Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 5:14 - ପବିତ୍ର ବାଇବଲ

14 ସୁତରାଂ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ୱର ଏହା କହନ୍ତି: “ଯିରିମିୟ ଦେଖ, କାରଣ ଲୋକମାନେ ଏହିପରି କହିଥିଲେ, ଆମ୍ଭେ ତୁମ୍ଭ ପାଟିରେ ଆମ୍ଭର ଶବ୍ଦସବୁ ରଖିଅଛୁ ଏବଂ ଏହା ଅଗ୍ନି ତୁଲ୍ୟ ହେବ। ଏହି ଦେଶ କାଠ ସଦୃଶ ଅଗ୍ନି ସେମାନଙ୍କୁ ପୋଡ଼ିଦେବ।”

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

14 ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ ଆମ୍ଭର ବାକ୍ୟକୁ ଅଗ୍ନି ତୁଲ୍ୟ ଓ ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା, ତାହା ଏମାନଙ୍କୁ ଗ୍ରାସ କରିବ।

Faic an caibideil Dèan lethbhreac

ଓଡିଆ ବାଇବେଲ

14 ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ପରମେଶ୍ୱର, ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ ଆମ୍ଭର ବାକ୍ୟକୁ ଅଗ୍ନି ତୁଲ୍ୟ ଓ ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା, ତାହା ଏମାନଙ୍କୁ ଗ୍ରାସ କରିବ।”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ପରମେଶ୍ୱର, ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ ଆମ୍ଭର ବାକ୍ୟକୁ ଅଗ୍ନି ତୁଲ୍ୟ ଓ ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା, ତାହା ଏମାନଙ୍କୁ ଗ୍ରାସ କରିବ।

Faic an caibideil Dèan lethbhreac




ଯିରିମୀୟ 5:14
8 Iomraidhean Croise  

ପୃଥିବୀ ନିବାସୀ ଦୋଷ କରିଛନ୍ତି, ତେଣୁ ସେମାନେ ଅପରାଧୀ, ସେଥିପାଇଁ ପରମେଶ୍ୱର ସେମାନଙ୍କୁ ବିନଷ୍ଟ କରିବାକୁ ପ୍ରତିଜ୍ଞା କରିଛନ୍ତି। ସେମାନେ ଦଣ୍ଡିତ ହେବେ ଓ ଅଳ୍ପ କେତେକ ବଞ୍ଚି ରହିବେ।


ସେତେବେଳେ ସଦାପ୍ରଭୁ ଆପଣା ହସ୍ତ ବଢ଼ାଇ ମୋର ପାଟି ସ୍ପର୍ଶ କଲେ ଓ ମୋତେ କହିଲେ, “ହେ ଯିରିମିୟ, ଆମ୍ଭେ ଆପଣା ବାକ୍ୟ ତୁମ୍ଭ ମୁଖରେ ଦେଲୁ।


ସଦାପ୍ରଭୁ କହନ୍ତି, “ଆମ୍ଭର ବାକ୍ୟ ଅଗ୍ନି ତୁଲ୍ୟ। ପୁଣି ତାହା ପାଷାଣ ଖଣ୍ଡବିଖଣ୍ଡକାରୀ ହାତୁଡ଼ି ତୁଲ୍ୟ।”


ଆମ୍ଭେ ସେମାନଙ୍କୁ ନିପାତ କରିବା ପାଇଁ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ ନିଯୁକ୍ତି କଲୁ ଓ ଆମ୍ଭେ ଆପଣା ଆଦେଶରେ ଲୋକମାନଙ୍କୁ ମୃତ୍ୟୁ ଦେଲୁ। କିନ୍ତୁ ସେହି ନିର୍ଣ୍ଣୟରୁ ନ୍ୟାୟ ସଦୃଶ ଆଲୋକ ଆସିବ।


ଆମ୍ଭେ ଆପଣା ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷୟରେ ପ୍ରଗ୍ଭର କରିବାକୁ ଆଦେଶ ଦେଇଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶେଷରେ ଦଣ୍ତ ଦିଆଯାଇଥିଲା, କ’ଣ ସେମାନଙ୍କୁ ଦିଆଯାଇ ନ ଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, ‘ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦେଇଥିଲେ।’ ତେଣୁ ସେମାନେ ପରମେଶ୍ୱରଙ୍କ ନିକଟକୁ ଫେରି ଆସିଲେ।”


Lean sinn:

Sanasan


Sanasan