତି ଯାହା କରିଅଛୁ, ତାହା ଦେଖ।

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ମାତ୍ର ଶୀଲୋସ୍ଥିତ ଯେଉଁ ସ୍ଥାନରେ ଆମ୍ଭେ ପୂର୍ବେ ଆପଣା ନାମ ବାସ କରାଇଥିଲୁ, ଏବେ ତୁମ୍ଭେମାନେ ଆମ୍ଭର ସେହି ସ୍ଥାନକୁ ଯାଅ, ଆଉ ଆମ୍ଭର ଇସ୍ରାଏଲ ଲୋକଙ୍କ ଦୁଷ୍ଟତା ସକାଶୁ ଆମ୍ଭେ ତହିଁ ପ୍ରତି ଯାହା କରିଅଛୁ, ତାହା ଦେଖ।

Faic an caibideil Dèan lethbhreac




ଯିରିମୀୟ 7:12
13 Iomraidhean Croise  

ଯେବେ ତୁମ୍ଭେମାନେ ଆମ୍ଭର ଆଜ୍ଞା ପାଳନ ନ କରିବ, ତେବେ ଆମ୍ଭେ ଏହି ଗୃହକୁ ଶୀଲୋର ତୁଲ୍ୟ କରିବା ଆଉ ଏହି ନଗରକୁ ପୃଥିବୀସ୍ଥ ସକଳ ଗୋଷ୍ଠୀର ଅଭିଶାପର ସ୍ଥାନ କରିବା।’”


ତେଣୁ ଆମ୍ଭ ନାମରେ ଖ୍ୟାତ ଯିରୁଶାଲମର ମନ୍ଦିରକୁ ଧ୍ୱଂସ କରିବା, ଯେପରି ଶୀଲୋପ୍ରତି ଆମ୍ଭେ କରିଥିଲୁ। ଆଉ ତୁମ୍ଭେମାନେ ଯେଉଁ ଗୃହପ୍ରତି ବିଶ୍ୱାସ ରଖିଛ, ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ଦତ୍ତ ସେହି ଗୃହକୁ ଆମ୍ଭେ ଉଚ୍ଛିନ୍ନ କରିବା।


ସେତେବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଆପଣା ନାମ ବାସ କରିବା ପାଇଁ ଯେଉଁ ସ୍ଥାନ ନିରୂପିତ କରିବେ ସେହି ସ୍ଥାନକୁ ତୁମ୍ଭେମାନେ ମୋର ଆଜ୍ଞା ଅନୁସାରେ ନିଜ ନିଜ ହୋମ ନୈବେଦ୍ୟ ଓ ନିଜ ନିଜ ବଳିଦାନ, ନିଜ ଆୟର ଦଶମାଂଶ ଓ ନିଜ ନିଜ ହସ୍ତର ଉତ୍ତଳନୀୟ ଉପହାର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମନାସିଲାର ତୁମ୍ଭମାନଙ୍କର ସକଳ ମନୋନୀତ ମାନତ ଆଣିବ।


ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ସମସ୍ତ ଗୋଷ୍ଠୀ ମଧ୍ୟରୁ ଏକ ସ୍ଥାନ ମନୋନୀତ କରିବେ, ଯେଉଁଠାରେ ତାଙ୍କର ନାମ ଉପାସନା ହେବା ଉଚିତ୍। ତୁମ୍ଭର ସେଠାକୁ ଯିବା ଉଚିତ୍ ଏବଂ ତାଙ୍କୁ ଖୋଜିବା ଉଚିତ୍।


ଇସ୍ରାଏଲର ସମସ୍ତ ଲୋକ ଶୀଲୋଠାରେ ଏକତ୍ରିତ ହେଲେ। ସେମାନେ ସେହି ସ୍ଥାନରେ ସମାଗମ-ତମ୍ବୁ ସ୍ଥାପନ କଲେ। ସେମାନଙ୍କର ଦେଶକୁ ନିଜ ଅଧୀନରେ ରଖି ପାରିଲେ।


ଯିହୋଶୂୟ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ପାଇଁ ଭାଗ ଗୁଳା ପକାଇଲେ। ଏହିପରି ଭାବରେ ଯିହୋଶୂୟ ଉକ୍ତ ଜମିକୁ ସାତ ଭାଗରେ ବିଭକ୍ତ କରି ଇସ୍ରାଏଲର ପରିବାରବର୍ଗ ମଧ୍ୟରେ ଭାଗ କଲେ। ପ୍ରତ୍ୟେକ ଜଣ ତାଙ୍କର ଅଂଶ ପାଇଲେ।


ଶୀଲୋରେ ପରମେଶ୍ୱରଙ୍କ ଗୃହ ଥିବାର ସମସ୍ତ ସମୟ ସେମାନେ ଆପଣାମାନଙ୍କ ପାଇଁ ମୀଖାର ନିର୍ମିତ ସେହି ଖୋଦିତ ପ୍ରତିମା ସ୍ଥାପନ କରି ରଖିଲେ।


ପ୍ରତି ବର୍ଷ ଇ‌ଲ୍‌କାନା ତା'ର ନିଜ ସହର ରାମାକୁ ଛାଡ଼ି ଶୀଲୋକୁ ଯାଉଥିଲା, ଶୀଲୋରେ ଥିବା ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିକଟରେ ବଳିଦାନ ଉତ୍ସର୍ଗ ପାଇଁ ଓ ଉପାସନା ପାଇଁ ସେଠାକୁ ଯାଉଥିଲା। ଯେଉଁ ସ୍ଥାନରେ ଏଲିଙ୍କର ଦୁଇ ପୁତ୍ର ସଦାପ୍ରଭୁଙ୍କର ଯାଜକ ଥିଲେ, ତାଙ୍କର ନାମ ଥିଲା, ହ‌ଫ୍‌ନି ଓ ପୀନହସ୍।


ଏବଂ ସେ କହିଲା, “ଇସ୍ରାଏଲରୁ ଗୌରବ ଗ୍ଭଲିଯାଇଛି,” କାରଣ ସଦାପ୍ରଭୁଙ୍କ ପବିତ୍ର ସିନ୍ଦୁକ ବହି ନିଆଗଲା।


Lean sinn:

Sanasan


Sanasan