ଯଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ୱରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତେବେ ସେମାନଙ୍କର ସନ୍ତାନଗଣ ସେମାନଙ୍କର ପୂର୍ବପୁରୁଷଙ୍କ ପରି ହେବେ ନାହିଁ। ସେମାନଙ୍କ ପୂର୍ବପୁରୁଷଗଣ ପରମେଶ୍ୱରଙ୍କ ବିରୁଦ୍ଧରେ ଗଲେ। ଏବଂ ସେମାନେ ତାଙ୍କ ଆଦେଶ ମାନିଲେ ନାହିଁ। ସେମାନଙ୍କର ହୃଦୟ ଦୃଢ଼ ପରମେଶ୍ୱରଙ୍କଠାରେ ସମର୍ପିତ ନ ଥିଲା। ସେମାନଙ୍କର ଆତ୍ମା ପରମେଶ୍ୱରଙ୍କ ପ୍ରତି ବିଶ୍ୱସ୍ତ ନ ଥିଲା।