ଯିରିମୀୟ 5:6 - ପବିତ୍ର ବାଇବଲ6 ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିଛନ୍ତି। ତେଣୁ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟା କାଳୀନ ଗଧିଆସେମାନଙ୍କୁ ବିନାଶ କରିବ। ଚିତାବାଘ ସେମାନଙ୍କ ନଗର ସମୂହ ନିକଟରେ ଛକି ରହିବ। ଯେଉଁ ଲୋକ ନଗରରୁ ବାହାରିବ, ସେ ତାକୁ ବିଦୀର୍ଣ୍ଣ କରିବ। କାରଣ ସେମାନେ ବହୁ ଅପରାଧ କରିଛନ୍ତି ଓ ସେମାନେ ବହୁବାର ସଦାପ୍ରଭୁଙ୍କଠାରୁ ବିପଥଗାମୀ ହୋଇଛନ୍ତି। Faic an caibideilପବିତ୍ର ବାଇବଲ (Re-edited) - (BSI)6 ଏନିମନ୍ତେ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟାକାଳର କେନ୍ଦୁଆବାଘ ସେମାନଙ୍କୁ ବିନାଶ କରିବ, ଚିତାବାଘ ସେମାନଙ୍କ ନଗରସମୂହ ନିକଟରେ ଛକି ରହିବ, ଯେପ୍ରତ୍ୟେକ ଲୋକ ନଗରରୁ ବାହାରିବ, ସେ ବିଦୀର୍ଣ୍ଣ ହେବ; କାରଣ ସେମାନଙ୍କର ଅପରାଧ ଅନେକ ଓ ସେମାନଙ୍କର ବିପଥଗମନ ବୃଦ୍ଧି ପାଇଅଛି। Faic an caibideilଓଡିଆ ବାଇବେଲ6 ଏନିମନ୍ତେ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟାକାଳର କେନ୍ଦୁଆ ବାଘ ସେମାନଙ୍କୁ ବିନାଶ କରିବ, ଚିତାବାଘ ସେମାନଙ୍କ ନଗରସମୂହ ନିକଟରେ ଛକି ରହିବ, ଯେ ପ୍ରତ୍ୟେକ ଲୋକ ନଗରରୁ ବାହାରିବ, ସେ ବିଦୀର୍ଣ୍ଣ ହେବ; କାରଣ ସେମାନଙ୍କର ଅପରାଧ ଅନେକ ଓ ସେମାନଙ୍କର ବିପଥଗମନ ବୃଦ୍ଧି ପାଇଅଛି। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଏନିମନ୍ତେ ବନରୁ ଏକ ସିଂହ ବାହାରି ସେମାନଙ୍କୁ ବଧ କରିବ ଓ ସନ୍ଧ୍ୟାକାଳର କେନ୍ଦୁଆ ବାଘ ସେମାନଙ୍କୁ ବିନାଶ କରିବ, ଚିତାବାଘ ସେମାନଙ୍କ ନଗରସମୂହ ନିକଟରେ ଛକି ରହିବ, ଯେ ପ୍ରତ୍ୟେକ ଲୋକ ନଗରରୁ ବାହାରିବ, ସେ ବିଦୀର୍ଣ୍ଣ ହେବ; କାରଣ ସେମାନଙ୍କର ଅପରାଧ ଅନେକ ଓ ସେମାନଙ୍କର ବିପଥଗମନ ବୃଦ୍ଧି ପାଇଅଛି। Faic an caibideil |
ତୁମ୍ଭ ନିଜର ଦୁଷ୍କର୍ମ ତୁମ୍ଭକୁ ଶାସ୍ତି ଦେବ। ଓ ତୁମ୍ଭର ବିପଥଗାମୀତ୍ୱ ତୁମ୍ଭକୁ ଶିକ୍ଷା ଦେବ। ତୁମ୍ଭେ ଉତ୍ତମ ରୂପେ ବିବେଚନା କର। ତାହାହେଲେ ତୁମ୍ଭେ ବୁଝିବ ଯେ, ପରମେଶ୍ୱରଙ୍କୁ ପରିତ୍ୟାଗ କରି ତୁମ୍ଭେ କି ଅପରାଧ କରିଅଛ। ଆମ୍ଭ ବିଷୟକ ଭୟ ତୁମ୍ଭ ମଧ୍ୟରେ ନ ଥିବାରୁ ଯାହା ମନ୍ଦ ଓ ତିକ୍ତ ବିଷୟ ତାହା ତୁମ୍ଭେ ଜ୍ଞାତ ହେଉ ନାହଁ।” ମୋର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ଏହା କହନ୍ତି।