ଯିରିମୀୟ 6:15 - ପବିତ୍ର ବାଇବଲ15 ଯାଜକ ଓ ଭବିଷ୍ୟଦ୍ବକ୍ତାମାନେ ଘୃଣ୍ୟକର୍ମ କଲେ ମଧ୍ୟ ଲଜ୍ଜିତ ନୁହନ୍ତି। ସେମାନେ ସେମାନଙ୍କର ଦୁଷ୍କର୍ମ ପାଇଁ ମୁଖ ବିବର୍ଣ୍ଣ କଲେ ନାହିଁ।” ତେଣୁ ସଦାପ୍ରଭୁ କହନ୍ତି, “ସେମାନେ ପତିତମାନଙ୍କ ମଧ୍ୟରେ ପତିତ ହେବେ ଓ ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।” Faic an caibideilପବିତ୍ର ବାଇବଲ (Re-edited) - (BSI)15 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ। Faic an caibideilଓଡିଆ ବାଇବେଲ15 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, “ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।” Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT15 ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରିଅଛନ୍ତି ବୋଲି କି ଲଜ୍ଜିତ ହେଲେ? ନା, ସେମାନେ କିଛି ହିଁ ଲଜ୍ଜିତ ହେଲେ ନାହିଁ, କିଅବା ମୁଖ ବିବର୍ଣ୍ଣ କଲେ ନାହିଁ; ଏହେତୁ ସେମାନେ ପତିତ ଲୋକମାନଙ୍କ ମଧ୍ୟରେ ପତିତ ହେବେ; ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କୁ ପ୍ରତିଫଳ ଦେବା ବେଳେ ସେମାନେ ନିପାତିତ ହେବେ।” Faic an caibideil |
ଭବିଷ୍ୟଦ୍ବକ୍ତା କହନ୍ତି, “ଇସ୍ରାଏଲ, ଏହି ନୀତିଗୁଡ଼ିକ ଶିକ୍ଷାକର। ଦଣ୍ତ ପାଇବା ସମୟ ଆସିଯାଇଛି। ତୁମ୍ଭେ ଯେଉଁ ମନ୍ଦକାର୍ଯ୍ୟ କରିଥିଲ ତା'ର ଫଳ ପାଇବା ସମୟ ଆସି ଯାଇଛି।” କିନ୍ତୁ ଇସ୍ରାଏଲର ଲୋକେ କହନ୍ତି, “ଭବିଷ୍ୟଦ୍ବକ୍ତା ଜଣେ ନିର୍ବୋଧ। ପରମେଶ୍ୱରଙ୍କ ଆତ୍ମା ସହିତ ଏହି ବ୍ୟକ୍ତି ପାଗଳ।” ଭବିଷ୍ୟଦ୍ବକ୍ତା କହନ୍ତି, “ତୁମ୍ଭେମାନେ ତୁମ୍ଭମାନଙ୍କ ଜଘନ୍ୟ ପାପ ଲାଗି ଦଣ୍ତିତ ହେବ। ତୁମ୍ଭମାନଙ୍କ ଘୃଣା ଭାବ ଯୋଗୁଁ ଦଣ୍ତିତ ହେବ।”