Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 48:19 - ପବିତ୍ର ବାଇବଲ

19 “ହେ ଆରୋୟର ନିବାସୀଗଣ; ତୁମ୍ଭେମାନେ ପଥପାର୍ଶ୍ୱରେ ଦଣ୍ଡାୟମାନ ହୋଇ ନିରୀକ୍ଷଣ କର। ପଳାତକ ପୁରୁଷ ଓ ସ୍ତ୍ରୀମାନଙ୍କୁ ପଗ୍ଭର କ’ଣ ଘଟିଅଛି?

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

19 ହେ ଅରୋୟର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ଵରେ ଠିଆହୋଇ ନିରୀକ୍ଷଣ କର; ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକି ପଚାର; କଅଣ କରା ଯାଇଅଛି କୁହ?

Faic an caibideil Dèan lethbhreac

ଓଡିଆ ବାଇବେଲ

19 ହେ ଅରୋୟେର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର; ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକୁ ପଚାର; “କଅଣ କରାଯାଇଅଛି କୁହ ?”

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ହେ ଅରୋୟେର ନିବାସିନୀ, ତୁମ୍ଭେ ପଥ ପାର୍ଶ୍ୱରେ ଠିଆ ହୋଇ ନିରୀକ୍ଷଣ କର; ପୁଣି, ପଳାତକ ଲୋକକୁ ଓ ରକ୍ଷାପ୍ରାପ୍ତା ସ୍ତ୍ରୀକୁ ପଚାର; କଅଣ କରାଯାଇଅଛି କୁହ?

Faic an caibideil Dèan lethbhreac




ଯିରିମୀୟ 48:19
10 Iomraidhean Croise  

ସେମାନେ ଯର୍ଦ୍ଦନ ନଦୀ ପାର ହୋଇ ଗଲେ। ସେମାନେ ଅରୋୟେରରେ ସେନା ଛାଉଣି ପକାଇଲେ। ସେମାନଙ୍କର ଛାଉଣି ସହରର ଦକ୍ଷିଣ ପାର୍ଶ୍ୱରେ ରହିଲା। ସହରଟି ଗାଦ୍ ଉପତ୍ୟକାର ମଧ୍ୟରେ ଅବସ୍ଥିତ ଥିଲା, ଯାହାକି ଯାସେର ପର୍ଯ୍ୟନ୍ତ ବିସ୍ତୃତ ଥିଲା।


ବେଲା ଆସ‌‌ସ୍‌‌ରଙ୍କ ପୁତ୍ର ଥିଲେ। ଆସ‌‌ସ୍‌‌ର ଶେମାଙ୍କ ପୁତ୍ର ଥିଲେ, ଶେମା ଯୋୟେଲଙ୍କ ପୁତ୍ର ଥିଲେ। ସେମାନେ ନବୋ ଓ ବାଲମିୟୋନ ପର୍ଯ୍ୟନ୍ତ ବିସ୍ତୃତ ଅରୋୟେରରେ ବାସ କରୁଥିଲେ।


ଗା‌ଦ୍‌ର ଲୋକମାନେ ଦୀବୋନ୍, ଅଟାରୋତ୍ ଓ ଅରୋୟେରକୁ ପୁନଃନିର୍ମାଣ କଲେ।


ଅର୍ଣ୍ଣୋନ ଉପତ୍ୟକା ନିକଟସ୍ଥ ଆରୋୟେରଠାରୁ ଏବଂ ଉପତ୍ୟକାର ମଧ୍ୟବର୍ତ୍ତୀଠାରୁ ଗିଲିୟଦ ପର୍ଯ୍ୟନ୍ତ, ଏହି ନଗର ହିଁ ଆମ୍ଭମାନଙ୍କର ଶକ୍ତିର ଅତିରିକ୍ତ ନ ଥିଲା। ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭ ସମ୍ମୁଖରେ ସବୁ ସମର୍ପଣ କଲେ।


ହି‌ଷ୍‌ବୋନ ନିବାସୀ ଇମୋରୀୟମାନଙ୍କର ସହରର ସୀହୋନ ରାଜାଙ୍କୁ ପରାସ୍ତ କଲେ ଓ ଅର୍ଣ୍ଣୋନ ଗିରି ସଙ୍କଟ ନିକଟସ୍ଥ ଆରେୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲିୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ ସନ୍ତାନଗଣର ସୀମାସ୍ଥିତ ଯବୋକ୍ ନଦୀ ପର୍ଯ୍ୟନ୍ତ ଶାସନ କଲେ।


ଇସ୍ରାଏଲ 300 ବର୍ଷ ହେଲା ହି‌ଷ୍‌ବୋନ୍ ତା'ର ଉପନଗରରେ, ପୁଣି ଆରୋୟର ଓ ତହିଁର ଉପନଗରରେ, ଆଉ ଅର୍ଣ୍ଣୋନ ତୀରସ୍ଥିତ ସମସ୍ତ ନଗରରେ ବାସ କରୁ ଅଛନ୍ତି। ଏଥି ମଧ୍ୟରେ ତୁମ୍ଭେମାନେ କାହିଁକି ସେସବୁ ଫେରାଇ ନ ଦେଲ?


ତା'ପରେ ସେହି ଲୋକଟି ଏଲିଙ୍କୁ କହିଲା, “ମୁଁ ଏକ ସୈନ୍ୟ ଯିଏ କି ଏବେ ଯୁଦ୍ଧରୁ ଫେରି ଆସିଲି।” ମୁଁ ଆଜି ଯୁଦ୍ଧରୁ ଦୌଡ଼ି ପଳାଇ ଆସିଲି। ତା'ପରେ ଏଲି ତାକୁ ପଗ୍ଭରିଲେ, “ହେ ପୁତ୍ର, କ’ଣ ହେଲା?”


Lean sinn:

Sanasan


Sanasan