Biblia Todo Logo
Bìoball air-loidhne

- Sanasan -




ଯିରିମୀୟ 47:3 - ପବିତ୍ର ବାଇବଲ

3 “ସେମାନେ ଧାବମାନ ଅଶ୍ୱଗଣର ଖୁରା ଶବ୍ଦ, ରଥସମୂହର ଗ୍ଭଳନା ଶବ୍ଦ ଓ ଚକ୍ରର ଘର୍ଘର ଶବ୍ଦ ଶୁଣିବେ। ପିତୃଗଣ ଏତେ ଦୁର୍ବଳ ହେବେ ଯେ ସେମାନେ ସେମାନଙ୍କର ପିଲାମାନଙ୍କୁ ସାହାଯ୍ୟ କରିବେ ନାହିଁ।

Faic an caibideil Dèan lethbhreac

ପବିତ୍ର ବାଇବଲ (Re-edited) - (BSI)

3 ତାହାର ବଳବାନ ଅଶ୍ଵଗଣର ଖୁରା ଶଦ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶଦ୍ଦରେ ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ;

Faic an caibideil Dèan lethbhreac

ଓଡିଆ ବାଇବେଲ

3 ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ;

Faic an caibideil Dèan lethbhreac

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତାହାର ବଳବାନ ଅଶ୍ୱଗଣର ଖୁରା ଶବ୍ଦରେ, ରଥସମୂହର ବେଗ ଗମନରେ ଓ ଚକ୍ରର ଘର ଘର ଶବ୍ଦରେ ପିତୃଗଣ ଦୁର୍ବଳହସ୍ତ ହେବାରୁ ଆପଣା ସନ୍ତାନଗଣ ପ୍ରତି ଫେରି ଅନାଇବେ ନାହିଁ;

Faic an caibideil Dèan lethbhreac




ଯିରିମୀୟ 47:3
14 Iomraidhean Croise  

ସେହି ଶତ୍ରୁମାନଙ୍କର ଶରଗୁଡ଼ିକ ଅତି ତୀ‌‌‌କ୍ଷ୍‌‌‌ଣ ଏବଂ ଧାରୁଆ ଓ ସେମାନଙ୍କର ଧନୁଗୁଡ଼ିକ ଗୁଣଯୁକ୍ତ। ସେମାନଙ୍କର ଅସ୍ତ୍ରଗୁଡ଼ିକର ଖୁରା ଚକମକି ପଥର ପରି ଶକ୍ତ ଓ ସେମାନଙ୍କର ରଥ ଚକର ଧୂଳିରୁ ବାଦଲ ଆକାଶରେ ସୃଷ୍ଟି ହୁଏ।


ହେ ଅଶ୍ୱାରୋହୀଗଣ, ଅଗ୍ରସର ହୁଅ। ହେ ରଥାରୋହୀଗଣ ଦ୍ରୁତଗତିରେ ରଥ ଗ୍ଭଳନା କର, ହେ ବୀରଗଣ, ଆଗେଇ ଗ୍ଭଲ। ତୁମ୍ଭମାନଙ୍କର ଢାଲ ଧର। କୁଶ୍, ପୁ‌ଟ୍‌ରୁ ଓ ଲୁଦୀୟରୁ ଆସିଥିବା ଢାଲବାହକଗଣ, ତୁମ୍ଭେମାନେ ଧନୁରେ ଭଲଭାବରେ ଗୁଣ ଦିଅ।


ସେମାନେ ଧନୁ ଓ ବର୍ଚ୍ଛା ଧରିଛନ୍ତି, ସେମାନେ ନିଷ୍ଠୁର ଓ ନିର୍ଦ୍ଦୟ। ସେମାନେ ସମୁଦ୍ର ପରି ଗର୍ଜନ କରୁଛନ୍ତି। ସେମାନେ ଅଶ୍ୱାରୋହଣ କରି ଅଗ୍ରସର ହେଉଛନ୍ତି। ହେ ବାବିଲ, ସେମାନେ ସମସ୍ତେ ସୁସଜ୍ଜିତ ହୋଇ ତୁମ୍ଭ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି।


ଦାନ୍ ନଗରଠାରୁ ତାହାର ଅଶ୍ୱଗଣର ନାସିକା ଧ୍ୱନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ୱଗଣର ହିଁ ହିଁ ଶବ୍ଦରେ ସମୁଦାୟ ଦେଶ କମ୍ପିତ ହେଉଅଛି। କାରଣ ସେମାନେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ୟସ୍ଥିତ ସକଳ ନଗର ଓ ତନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।”


ସେମାନେ ଅସ୍ତ୍ରଶସ୍ତ୍ର, ରଥ ଓ ଅଶ୍ୱ ସହିତ ସମସ୍ତ ଗୋଷ୍ଠୀଗଣକୁ ଧରି ତୁମ୍ଭ ବିରୁଦ୍ଧରେ ଆସିବେ। ସେମାନେ ଚର୍ମ, ଢାଲ ଓ ଟୋପର ଧରି ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ବେଢ଼ିଯିବେ। ମୁଁ ତୁମ୍ଭକୁ ଦଣ୍ଡ ଦେବା ପାଇଁ ସେମାନଙ୍କୁ ପ୍ରୟୋଗ କରିବି ଓ ସେମାନେ ସେମାନଙ୍କର ବିଧି ଅନୁସାରେ ତୁମ୍ଭର ଶାସ୍ତି ବିଧାନ କରିବେ।


ଅଶ୍ୱଗ୍ଭଳିତ ରଥଗୁଡ଼ିକ ରାସ୍ତାରେ ଧାଉଁଛନ୍ତି। ସେମାନେ ଖୋଲାଛକରେ ଏଣେତେଣେ ଭିଡ଼ କରୁଛନ୍ତି। ସେଗୁଡ଼ିକ ମଶାଲପରି ଓ ବିଜୁଳି ପରି ଦେଖାଯାଉଛି।


ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। ଲୋକମାନେ, “ଦୌଡ଼ୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!” କିନ୍ତୁ କେହି ମଧ୍ୟ ସେମାନଙ୍କର କ୍ରନ୍ଦନକୁ ଧ୍ୟାନ ଦେଉ ନାହାନ୍ତି।


ସେମାନେ ଛାତିରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସେମାନଙ୍କର ଡେଣାର ଶବ୍ଦ ଯୁଦ୍ଧକୁ ଦୌଡ଼ୁଥିବା ଅନେକ ଘୋଡ଼ା ଓ ରଥର ଶବ୍ଦ ଭଳି ଥିଲା।


ଅଶ୍ୱମାନଙ୍କର ଖୁରା ଭୂମିକୁ ମନ୍ଥି ପକାଇଲା। ସେବରା ଘୋଡ଼ା କୁଦାମାରୀ ପଳାଇଲା।


Lean sinn:

Sanasan


Sanasan