Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 51:41 - ପବିତ୍ର ବାଇବଲ

41 “ଶେଶକ” କିପରି ଅନ୍ୟମାନଙ୍କ ଦ୍ୱାରା ନିଆଗଲା ଓ ସମଗ୍ର ପୃଥିବୀର ପ୍ରଶଂସାର ପାତ୍ର କିପରି ହଠାତ୍ ଧରା ପଡ଼ିଅଛି, ବାବିଲ କେମିତି ଅନ୍ୟ ଦେଶମାନଙ୍କ ପାଇଁ ଏକ ଭୟର ପାତ୍ର ହୋଇଅଛି।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

41 ଶେଶକ୍ କିପରି ପରହସ୍ତଗତ ହୋଇଅଛି ! ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍ ଧରା ପଡ଼ିଅଛି ! ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ଵଂସସ୍ଥାନ ହୋଇଅଛି !

Faic an caibideil Dèan lethbhreac

ଓଡିଆ ବାଇବେଲ

41 ଶେଶକ୍‍ କିପରି ପରହସ୍ତଗତ ହୋଇଅଛି ! ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍‍ ଧରା ପଡ଼ିଅଛି ! ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ୱଂସସ୍ଥାନ ହୋଇଅଛି !

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

41 ଶେଶକ୍‍ କିପରି ପରହସ୍ତଗତ ହୋଇଅଛି! ଓ ସମୁଦାୟ ପୃଥିବୀର ପ୍ରଶଂସାପାତ୍ର କିପରି ହଠାତ୍‍ ଧରା ପଡ଼ିଅଛି! ଗୋଷ୍ଠୀସମୂହର ମଧ୍ୟରେ ବାବିଲ କିପରି ଧ୍ୱଂସସ୍ଥାନ ହୋଇଅଛି!

Faic an caibideil Dèan lethbhreac




ଯିରିମୀୟ 51:41
15 Iomraidhean Croise  

ଉଚ୍ଚ ସମ୍ମାନ ପ୍ରାପ୍ତ ଏହି ମନ୍ଦିର ପାର୍ଶ୍ୱ ଦେଇ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟାନ୍ୱିତ ହେବେ। ସେମାନେ କହିବେ, ‘ସଦାପ୍ରଭୁ କାହିଁକି ଏହି ଦେଶ ଓ ଏହି ମନ୍ଦିର ପ୍ରତି ଏ ପ୍ରକାର ଭୟଙ୍କର ବିପତ୍ତି ଘଟାଇଲେ?’


“ବାବିଲନୀୟମାନେ ତାଙ୍କ ଦେଶପାଇଁ ଗର୍ବିତ ହୁଅନ୍ତି। କାରଣ ତାଙ୍କର ରାଜ୍ୟ ସବୁ ରାଜ୍ୟମାନଙ୍କ ମଧ୍ୟରେ ଅଧିକ ସୌନ୍ଦର୍ଯ୍ୟଶାଳୀ।


ସେହି ସମୟରେ ତୁମ୍ଭେ ବାବିଲ ରାଜାଙ୍କ ବିଷୟରେ ଏହି ଉପହାସ ଗୀତ ଗାନ କରିବ। ସେହି ଅତ୍ୟାଗ୍ଭରୀ ନିଷ୍ଠୁର ରାଜା କିପରି ଶାସନ କରୁଥିଲେ ମାତ୍ର ବର୍ତ୍ତମାନ ତାହା ଶେଷ ହୋଇଛି।


ପୁଣି ଉତ୍ତର ଦିଗର ନିକଟସ୍ଥ ଓ ଦୂରସ୍ଥ ସମସ୍ତ ରାଜା ଜଣକ ପରେ ଜଣେ ଏହା ପାନ କଲେ। ପୁଣି ପୃଥିବୀସ୍ଥ ସମସ୍ତ ରାଜ୍ୟକୁ ପାନ କରାଇଲା ପରେ “ଶେଶକର” ରାଜା ଏହି ପାତ୍ରରୁ ପାନ କରିବେ।


