ଯିରିମୀୟ 5:10 - ପବିତ୍ର ବାଇବଲ10 “ତୁମ୍ଭେମାନେ ପ୍ରାଚୀର ଉପରକୁ ଯାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସେଗୁଡ଼ିକୁ ସମ୍ପୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।” Faic an caibideilପବିତ୍ର ବାଇବଲ (Re-edited) - (BSI)10 ତୁମ୍ଭେମାନେ ତାହାର ପ୍ରାଚୀର ଉପରକୁ ଯାଇ ବିନାଶ କର; ମାତ୍ର ନିଃଶେଷ ରୂପେ ବିନାଶ କର ନାହିଁ; ତାହାର ଶାଖାସବୁ ଦୂର କର; କାରଣ ସେସବୁ ସଦାପ୍ରଭୁଙ୍କର ନୁହେଁ। Faic an caibideilଓଡିଆ ବାଇବେଲ10 ତୁମ୍ଭେମାନେ ତାହାର ଦ୍ରାକ୍ଷଲତା ଦେଇ ଯାଇ ସେମାନଙ୍କୁ ବିନାଶ କର; ମାତ୍ର ନିଃଶେଷ ରୂପେ ବିନାଶ କର ନାହିଁ; ତାହାର ଶାଖାସବୁ ଦୂର କର; କାରଣ ସେସବୁ ସଦାପ୍ରଭୁଙ୍କର ନୁହେଁ। Faic an caibideilଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ତୁମ୍ଭେମାନେ ତାହାର ଦ୍ରାକ୍ଷଲତା ଦେଇ ଯାଇ ସେମାନଙ୍କୁ ବିନାଶ କର; ମାତ୍ର ନିଃଶେଷ ରୂପେ ବିନାଶ କର ନାହିଁ; ତାହାର ଶାଖାସବୁ ଦୂର କର; କାରଣ ସେସବୁ ସଦାପ୍ରଭୁଙ୍କର ନୁହେଁ। Faic an caibideil |
ତେଣୁ ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ ଆକ୍ରମଣ କରିବା ନିମନ୍ତେ ବାବିଲର ରାଜାକୁ ଆଣିଲେ। ଯୁବା ଲୋକମାନେ ମନ୍ଦିର ମଧ୍ୟରେ ଥିଲେ ସୁଦ୍ଧା, ବାବିଲର ରାଜା ସେମାନଙ୍କୁ ହତ୍ୟା କଲେ। ସେ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କିଛି ଦୟା କଲେ ନାହିଁ। ବାବିଲର ରାଜା ଉଭୟ ଯୁବା ଓ ବୃଦ୍ଧ ଲୋକମାନଙ୍କୁ ହତ୍ୟା କଲେ। ସେ ପୁରୁଷ ଓ ସ୍ତ୍ରୀଙ୍କୁ ହତ୍ୟା କଲେ। ସେ ରୋଗୀ ଓ ସୁସ୍ଥ ଲୋକଙ୍କୁ ହତ୍ୟା କଲେ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଲୋକମାନଙ୍କ ଉପରେ ନବୂଖଦ୍ନିତ୍ସରଙ୍କୁ ବିଜୟୀ କଲେ।
ପୁଣି ସଦାପ୍ରଭୁ ଏହି କଥା କହନ୍ତି, “ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା। ପୁଣି ଆମ୍ଭର ଦାସ ବାବିଲର ରାଜା ନବୂଖଦ୍ନିତ୍ସରକୁ ଆଣିବା। ପୁଣି ସେମାନଙ୍କୁ ନେଇ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧରେ ଛିଡ଼ା କରାଇବା। ଆଉ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବିନାଶ କରିବା। ସେହି ଦେଶକୁ ଚିରକାଳ ଏକ ଶୂନ୍ୟ ପ୍ରାନ୍ତରରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମୟରେ ଓ ଶୀସ୍ ଶବ୍ଦ କରିବେ।
ପୁଣି ସଦାପ୍ରଭୁ କହନ୍ତି, “ହେ ଇସ୍ରାଏଲ ଓ ଯିହୁଦାର ଲୋକମାନେ, ଆମ୍ଭେ ତୁମ୍ଭମାନଙ୍କୁ ଉଦ୍ଧାର କରିବାକୁ ତୁମ୍ଭମାନଙ୍କ ସହିତ ରହିଅଛୁ। ଯେଉଁ ଗୋଷ୍ଠୀମାନଙ୍କ ମଧ୍ୟରେ ଆମ୍ଭେ ତୁମ୍ଭମାନଙ୍କୁ ଛିନ୍ନଭିନ୍ନ କରିଅଛୁ। ସେହି ସମସ୍ତଙ୍କୁ ସମ୍ପୂର୍ଣ୍ଣ ରୂପେ ସଂହାର କରିବା। ମାତ୍ର ତୁମ୍ଭମାନଙ୍କୁ ଆମ୍ଭେ ସମ୍ପୂର୍ଣ୍ଣ ରୂପେ ସଂହାର କରିବା ନାହିଁ। ତଥାପି ଆମ୍ଭେ ବିବେଚନା ପୂର୍ବକ ତୁମ୍ଭମାନଙ୍କୁ ଶାସ୍ତି ଦେବା। ତୁମ୍ଭମାନଙ୍କୁ ଉତ୍ତମ ରୂପେ ଶୃଙ୍ଖଳିତ ଓ ଅନୁଶାସିତ କରିବା।”