“ସୁଖମୟ ଓ ‘ଆନନ୍ଦଦାୟକ’ ଦମ୍ମେଶକ ନଗର କିପରି ପରିତ୍ୟକ୍ତ ହୋଇଅଛି।


‘ସମଗ୍ର ପୃଥିବୀରେ ବାବିଲକୁ ହାତୁଡ଼ି’ ବୋଲି ବିବେଚନା କରାଯାଉଥିଲା। ସେହି ‘ହାତୁଡ଼ି’ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି ଓ ଗୋଷ୍ଠୀ ମଧ୍ୟରେ ବାବିଲ ଏକ ମରୁଭୂମି ହୋଇଅଛି।


ବାବିଲର ପତନ ଘଟିବ ଓ ସେହି ପତନରେ ପୃଥିବୀ ପ୍ରକମ୍ପିତ ହେବ। ପୃଥିବୀର ସମସ୍ତ ଗୋଷ୍ଠୀ ସେହି କ୍ରନ୍ଦନର ଶବ୍ଦ ଶୁଣିବେ।


ତା'ପରେ ବାବିଲ ଏକ ଧ୍ୱଂସ ସ୍ତୁପରେ ପରିଣତ ହେବ ଏବଂ ତାହା ଶୃଗାଳମାନଙ୍କର ବାସସ୍ଥାନ ହେବ। ଲୋକମାନେ ଏହା ଦେଖି ଆତଙ୍କିତ ହେବେ ଏବଂ ଯେତେବେଳେ ସେମାନେ ଏହା ଦେଖିବେ ‘ଶୀସ୍’ ଶବ୍ଦ କରିବେ। କାରଣ ସେ ନିର୍ଜନ ସ୍ଥାନ ହେବ।


ଉପକୂଳବର୍ତ୍ତୀର ନିବାସୀମାନେ ତୁମ୍ଭ ବିଷୟରେ ଆଚମ୍ବିତ ହୋଇଅଛନ୍ତି ଏବଂ ସେମାନଙ୍କର ରାଜାମାନେ ଭୟଭୀତ ହୋଇଥିଲେ ଓ ସେମାନଙ୍କର ମୁଖମଣ୍ଡଳ ସେମାନଙ୍କର ଆଚମ୍ବିତ ପ୍ରକାଶ କଲା।


ପୃଥିବୀସ୍ଥ ମନୁଷ୍ୟ, ତନ୍ମଧ୍ୟସ୍ଥ ଭୂଚର ପଶୁଗଣ ଓ ଆକାଶର ପକ୍ଷୀଗଣ ପରମେଶ୍ୱରଙ୍କ ଶକ୍ତିଦ୍ୱାରା ତୁମ୍ଭର ଶାସନାଧୀନ ଅଟନ୍ତି। ଆଉ ସେମାନଙ୍କ ଉପରେ ଆପଣଙ୍କୁ କର୍ତ୍ତୃତ୍ୱ ଦେଇଅଛନ୍ତି। ଆପଣ ହିଁ ସେହି ପ୍ରତିମାର ସୁବର୍ଣ୍ଣମୟ ମସ୍ତକ ଅଟନ୍ତି।


ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହୋଇଅଛନ୍ତି। କାରଣ ଆପଣଙ୍କର ମହତ୍ତ୍ୱ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପିଅଛି।


ସେଠାରେ ତୁମ୍ଭେମାନେ ନିଜେ ଏକ ଭୟାନକ ଦୃଶ୍ୟରେ ପରିଣତ ହେବ, ସେହି ସମସ୍ତ ଜାତିମାନଙ୍କ ଆଗରେ ଅପମାନର ଓ ଉପହାସର ପାତ୍ର ହେବ। ଯେଉଁଠାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ନେଇଯିବେ।


Lean sinn:

Sanasan


Sanasan